Advertisment

କୋର୍ଟରେ ଗୁହାରି କଲେ ଅନୁଭବ, ହେଲେ କାହିଁକି ?

କୋର୍ଟଙ୍କ ପାଖରେ ସାଂସଦ ଅନୁଭବ ମହାନ୍ତି ଗୁହାରି କରିଛନ୍ତି। ପତ୍ନୀ ବର୍ଷାଙ୍କ ସହ ବିବାହ ବିଚ୍ଛେଦ ମାମଲାର ତ୍ୱରିତ ଶୁଣାଣି କରିବାକୁ ଅନୁଭବ ଗୁହାରି କରିଛନ୍ତି। କଟକ ଫ୍ୟାମିଲି କୋର୍ଟରେ ଆଜି ସାକ୍ଷ୍ୟ ଗ୍ରହଣ ପାଇଁ ଅନୁଭବ ଉପସ୍ଥିତ ହୋଇଥିଲେ।

ଅଦ୍ୟତନ ହୋଇଛି
 Anubhav-Varsha Marital Discord

Anubhav-Varsha Marital Discord

Advertisment

କୋର୍ଟଙ୍କ ପାଖରେ ସାଂସଦ ଅନୁଭବ ମହାନ୍ତି ଗୁହାରି କରିଛନ୍ତି। ପତ୍ନୀ ବର୍ଷାଙ୍କ ସହ ବିବାହ ବିଚ୍ଛେଦ ମାମଲାର ତ୍ୱରିତ ଶୁଣାଣି କରିବାକୁ ଅନୁଭବ ଗୁହାରି କରିଛନ୍ତି।

Advertisment

କଟକ ଫ୍ୟାମିଲି କୋର୍ଟରେ ଆଜି ସାକ୍ଷ୍ୟ ଗ୍ରହଣ ପାଇଁ ଅନୁଭବ ଉପସ୍ଥିତ ହୋଇଥିଲେ। ଏହି ଅବସରରେ ବର୍ଷାଙ୍କ ଓକିଲ ଅନୁଭବଙ୍କୁ ବିଭିନ୍ନ ପ୍ରସଙ୍ଗରେ ଜେରା କରିଥିବା ସୂଚନା ମିଳିଛି।ଅନ୍ୟପକ୍ଷେ, ମାମଲାର ତ୍ୱରିତ ଶୁଣାଣି କରିବା ଲାଗି ଅନୁଭବ ପିଟିସନ ଦାଖଲ କରିଛନ୍ତି।

କିଛିଦିନ ପୂର୍ବେ ଅନୁଭବ ପତ୍ନୀ ବର୍ଷାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଥିଲେ। ଅନୁଭବଙ୍କ ଅଭିଯୋଗ ଆଣି କହିଥିଲେ ଯେ, କୋର୍ଟରେ ବର୍ଷା ଏକାଧିକ ଜାଲ୍‌ ଡକ୍ୟୁମେଣ୍ଟ ଓ ଜାଲ୍ ଆଇଡେଣ୍ଟିଟି ଦାଖଲ କରିଛନ୍ତି। ବର୍ଷାଙ୍କ ଦ୍ୱାରା ଦାଖଲ ହୋଇଥିବା ସମସ୍ତ ଡକ୍ୟୁମେଣ୍ଟ ଜାଲ୍‌। ସେ ଏକଥା ଲୋକସଭା ସେକେଟ୍ରାରିଏଟ୍‌ଙ୍କୁ ମଧ୍ୟ ଜଣାଇଥିବା କଥା ମଧ୍ୟ ଅନୁଭବ କହିଥିଲେ। 

Advertisment

ବର୍ଷା-ଅନୁଭବଙ୍କ ମଧ୍ୟରେ ଦାମ୍ପତ୍ୟ କଳହକୁ ନେଇ ଫ୍ୟାମିଲି କୋର୍ଟରେ ମାମଲା ଚାଲିଥିବା ବେଳେ ଗତବର୍ଷ ଜୁଲାଇ ୨୦ରେ ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ ଅନୁଭବ। ବିବାହ ବିଚ୍ଛେଦ ମାମଲାର ଚୂଡ଼ାନ୍ତ ଶୁଣାଣି ପାଇଁ ଆବେଦନ କରିଥିଲେ ଅନୁଭବ।

Anubhav- Varsha Marital Discord Anubhav Mohanty Varsha Priyadarshini Anubhav-Varsha Family Dispute
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ