Advertisment

ସୁନା ମୂଲ୍ୟରେ ବିକ୍ରି ହେଉଛି ଅଙ୍ଗୁର ! ଗୋଟିଏ ଦାନାର ମୂଲ୍ୟ ଜାଣିଲେ,ଉଡ଼ିଯିବ ହୋସ୍‌

ଅଧିକ ଦାମ୍‌ ହୋଇଥିବାରୁ ଏହାକୁ ବଜାରରେ ଠେଲା ଗାଡ଼ିରେ ବିକ୍ରି କରାଯାଇନଥାଏ। ତେଣୁ ଏହାର ନିଲାମ କରାଯାଇଥାଏ। ନିଲାମ ବେଳେ ଯିଏ ଅଙ୍ଗୁରର ସର୍ବାଧିକ ମୂଲ୍ୟ ଲଗାଇଥାନ୍ତି, ତାଙ୍କୁ ହିଁ ଏହି ଅଙ୍ଗୁର ମିଳିଥାଏ।

Expensive Grapes

Expensive Grapes

Advertisment

ନୂଆଦିଲ୍ଲୀ: ଆଜିର ଏହି ମହଙ୍ଗା ଦୁନିଆରେ ଫଳ ହେଉ କି ପନିପରିବା ଏହାକୁ ଖାଇବା ପୂର୍ବରୁ କିଛି ଲୋକ ଅଛନ୍ତି, ଯେଉଁମାନେ ଏହାର କ୍ୱାଲିଟି ଓ ଦାମ୍‌ର ତୁଳନା କରିଥାନ୍ତି। ଆମେ ଆପଣଙ୍କୁ ଏମତି ଏକ ଅଙ୍ଗୁର ବିଷୟରେ କହିବୁ, ଯାହାର ଦାମ୍‌ ଜାଣିଲେ ଆପଣଙ୍କ ହୋସ୍‌ ଉଡ଼ିଯିବ। ଏହି ଅଙ୍ଗୁରର ଗୋଟିଏ ଦାନାର ମୂଲ୍ୟ ୩୦-୩୫ ହଜାର ଟଙ୍କାରେ ବିକ୍ରି ହୋଇଥାଏ।

Advertisment

ଅଧିକ ଦାମ୍‌ ହୋଇଥିବାରୁ ଏହାକୁ ବଜାରରେ ଠେଲା ଗାଡ଼ିରେ ବିକ୍ରି କରାଯାଇନଥାଏ। ତେଣୁ ଏହାର ନିଲାମ କରାଯାଇଥାଏ। ନିଲାମ ବେଳେ ଯିଏ ଅଙ୍ଗୁରର ସର୍ବାଧିକ ମୂଲ୍ୟ ଲଗାଇଥାନ୍ତି, ତାଙ୍କୁ ହିଁ ଏହି ଅଙ୍ଗୁର ମିଳିଥାଏ। ଏହି ଦାମୀ ଅଙ୍ଗୁରର ନାମ ‘ରୁବି ରୋମାନ(Rubi Roman Grapes)’। ଏହି ଅଙ୍ଗୁରର ସ୍ୱାଦ ଏତେ ମିଠା ଯେ, ଅନ୍ୟ ଅଙ୍ଗୁରର ସ୍ୱାଦ ଏହା ସାମ୍ନାରେ କିଛି ବି ନୁହେଁ। 

Advertisment

ବିଶେଷକରି ଜାପାନରେ ଏହି ଦାମୀ ଅଙ୍ଗୁର ଉତ୍ପାଦନ ହୋଇଥାଏ। ଏହି ଅଙ୍ଗୁରର ଦାନା ସାଧାରଣତଃ ଅନ୍ୟ ଅଙ୍ଗୁରର ଦାନା ଅପେକ୍ଷା ଟିକେ ବଡ଼ ଓ ଏହାର ସ୍ୱାଦ ମଧ୍ୟ ମିଠା। ଜାପାନରେ ଥିବା ଏକ କମ୍ପାନୀ ବ୍ୟତୀତ ଅନ୍ୟ କେହି ଏହି ଅଙ୍ଗୁର ଉତ୍ପାଦନ କରି ନଥାନ୍ତି।

ଏହା ଏତେ ଖାସ୍‌ ଯେ, ‘ରୁବି ରୋମାନ’ ଅଙ୍ଗୁରର ଗୋଟିଏ ଗୋଟିଏ ଦାନାକୁ ନିଲାମ ଡକା ଯାଇଥାଏ। ୨୦୨୦ ମସିହା ଏକ ନିଲାମୀରେ ଏକ ଅଙ୍ଗୁର ପେନ୍ଥାକୁ ୧୨ ହଜାର ଆମେରିକୀୟ ଡଲାର ଅର୍ଥାତ୍‌ ଭାରତୀୟ ମୁଦ୍ରା ୮.୮ ଲକ୍ଷ ଟଙ୍କାରେ ବିକ୍ରି କରାଯାଇଥିଲା। ୨୪ ଦାନା ଥିବା ଏହି ଅଙ୍ଗୁର ପେନ୍ଥାର ଏକ ଦାନାର ଦାମ୍‌ ୩୦ ହଜାର ଟଙ୍କା। ଏହି ଟଙ୍କାରେ ହୁଏତ ଜଣେ ସୁନା ଅଳଙ୍କାର କିଣିପାରିବ। 

Advertisment
Expensive Grapes Grapes Expensive Fruits
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ