ବିଦ୍ୟୁତ କରେଣ୍ଟରେ ଚାଲିଗଲା ମା' ପୁଅଙ୍କ ଜୀବନ

ବାସୁଦେବପୁର ଘଟିଲା ଅଘଟଣ । ବିଦ୍ୟୁତ କରେଣ୍ଟ ଲାଗି ମା ସହ ୧୪ ବର୍ଷର ପୁଅର ଜୀବନ ଚାଲିଗଲା ।

Electric Shock

ବାସୁଦେବପୁର ଘଟିଲା ଅଘଟଣ । ବିଦ୍ୟୁତ କରେଣ୍ଟ ଲାଗି ମା ସହ ୧୪ ବର୍ଷର ପୁଅର ଜୀବନ ଚାଲିଗଲା । କସିଆ ସାମୁଦ୍ରିକ ଥାନା ସାନକୃଷ୍ଣପୁର ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି । ପାଣି ମୋଟର ନ ଚାଲିବାରୁ ସଜାଡ଼ିବାକୁ ଯାଇ ବିଦ୍ୟୁତ ଆଘାତ ପାଇଥିଲେ ମାଆ । ଏହା ପରେ ମାଆ ପୁଅ ଦୁହେଁ ଅଚେତ ହୋଇ ପଡ଼ିଯାଇଥିଲେ । ସେମାନଙ୍କୁ ତୁରନ୍ତ ବାସୁଦେବପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଉଭୟଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର ।