Advertisment

ଏମିତି ମା’, ପିଠିରେ ବୋହି ଅଧା ଦୁନିଆ ଦେଖେଇଦେଲେ ଦିବ୍ୟାଙ୍ଗ ପୁଅକୁ

ମା’ଟିଏ ନିଜ ପିଲାକୁ ସୁରକ୍ଷା ଜୀବନ ସାରା ବିନା ସ୍ୱାର୍ଥରେ ଦେଇପାରେ। ସେଇ ମା’ ହିଁ ନିଜ ପିଲା ପାଇଁ ସବୁ ସୁଖ ଆଣିପାରେ। ମା’କୁ ନେଇ ଏମିତି ଏକ ଖବର ବର୍ତ୍ତମାନ ଚର୍ଚ୍ଚାର ବିଷୟ ହୋଇଛି। ମାନସିକ ଓ ଶାରୀରିକ ଭାବେ ଅକ୍ଷମ ଏକ ପୁଅକୁ ଜଣେ ମା’ ନିଜ ପିଠିରେ ବୋହି ଦୁନିଆ ବୁଲୁଛନ୍ତି।

ଅଦ୍ୟତନ ହୋଇଛି
Mother toured world carrying disabled son on her back

Mother toured world carrying disabled son on her back

Advertisment

ମା’ର ଶକ୍ତି କାହାର ନାହିଁ। ସେଥିପାଇଁ ତ କୁହାଯାଏ- ‌ଈଶ୍ୱର ସବୁ ବିପଦରେ ଠିଆ ହୋଇ ପାରିବେନି ବୋଲି ପାଖରେ ମା’ଟିଏ ଦେଇଛନ୍ତି। ମା’ଟିଏ ନିଜ ପିଲାକୁ ସୁରକ୍ଷା ଜୀବନ ସାରା ବିନା ସ୍ୱାର୍ଥରେ ଦେଇପାରେ। ସେଇ ମା’ ହିଁ ନିଜ ପିଲା ପାଇଁ ସବୁ ସୁଖ ଆଣିପାରେ। ମା’କୁ ନେଇ ଏମିତି ଏକ ଖବର ବର୍ତ୍ତମାନ ଚର୍ଚ୍ଚାର ବିଷୟ ହୋଇଛି। ମାନସିକ ଓ ଶାରୀରିକ ଭାବେ ଅକ୍ଷମ ଏକ ପୁଅକୁ ଜଣେ ମା’ ନିଜ ପିଠିରେ ବୋହି ଅଧା ଦୁନିଆ ଦେଖେଇ ସାରିଲେଣି। ଏହାର କିଛି ଫଟୋ ଆପଣ ଦେଖିଲେ ସେଇ ମା’ର ପ୍ରଶଂସା ନ କରି ରହିପାରିବେ ନାହିଁ।

Advertisment

ରିପୋର୍ଟ ଅନୁଯାୟୀ, ଅଷ୍ଟ୍ରେଲିଆର ନିକି ଆଣ୍ଟ୍ରମ୍ ୧୭ ବର୍ଷ ବୟସରେ ତାଙ୍କ ପୁଅ ଜିମିଙ୍କୁ ଜନ୍ମ ଦେଇଥିଲେ। ତାଙ୍କ ପୁଅ ଅକ୍ଷମତା ସହିତ ଜନ୍ମ ହୋଇଥିଲା। ଉଭୟ ଶାରୀରିକ ଓ ମାନସିକ ଅକ୍ଷମତା ସହିତ ତାଙ୍କର ଅନ୍ଧତ୍ୱର ସମସ୍ୟା ମଧ୍ୟ ଥିଲା। ତଥାପି ନିକି ପୁଅର ଖୁସିର ପଥରେ କୌଣସି ଅସୁବିଧାକୁ ଆସିବାକୁ ଦେଇ ନଥିଲେ। ୪୩ ବର୍ଷୀୟ ନିକି ବର୍ତ୍ତମାନ ତାଙ୍କର ୨୬ ବର୍ଷୀୟ ପୁଅ ଜିମିଙ୍କୁ ପିଠିରେ ବୋହି ହାୱାଇ ଠାରୁ ବାଲି ଏବଂ ପେରିଶରର ସ୍କି ସ୍ଲୋପ୍ ପର୍ଯ୍ୟନ୍ତ ଦେଖାଇ ସାରିଲେଣି।

କୁଇନ୍ସଲ୍ୟାଣ୍ଡର ସନସାଇନ୍ କୋଷ୍ଟରେ ରହୁଥିବା ନିକି ତାଙ୍କ ପୁଅକୁ ସର୍ବୋତ୍ତମ ଜୀବନ ଦେବାକୁ ପ୍ରତିଜ୍ଞା କରିଥିଲେ ଏବଂ ଏହାକୁ ପୂରଣ କରିବା ପାଇଁ ଜଣେ ଶକ୍ତିଶାଳୀ ମା’ର କାନ୍ଧ ହିଁ ଯଥେଷ୍ଟ, ଯାହାକୁ ସେ କରି ଦେଖେଇଛନ୍ତି। କରୋନା ବୃଦ୍ଧି ହେବା ପୂର୍ବରୁ ସେ କାନାଡା ଯାତ୍ରା ଶେଷ କରିବାକୁ ମଧ୍ୟ ଚାହୁଁଛନ୍ତି। ଏହା ନୁହେଁ ଯେ ନିକିଙ୍କ ପାଖରେ ହ୍ୱିଲ୍ ଚେୟାର ନାହିଁ, କିନ୍ତୁ ସେ ତାଙ୍କ ପୁଅକୁ କାନ୍ଧରେ ବୋହିବାକୁ ପସନ୍ଦ କରନ୍ତି।

Advertisment

ଏହି ମା-ପୁଅଙ୍କ ଭ୍ରମଣର ଫଟୋ ଦେଖିଲେ ଆପଣ ବି ଭାବୁକ ହୋଇଯିବେ। ପୁଅ ପ୍ରତି ମା’ର ଏହି ନିରବଚ୍ଛିନ ପ୍ରେମକୁ ଆପଣ ତଉଲି ନେବେ। ନିକି କୁହନ୍ତି ଯେ ଯାତ୍ରା ସମୟରେ ତାଙ୍କୁ ଅନେକ ଡାଏପର, ପୋଷାକ ଏବଂ ବେଡ ପ୍ୟାଡ୍‌, ସିଟ୍ ଏବଂ ତକିଆ ମଧ୍ୟ ବୋହିବାକୁ ପଡେ।

Mother toured world carrying disabled son on her backଦିବ୍ୟାଙ୍ଗ ପୁଅକୁ ପିଠିରେ ବୋହି ବୁଲୁଛନ୍ତି ମା'

ନିକିଙ୍କ ଏହି ଭ୍ରମଣରେ ରେଷ୍ଟୁରାଣ୍ଟ, ହୋଟେଲ ଏବଂ ଦୁଃସାହସିକ ଯାତ୍ରା ମଧ୍ୟ ଅନ୍ତର୍ଭୁକ୍ତ। ଏ ସବୁ ସ୍ଥାନ ତାଙ୍କର ସମସ୍ୟାକୁ ମଧ୍ୟ କୁହେ। ନିକି କୁହନ୍ତି ଯେ ସେ ନିଜ ପୁଅ ଜିମି ସହିତ ଜୀବନର ଛୋଟ ଏବଂ ବଡ ସବୁ ଜିନିଷକୁ ଉପଭୋଗ କରିବାକୁ ଚାହାନ୍ତି। ବାହାରକୁ ଯିବା ପୂର୍ବରୁ ସେ ଜିମିକୁ ପୋଷାକ ପିନ୍ଧେଉ ପ୍ରସ୍ତୁତ କରନ୍ତି ଏବଂ ତାଙ୍କ ପାଇଁ ଆବଶ୍ୟକ ଜିନିଷ ମଧ୍ୟ ସଜାଡନ୍ତି। ଏ ସବୁ କରିବାକୁ ତାଙ୍କୁ ଯେତେ କଷ୍ଟ ହେଲେ ବି ଜଣେ ମା’ ଭାବରେ ସେ ଏଥିରୁ ସନ୍ତୁଷ୍ଟ ପାଆନ୍ତି।

Advertisment
Inspiring Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ