Mother Dies After Son Gets Martyred
ସହିଦ ପୁଅକୁ ଝୁରି ଝୁରି ଚାଲିଗଲା ମା’ର ଜୀବନ। ପୁଅ ସହିଦ ହେବାର ୮ ଦିନ ପରେ ଚାଲିଗଲେ ମା’। ଝାଡ଼ଖଣ୍ଡରେ ମାଓ ମୁକାବିଲା ବେଳେ ସହିଦ ହୋଇଥିବା କେନ୍ଦୁଝର ଜିଲ୍ଲା ଆନନ୍ଦପୁର ମାଟିର ସନ୍ତାନ ସୁଶାନ୍ତ ଖୁଣ୍ଟିଆଙ୍କ ମା’ ଆଉ ନାହାନ୍ତି। ସୁଶାନ୍ତ ସହିଦ ହେବାର ୮ ଦିନ ପରେ ତାଙ୍କ ମା’ ସୁନ୍ଦରୀ ଖୁଣ୍ଟିଆଙ୍କ ଦେହାନ୍ତ ହୋଇଛି।
ଗୁରୁତର ଅସୁସ୍ଥ ଅବସ୍ଥାରେ ସୁଶାନ୍ତଙ୍କ ମା’ଙ୍କୁ ପ୍ରଥମେ ଆନନ୍ଦପୁର ମେଡିକାଲ୍ ଓ ପରେ କଟକ ସ୍ଥାନାନ୍ତର କରାଯାଇଥିଲା। ତେବେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ମା’ଙ୍କ ପରଲୋକ ପରେ ସହିଦ ସୁଶାନ୍ତଙ୍କ ପରିବାର ସମ୍ପୂର୍ଣ୍ଣ ମୂରବି ଶୂନ୍ୟ ହୋଇଯାଇଛି। ଏବେ ପରିବାର କହିଲେ ସହିଦ ସୁଶାନ୍ତଙ୍କ ଗର୍ଭବତୀ ପତ୍ନୀ ହିଁ ଅଛନ୍ତି।
ଗତ ୧୧ ତାରିଖରେ ଝାଡ଼ଖଣ୍ଡରେ ମାଓବାଦୀଙ୍କ ସହ ମୁକାବିଲା ବେଳେ ସୁଶାନ୍ତ ସହିଦ ହୋଇଥିବା ଖବର ଆସିଥିଲା। ପୁଅ ସହିଦ ହେବା ଖବର ଶୁଣି ପୁରାପୂରି ଭାଙ୍ଗି ପଡ଼ିଥିଲେ ସୁଶାନ୍ତଙ୍କ ମା’ ଓ ଅସୁସ୍ଥ ହୋଇପଡ଼ିଥିଲେ। ଶେଷରେ କଟକରେ ଚିକିତ୍ସାଧିନ ଅବସ୍ଥାରେ ସେ ଆଖି ବୁଜିଦେଇଛନ୍ତି।
ସୂଚନାଥାଉ କି, ଆଜିକୁ ଠିକ୍ ୨ ବର୍ଷ ପୂର୍ବେ ସୁଶାନ୍ତଙ୍କର ବାପାଙ୍କ ଦେହାନ୍ତ ହୋଇଥିଲା। ପରେ ପରେ ତାଙ୍କ ବଡ ଭାଇ ଏବଂ ମଝିଆଁ ଭାଇଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା। ଗତ ୨ ମାସ ପୂର୍ବେ ସୁଶାନ୍ତ ବିବାହ କରିଥିଲେ। ଏବେ ପରିବାରରେ ସୁଶାନ୍ତଙ୍କ ଗର୍ଭବତୀ ପତ୍ନୀ ଛଡ଼ା ଆଉ କେହି ନାହାନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/s_1692417288.jpg)