Advertisment

ବୟସ ଏବେ ୨୯, ଜନ୍ମଦେବେ ୯ମ ସନ୍ତାନ

ମା ହେବା ଏକ ସୌଭାଗ୍ୟର କଥା। ବର୍ତ୍ତମାନ ଏମିତି ଜଣେ ମା ସାମ୍ନାକୁ ଆସିଛନ୍ତି ଯିଏ ୮ଥର ମା’ ହେବାର ସୌଭାଗ୍ୟ ପାଇସାରିଛନ୍ତି ଆଉ ସେ ପୁଣି ଥରେ ୯ମ ମାତୃତ୍ୱର ସ୍ୱାଦ ଚାଖିବାକୁ ଯାଉଛନ୍ତି।

ଅଦ୍ୟତନ ହୋଇଛି
Mother of 8 boys pregnant again with 9th son

Mother of 8 boys pregnant again with 9th son

Advertisment

କୌଣସି ବି ସ୍ୱାମୀ-ସ୍ତ୍ରୀଙ୍କ ପାଇଁ ପିତାମାତା ହେବାର ଖୁସି ଆଉ ବା କ’ଣ ଥାଇପାରେ। ଯେଉଁଦିନ ଜଣେ ମା ନିଜ ପିଲାକୁ ଜନ୍ମଦିଏ ଏବଂ ଯେତେବେଳେ ଜଣେ ପିତା ପ୍ରଥମ ଥର ପାଇଁ ନିଜ ପିଲାକୁ କୋଳରେ ଧରେ ସେହିଦିନ ଉଭୟଙ୍କ ପାଇଁ ହୋଇଯାଏ ନିଆରା। କିନ୍ତୁ ଜଣେ ମା ପାଇଁ, ଏହି ଦିନ ଥରେ କି ଦୁଇଥର ନୁହେଁ ବରଂ ଅନେକ ଥର ଆସିଥାଏ। ବର୍ତ୍ତମାନ ଏମିତି ଜଣେ ମା ସାମ୍ନାକୁ ଆସିଛନ୍ତି ଯିଏ ୮ଥର ମା’ ହେବାରେ ସୌଭାଗ୍ୟ ପାଇସାରିଛନ୍ତି ଆଉ ସେ ପୁଣି ଥରେ ୯ମ ମାତୃତ୍ୱର ସ୍ୱାଦ ଚାଖିବାକୁ ଯାଉଛନ୍ତି।

Advertisment

ଆମେରିକାର ଡାଲାସରେ ରହୁଥିବା ୨୯ ବର୍ଷୀୟ ୟାଲାନ୍‌ସିଆ ରୋଜାରିଓ ଓ ତାଙ୍କର ୩୬ ବର୍ଷୀୟ ସ୍ୱାମୀ ମାଇକେଲ୍‌ ୮ଟି ପିଲାର ପିତାମାତା ହୋଇସାରିଛନ୍ତି। ଆଶ୍ଚର୍ଯ୍ୟର କଥା ଏହା ଯେ ତାଙ୍କର ୮ଟି ପିଲା ପୁଅ। ସମ୍ପ୍ରତି ଏହି ଦମ୍ପତି ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ଯେ ୟାଲେନସିଆ ପୁଣି ଗର୍ଭବତୀ ଅଛନ୍ତି। ଏହାରି ଭିତ୍ରେ ସେ ଶିଶୁର ଲିଙ୍ଗ ନିରୂପଣ ମଧ୍ୟ କରିଥିଲେ। ଏହା ଦର୍ଶାଇଛି ଯେ ସେ ପୁନର୍ବାର ଏକ ପୁତ୍ର ସନ୍ତାନ ଜନ୍ମ ଦେବାକୁ ଯାଉଛନ୍ତି। ସମସ୍ତେ ଏ ବିଷୟରେ ବହୁତ ଖୁସି ମଧ୍ୟ ଅଛନ୍ତି।

ଲେନ୍‌ସିଆ କହିଛନ୍ତି ଯେ ତାଙ୍କ ସ୍ୱାମୀ ଚାହୁଁଛନ୍ତି ଯେ ସେମାନଙ୍କର ୧୦ କିମ୍ବା ୧୨ ସନ୍ତାନ ହୁଅନ୍ତୁ। କିନ୍ତୁ ୟାଲେନ୍‌ସିଆ ଏହା ଚାହାଁନ୍ତି ନାହିଁ ବୋଲି କହିଛନ୍ତି। ଏକ ଭିଡିଓରେ ସେ ଏହାର କାରଣ କହିଛନ୍ତି ଯେ ତାଙ୍କୁ ହିଁ କେବଳ ପିଲାମାନଙ୍କର ଯତ୍ନ ନେବାକୁ ପଡିବ ଏବଂ ରାତି ସାରା ଏକୁଟିଆ ଜାଗ୍ରତ ହେବାକୁ ପଡିବ। ଏହି କ୍ଷେତ୍ରରେ ସ୍ୱାମୀମାନେ ସବୁବେଳେ କାମ ଧନ୍ଦାକରି ଥକିଯାଇଥିବାରେ ଆରାମରେ ଶୋଇପଡନ୍ତି। ତେବେ ବର୍ତ୍ତମାଣ ତାଙ୍କ ବଡ ପୁଅକୁ ୧୨ ବର୍ଷ ହୋଇଥିବାବେଳେ ସାନପୁଅ ୫ ମାସର।

Advertisment

ପ୍ରକାଶଥାଉ ଯେ ୟାଲେନ୍‌ସିଆଙ୍କର ଏକ ଇନ୍‌ଷ୍ଟାଗ୍ରାମ୍‌ ଭିଡିଓ ଅନୁଯାୟୀ, ତାଙ୍କର ଚତୁର୍ଥ ପୁଅ ଜନ୍ମ ହେବା ମାତ୍ରେ ମୃତ୍ୟବରଣ କରିଥିଲା। କିନ୍ତୁ ପୁଅର ପ୍ରେମରେ, ସେ ଏବେ ବି ତାଙ୍କୁ ପରିବାରର ଏକ ଅଂଶ ଭାବରେ ବିବେଚନା କରନ୍ତି। ସେ ବିଶ୍ୱାସ କରନ୍ତି ଯେ ମୃତ ସନ୍ତାନ ଏବେ ବି ପରିବାରର ଆଖପାଖ ଉପସ୍ଥିତ ଅଛି। ସେଥିପାଇଁ ସେ ତାଙ୍କର ମୃତ ପୁଅକୁ ୮ଜଣ ପିଲାଙ୍କ ମଧ୍ୟରେ ସାମିଲ କରନ୍ତି।

Advertisment

ୟାଲେନସିଆ କହିଛନ୍ତି ଯେ ଲୋକମାନେ ତାଙ୍କୁ ସୋସିଆଲ ମିଡିଆରେ ଅନେକ୍ ଟ୍ରୋଲ୍‌ କରନ୍ତି ଏବଂ ନିଜର ବ୍ୟକ୍ତିଗତ ଫୁଟ୍‌ବଲ୍‌ ଟିମ୍ ଗଠନ କରିବାକୁ ତାତ୍ସଲ୍ୟ ମଧ୍ୟ କରନ୍ତି। ଅନେକ ଲୋକ ଏହା ଜାଣି ମଧ୍ୟ ଆଶ୍ଚର୍ଯ୍ୟ ହୁଅନ୍ତି ଯେ ଏହି ଦମ୍ପତି କେବଳ ପୁଅମାନଙ୍କୁ କିପରି ଜନ୍ମ ଦିଅନ୍ତି। ଇନ୍‌ଷ୍ଟାଗ୍ରାମ୍‌, ୟୁଟ୍ୟୁବରେ ରୋଜାରିଓ ପରିବାର ବେଶ୍ ପ୍ରସିଦ୍ଧ।

Ajab Gajab
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ