Advertisment

ଗାଧୋଇବା ହେଲା କାଳ; ଚାଲିଗଲା ଜୀବନ

୬୭ ବର୍ଷ ହେଲା ସେ ଗାଧୋଇ ନଥିଲେ। ପାଣିକୁ ଥିଲା ତାଙ୍କର ଡର। ଲୋକେ ଜବରଦସ୍ତ ଗାଧୋଇଦେଲେ। ଚାଲିଗଲା ଜୀବନ। ପୂରା କାହାଣୀ ଜାଣିବାକୁ ପଢନ୍ତୁ…

ଅଦ୍ୟତନ ହୋଇଛି
'World's Dirtiest Man

Most dirty man never bathed for 67 years die after bathing

Advertisment

ପ୍ରାୟତଃ ଲୋକମାନେ ଶୀତ ଦିନରେ ଗାଧୋଇବାକୁ ଭୟ କରନ୍ତି। ପିଲାମାନଙ୍କ ଠାରୁ ଆରମ୍ଭ କରି ଅନେକ ବୟସ୍କମାନେ ମଧ୍ୟ ଗାଧୋଇବା ଅନେକ ସମୟରେ ପସନ୍ଦ କରନ୍ତି ନାହିଁ। ଶୀତ ଦିନରେ ଯେତେବେଳେ ସେମାନେ ଏହି ସୁଯୋଗକୁ ସହଜରେ ପାଆନ୍ତି, ସେମାନେ ଗାଧୋଇବା ଛାଡି ଦିଅନ୍ତି।

Advertisment

କିନ୍ତୁ ଏମିତି ବି କିଛି ଲୋକ ଅଛନ୍ତି ଯେଉଁମାନେ ଶୀତ ହେଉ କି ଖରା କେବେ ବି ଗାଧାନ୍ତି ନାହିଁ। ଏମିତି କି ସେମାନଙ୍କର ନିଜ ଶରୀର ବିଷୟରେ ମଧ୍ୟ କୌଣସି ଚିନ୍ତା ନଥାଏ।

ଏହି କାରଣରୁ ଇରାନର ଜଣେ ବ୍ୟକ୍ତି ଦୀର୍ଘ ବର୍ଷ ଧରି ଚର୍ଚ୍ଚାରେ ଅଛନ୍ତି। ୧ କି ୨ ବର୍ଷ ନୁହେଁ ସେ ପୂରା ୬୭ ବର୍ଷ ହେଲା ଗାଧୋଇ ନଥିଲେ। କିନ୍ତୁ ଯେତେବେଳେ ସେ ପ୍ରଥମ ଥର ଗାଧୋଇବାକୁ ମନସ୍ଥ କଲେ, ପରିସ୍ଥିତି ତାଙ୍କ ପାଇଁ କାଳ ହୋଇଗଲା। ସ୍ନାନ ହିଁ ତାଙ୍କ ଜୀବନ ନେଇଗଲା।

Advertisment

ରିପୋର୍ଟ ଅନୁଯାୟୀ, ଇରାନର ବାସିନ୍ଦା ଆମୁ ହାଜି ସମଗ୍ର ବିଶ୍ୱରେ ସବୁଠାରୁ ମଇଳା ବ୍ୟକ୍ତି ଭାବରେ ଜଣାଶୁଣା ଥିଲେ। ଏବେ ଜଣାପଡିଛି ଯେ ତାଙ୍କର ମୃତ୍ୟୁ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୪ ବର୍ଷ ହୋଇଥିଲା। ସେ ୬୭ ବର୍ଷ ଧରି ଗାଧୋଇ ନଥିଲେ।

Most dirty man never bathed for 67 years die after bathing(ଦୁନିଆର ସବୁଠାରୁ ମଇଳା ମଣିଷ)

ପ୍ରକାଶଥାଉଯେ ତାଙ୍କର ନ ଗାଧୋଇବା ପଛରେ ଏକ ଅଦ୍ଭୁତ ଭୟ ଥିଲା। ସେ ପାଣିକୁ ଭୟ କରୁଥିଲେ ଏବଂ ସେ ଭାବୁଥିଲେ ଯେ ଯଦି ସେ କେବେ ଭୁଲବଶତଃ ସ୍ନାନ କରିଦିଅନ୍ତି ତେବେ ସେ ଅସୁସ୍ଥ ହୋଇଯିବେ। ବର୍ତ୍ତମାନ ଜଣାଯାଇଛି ଯେ ତାଙ୍କ ଅନୁମାନ ଠିକ୍ ଥିଲା। ଖବର ଅନୁଯାୟୀ ରବିବାର ଦିନ ଦକ୍ଷିଣ ପ୍ରାନ୍ତ ଫାର୍ସର ଡେଗାହ ଗ୍ରାମରେ ତାଙ୍କର ଦେହାନ୍ତ ହୋଇଛି। ସ୍ନାନ କରିବାରୁ ତାଙ୍କ ମୃତ୍ୟୁ ହୋଇଛି।

Advertisment

କିଛି ମାସ ପୂର୍ବେ ଗାଁର ଲୋକମାନେ ତାଙ୍କୁ ଧରି ବାଥରୁମକୁ ନେଇଗଲେ ଏବଂ ମିଳିମିଶି ଗାଧୋଇଦେଲେ। କିନ୍ତୁ ସେବେଠାରୁ ତାଙ୍କ ସ୍ୱାସ୍ଥ୍ୟ ଖରାପ ହେବାକୁ ଲାଗିଲା। ପ୍ରଥମ ଥର ଗାଧୋଇବା ପରେ ତାଙ୍କର ଅସୁସ୍ଥତା ଲାଗି ରହିଲା ଏବଂ କିଛି ଦିନ ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ, ୨୦୧୩ ମସିହାରେ ତାଙ୍କ ଉପରେ " The Strange Life of Amou Haji" ନାମକ ଏକ ଡକ୍ୟୁମେଣ୍ଟାରୀ ମଧ୍ୟ ପ୍ରସ୍ତୁତ କରାଯାଇଥିଲା।

Most dirty man never bathed for 67 years die after bathing(ଖାଉଥିଲେ ପଶୁ ମଳ, ଧୂମପାନରେ ବି ନେଉଥିଲେ)

ତାଙ୍କ ବିଷୟରେ ଅଧିକ ସୂଚନା ଦେଇ ଏକ ରିପୋର୍ଟରେ କୁହାଯାଇଛି ଯେ ସେ ମୃତ ପଶୁମାନଙ୍କର ମାଂସ ଖାଇବାକୁ ପସନ୍ଦ କରୁଥିଲେ ଏବଂ ସିଗାରେଟ୍‌ ପାଇପ ମଧ୍ୟ ଧୂମପାନ କରୁଥିଲେ, କିନ୍ତୁ ତମାଖୁ ବଦଳରେ ସେ ଏଥିରେ ଶୁଖିଲା ପଶୁ ମଳ ବ୍ୟବହାର କରୁଥିଲେ। ଖୁବ କମ ବୟସରେ ସେ ବ୍ୟକ୍ତିଗତ ଭାବରେ ଅନେକ ଅସୁବିଧାର ସମ୍ମୁଖିନ କରିଥିଲେ। ଏନେଇ ସେ ନିଜକୁ ଦୁନିଆରୁ ଅଲଗା କରିବାକୁ ଚିନ୍ତା କରିଥିଲେ।

Ajab Gajab
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ