Advertisment

ବିଚିତ୍ର ପ୍ରଥା; ବାସରରାତିରେ ବର-କନ୍ୟାଙ୍କ ସହ ଶୋଇଥାଏ ମା’

ସବୁ ନବଦମ୍ପତି ବାସରରାତିକୁ ଏକାନ୍ତରେ କାଟିବାକୁ ଚାହାନ୍ତି। କିନ୍ତୁ ଏ ଦୁନିଆରେ ଏମିତି କିଛି ସ୍ଥାନ ଅଛି ଯେଉଁଠି ଏହି ଦିନ ବର-କନ୍ୟାଙ୍କ ସହ କନ୍ୟାର ମା’ ଶୋଇଥାଏ। ଜାଣନ୍ତୁ କେଉଁଠି ଓ କାହିଁକି…

Mother sleep with newly wed couple on first night

Mother sleep with newly wed couple on first night

Advertisment

ପ୍ରତ୍ୟେକ ପରମ୍ପରାରେ ବିବାହ ଏକ ଉତ୍ସାହର ଦିନ ହୋଇଥାଏ। ସବୁ ଯୁବକ-ଯୁବତୀ ଏହି ଦିନଟିକୁ ଅପେକ୍ଷା କରିଥାନ୍ତି। ନବବିବାହିତ ଯୋଡିଙ୍କ ପାଇଁ ସବୁଠାରୁ ସ୍ୱତନ୍ତ୍ର ହୋଇଥାଏ ବାସରରାତି। ନିଜ ବିବାହିତ ଜୀବନର ଆରମ୍ଭକୁ ମନେ ରଖିବା ଓ ଏହାକୁ ରୋମାଣ୍ଟିକ୍ କରିବା ନେଇ ବାସରରାତିକୁ ନିଆରା କରିବାକୁ ଚାହାନ୍ତି ସମସ୍ତେ। ଏନେଇ ଅନେକ ନବଦମ୍ପତି ବିଭିନ୍ନ ପ୍ରକାରର ପ୍ରସ୍ତୁତି କରିଥାନ୍ତି। କିଏ ଏନେଇ ଫାଇପ୍ ଷ୍ଟାର୍‌ ହୋଟେଲ୍ ବୁକିଂ କରେ ତ କିଏ ପୁଣି ବିଦେଶ ଯାଏ।

Advertisment

ଅନେକ ଦେଶରେ ମଧ୍ୟ ବାସରରାତିକୁ ନେଇ ଅନେକ ଭିନ୍ନ ଭିନ୍ନ ପରମ୍ପରା ଜଡିତ ରହିଛି। କିନ୍ତୁ ଏହାରି ଭିତରେ ଏମିତି ବି କିଛି ବିଚିତ୍ର ପ୍ରଥା ଅଛି ଯାହାକୁ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ, ଏହା ଶୁଣି ଆପଣ କୁରୁଳି ଉଠିବେ ମଧ୍ୟ।

Advertisment

ଯଦି ଭାରତ କଥା ଦେଖିବା ତେବେ ବାସରରାତି ପୂର୍ବରୁ ନବବିବାହିତ ଯୋଡିଙ୍କର ଭାଉଜ ଓ ସଂପର୍କୀୟ ଭାଇ-ଭଉଣୀମାନେ ସେମାନଙ୍କର ଅନେକ ଥଟ୍ଟା ମଜ୍ଜା କରିଥାନ୍ତି। ଏଭଳି କରିବାର କାରଣ ହେଉଛି ନବ ଦମ୍ପତ୍ତିମାନେ ସହଜ ଅନୁଭବ କରିବେ, ଯାହାଫଳରେ ସେମାନେ ବାସରରାତିରେ ଜଣେ ଅନ୍ୟଜଣଙ୍କ ସହିତ ପ୍ରେମ ବାଣ୍ଟିପାରିବେ। କିନ୍ତୁ ଦୁନିଆରେ ଏମିତି କିଛି ଗାଁ ଅଛି ଯେଉଁଠି ବିଚିତ୍ର ପ୍ରଥା ଆଜିବି ଉଜ୍ଜିବୀତ ରହିଛି। ପରମ୍ପରା ଅନୁସାରେ ଏଠାରେ ବାସରରାତିରେ ନବବିବାହିତ ଦମ୍ପତିଙ୍କ ସହିତ କନ୍ୟାର ମା’ ମଧ୍ୟ ଶୋଇଥାଏ। ଏଭଳି ଅଜବ ପ୍ରଥା ଆଫ୍ରିକାର କିଛି ଗ୍ରାମରେ ରହିଛି।

ଏହା ଶୁଣିବାକୁ ନିଶ୍ଚିତ ଆଶ୍ଚର୍ଯ୍ୟ ଲାଗୁଥାଇପାରେ କିନ୍ତୁ ଏହା ପଛରେ ମଧ୍ୟ କିଛି କାରଣ ରହିଛି। କନ୍ୟାର ମା ବିବାହର ପ୍ରଥମ ରାତିରେ ସେମାନଙ୍କ ସହ ରହିବାର କାରଣ ହେଉଛି ଏହି ପବିତ୍ର ମିଳନ ରାତ୍ରୀରେ କ’ଣ କରିବାକୁ ହୁଏ ସେ ତାଙ୍କ ଝିଅକୁ କହିପାରିବ। ଅନେକ ସମୟରେ ଏହା ମଧ୍ୟ ଦେଖାଯାଏ ଯେ କନ୍ୟାର ମା’ଙ୍କ ସ୍ଥାନରେ ଅନ୍ୟ କୌଣସି ବୟସ୍କ ମହିଳା ମଧ୍ୟ ରହିଥାନ୍ତି। ସେ ଉଭୟ ବର-କନ୍ୟାଙ୍କୁ ବୈବାହିକ ଜୀବନ ସହିତ ଜଡିତ ଅନେକ ତଥ୍ୟକୁ ବୁଝାଇଥାନ୍ତି।

Advertisment

ଆଜିର ସମୟରେ ବି ଆଫ୍ରିକାରେ ଏହି ପରମ୍ପରା ତିଷ୍ଠି ରହିଛି। କୁହାଯାଏ ଯେ ବାସରରାତିର ପରଦିନ ସେହି ବୟସ୍କ ମହିଳା ଅନ୍ୟମାନଙ୍କୁ କୁହନ୍ତି ଯେ ନବ ଦମ୍ପତି ଠିକ ଭାବେ ସେମାନଙ୍କର ବୈବାହିକ ଜୀବନ ଆରମ୍ଭ କରିଛନ୍ତି।

ଖାଲି ଯେ ଆଫ୍ରିକା ନୁହେଁ ବିବାହକୁ ନେଇ ଅନେକ ଆଶ୍ଚର୍ଯ୍ୟଜନକ ପ୍ରଥା ଅନ୍ୟ ସ୍ଥାନରେ ମଧ୍ୟ ଦେଖାଯାଏ। ଉତ୍ତର-ପଶ୍ଚିମୀ ସ୍କଟ୍‌ଲାଣ୍ଡର କିଛି ଗ୍ରାମୀଣ ଅଞ୍ଚଳରେ କୋଉ ପ୍ରାଚୀନ କାଳରୁ ଚାଲିଛି ଏମିତି କିଛି ଅଦ୍ଭୁତ ପରମ୍ପରା ଯାହାକୁ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏଠାରେ ବିବାହର ସପ୍ତାହେ ପୂର୍ବରୁ କନ୍ୟା ଉପରେ କଳା ରଙ୍ଗ ଫିଙ୍ଗାଯାଏ। ଏହି ପରମ୍ପରାକୁ ‘ବ୍ଲାକେନିଙ୍ଗ’ ବୋଲି କୁହାଯାଏ। ଅନେକ ସ୍ଥାନରେ ବିବାହ ପୂର୍ବରୁ ଉଭୟ ବର-କନ୍ୟାଙ୍କ ଉପରେ ଆବର୍ଜନା ମଧ୍ୟ ପକାଯାଏ।

Ajab Gajab
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ