Advertisment

ଅନୁଭବଙ୍କ ଅଭିଯୋଗ- ବର୍ଷା ରଖିଛନ୍ତି ବ୍ଲାକ୍‌ମନି, ଗୋଟିଏ ଫିଲ୍ମ ପାଇଁ ନେଉଥିଲେ ୨୦ ଲକ୍ଷ

ସୋସିଆଲ ମିଡିଆରେ ୱାର୍‌ ପରେ ଏବେ ବର୍ଷାଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED)ରେ ଫେରାଦ୍ ହୋଇଛନ୍ତି ଅନୁଭବ। ବର୍ଷା ବିଭିନ୍ନ ସରକାରୀ ଦସ୍ତାବିଜ୍‌ରେ ନିଜର ଏକାଧିକ ଏବଂ ତ୍ରୁଟିପୂର୍ଣ୍ଣ ପରିଚୟ ଦେଇ ଟିକସ ଫାଙ୍କୁଥିବା ଏବଂ କଳାଟଙ୍କା ରଖିଥିବା ଅଭିଯୋଗ କରିଛନ୍ତି ଅନୁଭବ।

ଅଦ୍ୟତନ ହୋଇଛି
MP Anubhav Mohanty Files Complaint With ED Against Varsha

MP Anubhav Mohanty Files Complaint With ED Against Varsha

Advertisment

ବିଜେଡି ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଦାମ୍ପତ୍ୟ କଳି ଧିରେ ଧିରେ ଜଟିଳ ହେବାରେ ଲାଗିଛି। ସୋସିଆଲ ମିଡିଆରେ ୱାର୍‌ ପରେ ଏବେ ବର୍ଷାଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED)ରେ ଫେରାଦ୍ ହୋଇଛନ୍ତି ଅନୁଭବ।

Advertisment

ବର୍ଷା ବିଭିନ୍ନ ସରକାରୀ ଦସ୍ତାବିଜ୍‌ରେ ନିଜର ଏକାଧିକ ଏବଂ ତ୍ରୁଟିପୂର୍ଣ୍ଣ ପରିଚୟ ଦେଇ ଟିକସ ଫାଙ୍କୁଥିବା ଏବଂ କଳାଟଙ୍କା ରଖିଥିବା ଅଭିଯୋଗ କରି ଅନୁଭବ EDରେ ଫେରାଦ୍ ହୋଇଛନ୍ତି।ଅନୁଭବ ଅଭିଯୋଗ କରିଛନ୍ତି ଯେ, ଟିକସ ଫାଙ୍କିବା ପାଇଁ ବର୍ଷା ଉଦ୍ଦେଶ୍ୟମୂଳକ ଭାବେ ସରକାରୀ ଦସ୍ତାବିଜ୍‌ ଗୁଡ଼ିକରେ ଭିନ୍ନ ଭିନ୍ନ ପରିଚୟ ଦେଇଛନ୍ତି। ଭର୍ଷା ପ୍ରିୟଦର୍ଶିନୀ ସାହୁ ଓରଫ୍ ବର୍ଷା ପ୍ରିୟଦର୍ଶିନୀ ସାହୁ ଓରଫ୍ ବର୍ଷା ପ୍ରିୟଦର୍ଶିନୀ ଓରଫ୍ ଭର୍ଷା ପ୍ରିୟଦର୍ଶିନୀ ଭଳି ଏକାଧିକ ନାଁ ଉଲ୍ଲେଖ ରହିଛି।

ଏପରିକି ମାଟ୍ରିକ ସାର୍ଟିଫିକେଟ୍, ଜନ୍ମ ସାର୍ଟିଫିକେଟ, ଆଧାର କାର୍ଡ, ପ୍ୟାନ କାର୍ଡ, ପାସ୍‌ପୋର୍ଟ ଓ ବ୍ୟାଙ୍କ ପାସ୍‌ବୁକ୍‌ରେ ନାମ, ମଝି ନାମ ଓ ସାଙ୍ଗିଆ ଭିନ୍ନ ଭିନ୍ନ ଥିବା ଅନୁଭବ ଅଭିଯୋଗ କରିଛନ୍ତି। ଭିନ୍ନ ଭିନ୍ନ ନାଁରେ ବ୍ୟାଙ୍କରେ ବର୍ଷାଙ୍କ ଏକାଧିକ ଆକାଉଣ୍ଟ ଥିବା ଅନୁଭବ ଅଭିଯୋଗ କରିଛନ୍ତି। ପ୍ରତ୍ୟେକ ଫିଲ୍ମ ପାଇଁ ବର୍ଷା ୨୦ ଲକ୍ଷ ଟଙ୍କା ନେଉଥିଲେ। ଅର୍ଥାତ୍‌ ବିବାହ ପୂର୍ବରୁ ବାର୍ଷିକ ୨ କୋଟି ଟଙ୍କା ବର୍ଷା ଉପାର୍ଜନ କରୁଥିଲେ। ତେବେ ଏଯାଏ ‍ବର୍ଷା ଆୟକର ଦାଖଲ କରିଛନ୍ତି କି ନାହିଁ ବୋଲି ଅନୁଭବ ପ୍ରଶ୍ନ ଉଠାଇଛନ୍ତି।

Advertisment

ଏହାସହ ଏନେଇ ଇଡ଼ିର ଭୁବନେଶ୍ୱର ଜୋନାଲ୍ କାର୍ଯ୍ୟାଳୟର ଯୁଗ୍ମ ନିର୍ଦ୍ଦେଶକଙ୍କୁ ଅନୁଭବ ଚିଠି ଲେଖିଥିବା କୁହାଯାଉଛି। ଖବର ଲେଖାଯିବା ସୁଦ୍ଧା ଏନେଇ ଅନୁଭବ କିମ୍ବା ତାଙ୍କ ପତ୍ନୀ ବର୍ଷାଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।

Advertisment
Varsha Priyadarshini Anubhav Mohanty Anubhav-Varsha Family Dispute
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ