Advertisment

ଛେନା ପିଲା : ଖର୍ଚ୍ଚ ହେଉଛି ଲକ୍ଷାଧିକ ଟଙ୍କା

ଛୋଟ ପିଲାମାନଙ୍କୁ ଖୁଆଇବା ସମସ୍ତଙ୍କ ପକ୍ଷେ ସହଜ ହୁଏ ନାହିଁ। ବେଳେ ବେଳେ ସେମାନଙ୍କର ନଖରାମୀ ଏତେ ବଢିଯାଏ ଯେ ମାଆ ମଧ୍ୟ ହଇରାଣ ହୋଇଯିବା ଦେଖାଯାଏ। ସେ କେମିତି ତା’ ପିଲାକୁ ଖୁଆଇବ ସେ ଚିନ୍ତାରେ ପଡିଯାଏ। ପିଲାର ଏଭଳି ଜିଦ୍‌ଖୋର ମନୋଭାବ ଯୋଗୁଁ ବେଳେବେଳେ ଅନିଚ୍ଛା ସତ୍ୱେ ବି ସେମାନଙ୍କୁ ଅସ୍ୱାସ୍ଥ୍ୟକର ଖାଦ୍ୟ ଦେବାକୁ ହୁଏ ଓ ସେମାନେ ମଧ୍ୟ ଏହି ଅଭ୍ୟାସରେ ପଡିଯାଆନ୍ତି। ଘର ଲୋକେ ଯେତେ ଚେଷ୍ଟା କଲେ ବି ସେମାନଙ୍କର ଏହି ଅଭ୍ୟାସକୁ ଛଡେଇ ପାରନ୍ତି ନାହିଁ।

ଅଦ୍ୟତନ ହୋଇଛି
Mother spends 2 lakh a year feeding her son cheese

ଲଣ୍ଡନରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଏହି ଖବରରୁ ଜଣାଯାଉଛି ଯେ ଏକ ୪ ବର୍ଷର ଶିଶୁର ଛେନା ଖିଆ ନିଶା ହୋଇଯାଇଛି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ଶିଶୁର ଜିଦି ପୂରଣ କରିବା ପାଇଁ ତାଙ୍କ ମା ବର୍ଷକୁ ଛେନା କିଣିବାରେ ୨ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରନ୍ତି।

Advertisment

୪୩ ବର୍ଷୀୟ ଡନ୍ ବେକର୍ ଲଣ୍ଡନରେ ରୁହନ୍ତି। ତାଙ୍କ ପୁଅ ଛେନା ଖାଇବାରେ ଅଭ୍ୟସ୍ତ। ତେବେ ଏହି ପିଲା ଏହାକୁ କେବଳ ସଉକରେ ଖାଉ ନାହିଁ ବରଂ ଏହା ତା’ର ଦୁର୍ବଳତାରେ ପରିଣତ ହୋଇଛି। କଥା ହେଉଛି ବେକର୍ ୩ ମାସ ବୟସରୁ ନିଜ ପିଲାକୁ ଛେନା ଖାଇବାକୁ ଦେବା ଆରମ୍ଭ କରିଥିଲେ। ବର୍ତ୍ତମାନ ଏହା ତା’ର ଅଭ୍ୟାସରେ ପରିଣତ ହୋଇଯାଇଛି। ଡନ୍ ବେକର୍ କହିଛନ୍ତି ଯେ ତାଙ୍କ ପୁଅ ଛେନାର ସ୍ୱାଦକୁ ଏତେ ଭଲ ପାଏ ଯେ ସେ ଜଳଖିଆ ଠାରୁ ଆରମ୍ଭ କରି ରାତ୍ରୀ ଭୋଜନ ପର୍ଯ୍ୟନ୍ତ କେବଳ ଛେନା ହିଁ ଖାଇବାକୁ ପସନ୍ଦ କରେ। ଏହି କାରଣରୁ ଡନ୍ ବେକର୍ ଏବେ ତାଙ୍କ ପୁଅକୁ ‘ଛେନା ପୁଅ’ ବୋଲି ଡାକୁଛନ୍ତି।

ତେବେ ପୁଅର ଏହି ଅଦ୍ଭୁତ ଅଭ୍ୟାସକୁ ନେଇ ମହିଳା ଜଣକ ଚିନ୍ତାରେ ଅଛନ୍ତି। କିନ୍ତୁ ଏଥିପାଇଁ ସେ ତାଙ୍କ ପୁଅ ଏଲ୍‌ଫିଙ୍କୁ ବାଧା ଦିଅନ୍ତି ନାହିଁ। ଡନ୍ ବେକରଙ୍କ ଅନୁଯାୟୀ, ପ୍ରତିବର୍ଷ ସେ ନିଜ ସନ୍ତାନର ଏହି ଅଭ୍ୟା ପାଇଁ ୨ ଲକ୍ଷରୁ ଅଧିକ ଟଙ୍କାର ଛେନା କିଣନ୍ତି। ତାଙ୍କ କହିବାନୁସାରେ, ଏଲ୍‌ଫି ସପ୍ତାହରେ ପ୍ରାୟ ୩୫୦୦ ଟଙ୍କାର ଛେନା ଖାଏ।

Advertisment
Mother spends 2 lakh a year feeding her son cheeseଛେନା ପିଲା : ଖର୍ଚ୍ଚ ହେଉଛି ଲକ୍ଷାଧିକ ଟଙ୍କା

ଡନ୍ ବେକର୍ ଚାରି ସନ୍ତାନର ମା’। କିନ୍ତୁ ଏଲ୍‌ଫି ପରି ଅଭ୍ୟାସ ଅନ୍ୟମାନଙ୍କଠାରେ ନାହିଁ। ଡନ୍ ବେକର୍ କହିଛନ୍ତି ଯେ ସେ ଗର୍ଭାବସ୍ଥାରେ ବହୁତ ଛେନା ଖାଇଥିଲେ। ବୋଧହୁଏ ଏହା ଏଲ୍‌ଫିର ଏହି ଅଭ୍ୟାସ ପଛର ଏକ କାରଣ ହୋଇପାରେ। ତେବେ ସେ ଏହା ମଧ୍ୟ କହିଛନ୍ତି ଯେ ଯେତେବେଳେ ଏଲ୍‌ଫିଙ୍କୁ ମାତ୍ର ତିନି ମାସ ହୋଇଥିଲା ସେତେବେଳେ ସେ ତାଙ୍କୁ ଏଭଳି ଖାଦ୍ୟ ଦେବା ଆରମ୍ଭ କରିଥିଲେ। ସେବେଠାରୁ ସେ ଛେନାର ସ୍ୱାଦକୁ ବହୁତ ପସନ୍ଦ କରିଥିଲା। ଡନ୍ ବେକର୍ ଏକ ଟିକ୍‌ଟକ୍ ଭିଡିଓରେ କହିଛନ୍ତି ଯେ ତାଙ୍କ ପୁଅ ଛେନାକୁ ଏତେ ପସନ୍ଦ କରେ ଯେ ସେ ଏହାକୁ ସିଧା ପାଟିରେ ପକେଇ ଚୋବେଇ ଖାଇଦିଏ।

Ajab Gajab Cheese Boy
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ