Advertisment

ବର୍ଷା ଆସିଲେ ଗାଁ ବୁଡ଼ି ଯିବାର ଭୟ, ଆତଙ୍କିତ ଅବସ୍ଥାରେ ଲୋକେ

ଯାଜପୁର ଜିଲ୍ଲାର ଧର୍ମଶାଳା ଓ ବରୀ ଅଞ୍ଚଳରେ ଥିବା ଦୁର୍ବଳ ନଦୀବନ୍ଧର ମରାମତି ହୋଇ ନଥିବାରୁ ଲୋକମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ବର୍ଷା ଦିନ ପୂର୍ବରୁ ନଦୀବନ୍ଧ ମରାମତି ସରିନଥିବାରୁ ପୁଣି ଘାଇ ସୃଷ୍ଟି ହେବାର ଆଶଙ୍କା ରହିଛି।

ଅଦ୍ୟତନ ହୋଇଛି
Monsoon Flood Fear Triggers Panic In Several Low Lying Odisha Villages

Monsoon Flood Fear Triggers Panic In Several Low Lying Odisha Villages

Advertisment

ରାଜ୍ୟରେ ମୌସୁମୀ ସକ୍ରିୟ ଥିବା ବେଳେ, ଲାଗି ରହିଛି ବର୍ଷା। ଯଦିଓ ନଦୀନାଳ ଫୁଲିବା ଭଳି ସ୍ଥିତି ନାହିଁ ତଥାପି ଉପକୂଳିଆଙ୍କ ଛାତି ଧଡ଼ପଡ଼। ଯାଜପୁର ଜିଲ୍ଲାର ଧର୍ମଶାଳା ଓ ବରୀ ଅଞ୍ଚଳରେ ଥିବା ଦୁର୍ବଳ ନଦୀବନ୍ଧର ମରାମତି ହୋଇ ନଥିବାରୁ ଲୋକମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ବର୍ଷା ଦିନ ପୂର୍ବରୁ ନଦୀବନ୍ଧ ମରାମତି ସରିନଥିବାରୁ ପୁଣି ଘାଇ ସୃଷ୍ଟି ହେବାର ଆଶଙ୍କା ରହିଛି। ସେପଟେ ଗତବର୍ଷର ଘାଇ ମଧ୍ୟ ସଠିକ୍‌ ଭାବେ ମରାମତି କରାଯାଇନଥିବା ଅଭିଯୋଗ ହୋଇଛି।

Advertisment

ନଦୀ ବନ୍ଧ ପାଇଁ ଡରି ଡରି ଜୀବନ ଜିଉଁଛନ୍ତି ବ୍ରାହ୍ମଣୀ ଓ ତାର ଶାଖା କେଲୁଅ ନଦୀ ଉପକୂଳିଆ। ଆଗକୁ ଯଦି ନଦୀ ନାଳ ଫୁଲିଲା ତେବେ କଥା ସରିଲା। ପୁଣି ଜଳବନ୍ଦୀ ସ୍ଥିତି ସୃଷ୍ଟି ହେବ ଆଉ ଧୋଇଯିବ ଫସଲ। ଏସବୁ କଥା ଭାବି ଭାବି ଲୋକଙ୍କ ଆଖିକୁ ନିଦ ଆସୁନଥିବା ବେଳେ ପ୍ରଶାସନର କିନ୍ତୁ ନିଦ ଭାଙ୍ଗୁନି।  ଗତ ବନ୍ୟାର ଘାଇ ତ ଠିକ୍ ସେ ମରାମତି ହୋଇନି, ଯେଉଁ ସ୍ଥାନରେ ଘଳିଆ ହୋଇଛି ସେ କଥା କିଏ ବା ପଚାରେ। 

Advertisment

୨୦୨୦ ମସିହା ଅଗଷ୍ଟ ମାସରେ ବନ୍ୟା ଆସିବା ଦ୍ୱାରା ନଦୀବନ୍ଧର ବିଭିନ୍ନ ସ୍ଥାନରେ ଏକାଧିକ ଘାଇ ହୋଇଥିଲା। ବାଲିଚର ହୋଇଥିଲା ଏକର ଏକର ଚାଷ। ମାତ୍ର ସେବେଠୁ ଘାଇର ମରାମତି ହୋଇନି। ଏପରିକି ବନ୍ଧର ବିଭିନ୍ନ ସ୍ଥାନରେ ମାଟି ଦବିବା ସହ ୧୦ରୁ ଅଧିକ ସ୍ଥାନରେ ଘଳିଆ ହୋଇଛି। ତୁରନ୍ତ ମରାମତି ନହେଲେ ଆଗକୁ ଦଇବ ସାହା ବୋଲି ସ୍ଥାନୀୟ ଲୋକ କହିଛନ୍ତି। ସେପଟେ ଦୁର୍ବଳ ନଦୀବନ୍ଧ ଚିହ୍ନଟ କରି ମରାମତି ପାଇଁ ବିଭାଗୀୟ କର୍ତ୍ତପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଜିଲ୍ଲାପାଳ କହିଛନ୍ତି। 

ପ୍ରତିଥର ବନ୍ୟା ଆସିଲେ ଉପକୂଳିଆ ଖାଲି ଜଳବନ୍ଦୀ ହୁଅନ୍ତିନି, ବରଂ ଗୋଳିଆ ପାଣିରେ ଗୋଳମାଳିଆ ହୋଇଯାଏ ଜୀବନ। ଧାନଠୁ ଧନ ସବୁ ଗୋଳି ପାଣି ତଳେ ଯାଏ ସଢି। 

Advertisment

(ଯାଜପୁରରୁ ଗୁଲାମ୍ ଗସ୍‌ଙ୍କ ରିପୋର୍ଟ)

Flood Monsoon
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ