Motorcycle Catches Fire In Petrol Pump
ପୁରୀ: ଅସାବଧାନତା ଏବଂ ବେପରୁଆ ମନୋଭାବ ମୃତ୍ୟୁକୁ ଯେ, କେବଳ ହାତ ଠାରି ଡାକି ଥାଏ ତାହା ନୁହେଁ, ଏହା ଅନେକଙ୍କ ପାଇଁ କାଳ ହୋଇ ମଧ୍ୟ ଆସିଥାଏ। ଟିକିଏ ସାଧାରଣ ଜ୍ଞାନର ଅଭାବ ଯୋଗୁ ଏକ ପେଟ୍ରୋଲ ପମ୍ପରେ ଅଗ୍ନିକାଣ୍ଡ ଘଟି ହୁଏତ ବଡ଼ ବିସ୍ଫୋରଣ ହୋଇଥାନ୍ତା। ହେଲେ ସୌଭାଗ୍ୟବଶତଃ, ଏପରି ହୋଇନାହିଁ। ବିପଦକୁ ସାମ୍ନାରେ ଦେଖି ଭୟ ନ କରି ଉପସ୍ଥିତି ବୁଦ୍ଧି ପ୍ରୟୋଗ ଯୋଗୁ ଅଘଟଣକୁ ଏଡ଼ାଇ ଦିଆଯାଇପାରିଛି। ପୁରୀ ଚକ୍ରତୀର୍ଥ ରୋଡରେ ଥିବା ଏକ ପେଟ୍ରୋଲ ପମ୍ପରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା।
ବଡ଼ ଧରଣର ଅଘଟଣ ଘଟିବା ପୂର୍ବରୁ ଜୀବନକୁ ବାଜି ଲଗାଇ ସ୍କୁଟିରେ ଲାଗିଥିବା ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଥିଲେ ପେଟ୍ରୋଲ ପମ୍ପ କର୍ମଚାରୀ। ସୂଚନା ଅନୁସାରେ, ନରେନ୍ଦ୍ରକୋଣର ବିଦେଶୀ ନାୟକ ତାଙ୍କ ସ୍କୁଟିରେ ପେଟ୍ରୋଲ ପକାଉ ଥିଲେ। ଏହି ସମୟରେ ପାଖରେ ଚା’ ଦୋକାନ କରିଥିବା ଦୋକାନୀ ହଠାତ ଦିଆସିଲ ମାରିଥିଲେ। ଫଳରେ ସ୍କୁଟିରେ ନିଆଁ ଲାଗିଯାଇଥିଲା। ଏହାପରେ ନିଆଁ ହୁତୁ ହୁତୁ ହୋଇ ଜଳିବାକୁ ଲାଗିଲା।
ଏହାଦେଖି ତୁରନ୍ତ ପେଟ୍ରୋଲ ପମ୍ପରେ ଉପସ୍ଥିତ ଥିବା କର୍ମଚାରୀ ନିଆଁ ଆୟତ୍ତ ପାଇଁ ପ୍ରୟାସ କରିଥିଲେ ଓ ଶେଷରେ ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଥିଲେ। ଖବରପାଇ ସି ବିଚ୍ ଥାନା ଭାରପ୍ରାପ୍ତ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସିସିଟିଭି ଯାଞ୍ଚ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ଅଭିଯୋଗକୁ ଆଧାର କରି ଯେଉଁ ଲୋକ ନିଆଁ ଲଗାଇଛନ୍ତି ତାଙ୍କୁ ଧରିବା ପାଇଁ ପୋଲିସ ଟିମ୍ ଲାଗିପଡିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us