Advertisment

ମାଙ୍କଡ଼ ପାଇଁ ଲଣ୍ଡା ହେଲେ... ଶୁଦ୍ଧିକ୍ରିୟା ବି କଲେ

ଗାଁରେ ରହୁଥିଲା, ହେଲେ ବିଜୁଳି ଖୁଣ୍ଟରେ ଲାଗି ଜୀବନ ଚାଲିଗଲା । ଆଉ ମାଙ୍କଡ଼ର ମୃତ୍ୟୁ ପରେ ଶୋକରେ ବୁଡ଼ିଗଲେ ଗାଁ ଲୋକେ । ମାଙ୍କଡ଼ର ଦେହାନ୍ତ ହେବା ପରେ କୀର୍ତ୍ତନ କରି ଶତ୍କାର କରିବା ସହିତ ଶୁଦ୍ଧକ୍ରିୟା ବି କରିଥିଲେ । ଖାଲି ଶୁଦ୍ଧକ୍ରିୟା ନୁହେଁ ବରଂ ମାଙ୍କଡ଼ର ଫଟୋକୁ ଧରି ଆଜି ବି ଭଜନ କୀର୍ତ୍ତନରେ ଗାଁ ପରିକ୍ରମା କରୁଛନ୍ତି ଲୋକେ । ଗୋଟିଏ ଗାଁରେ ମାଙ୍କଡ଼ ମରିଥିଲେ ବି ପାଖ ଗାଁର କୀର୍ତ୍ତନିଆ ଦଳ ଆସି ସେହି ଗାଁରେ କରୁଛନ୍ତି କୀର୍ତ୍ତନ

ଅଦ୍ୟତନ ହୋଇଛି
Monkey’s 11th day death ritual

Monkey’s 11th day death ritual

Advertisment

ଜୋରଦାରିଆ କୀର୍ତ୍ତନ ଚାଲିଛି, ଝାଞ୍ଜ ମୃଦଙ୍ଗ ବାଜୁଛି । ହରେକୃଷ୍ଣ ହରେକୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ଧ୍ୱନିରେ ପ୍ରକମ୍ପିତ ହେଉଛି ପୂରା ପରିବେଶ । ପିଲାଠୁ ବୁଢା ସମସ୍ତେ ଏକ ହୋଇଛନ୍ତି । କୀର୍ତ୍ତନରେ ସମସ୍ତେ ମଜିଯାଇଛନ୍ତି । ଖାଲି କୀର୍ତ୍ତନ କାହିଁକି ପ୍ରୀତିଭୋଜନ ସହ ପ୍ରସାଦ ସେବନର ବି ବ୍ୟବସ୍ଥା ହୋଇଛି । ଅରୁଆ ଭାତକୁ ଡାଲମା, ପୁଣି ଖଟା ତରକାରୀ ସାଙ୍ଗକୁ କ୍ଷୀରି ଖାଉଛନ୍ତି ସମସ୍ତେ । ଏମିତି ସବୁ ଆୟୋଜନ ଦେଖିବା ପରେ ଆପଣ ଭାବିଥିବେ ନିଶ୍ଚୟ କାହାର ଭୋଜିଭାତ ହେଉଛି । ଆମେ ଆପଣଙ୍କୁ କାହିଁକି ଦେଖାଉଛୁ ? ଦର୍ଶକବନ୍ଧୁ କୌଣସି ବାହାଘର କି ବ୍ରତଘର କି ପୂଜାପାଠ ହେଉନି । ବରଂ ମାଙ୍କଡ ମରିବା ପରେ ଏତେ ସବୁ ଆୟୋଜନ ହୋଇଛି ।

Advertisment

ଗାଁରେ ରହୁଥିଲା, ହେଲେ ବିଜୁଳି ଖୁଣ୍ଟରେ ଲାଗି ଜୀବନ ଚାଲିଗଲା । ଆଉ ମାଙ୍କଡ଼ର ମୃତ୍ୟୁ ପରେ ଶୋକରେ ବୁଡ଼ିଗଲେ ଗାଁ ଲୋକେ । ମାଙ୍କଡ଼ର ଦେହାନ୍ତ ହେବା ପରେ କୀର୍ତ୍ତନ କରି ଶତ୍କାର କରିବା ସହିତ ଶୁଦ୍ଧକ୍ରିୟା ବି କରିଥିଲେ । ଖାଲି ଶୁଦ୍ଧକ୍ରିୟା ନୁହେଁ ବରଂ ମାଙ୍କଡ଼ର ଫଟୋକୁ ଧରି ଆଜି ବି ଭଜନ କୀର୍ତ୍ତନରେ ଗାଁ ପରିକ୍ରମା କରୁଛନ୍ତି ଲୋକେ ।

ଗୋଟିଏ ଗାଁରେ ମାଙ୍କଡ଼ ମରିଥିଲେ ବି ପାଖ ଗାଁର କୀର୍ତ୍ତନିଆ ଦଳ ଆସି ସେହି ଗାଁରେ କରୁଛନ୍ତି କୀର୍ତ୍ତନ । ତାହା ପୁଣି ବିନା ପାରିଶ୍ରମିକରେ । ଯାହାକୁ ନେଇ ଚର୍ଚ୍ଚା ଚାଲିଛି । ଦର୍ଶକବନ୍ଧୁ ମାଙ୍କଡ଼ ପ୍ରତି ମଣିଷର ଥିବା ଭଲପାଇବା ଦେଖିବାକୁ ମିଳିଛି ବାଲେଶ୍ୱର ରେମୁଣା ତେନ୍ତୁଳିଦା ପଂଚାୟତ ଜାଗୁଳି ଗାଁରେ । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଦୀର୍ଘଦିନ ଧରି ମାଙ୍କଡ଼ ଗାଁରେ ଘର କରି ରହୁଥିଲା । ହେଲେ ୧୦ ଦିନ ତଳେ ବିଦ୍ୟୁତ୍‌ ତାରରେ ଲାଗି ତାର ମୃତ୍ୟୁ ହୋଇଥିଲା ।

Advertisment

ମାଙ୍କଡ଼ର ମୃତ୍ୟୁ ହେବା ପରଦିନ ଗାଁରେ ବୈଠକ ବସିଥିଲା ଏବଂ ନିଷ୍ପତ୍ତି ହେଲା ମାଙ୍କଡ଼ର ମଣିଷ ଭଳି ଶୁଦ୍ଧିକ୍ରିୟା ଗାଁରେ ହେବ । ତେଣୁ ଶୁଦ୍ଧକ୍ରିୟା ଲାଗି ସବୁ ପ୍ରକାର ପ୍ରସ୍ତୁତି କରିବା ସହିତ ପ୍ରୀତିଭୋଜନ ଲାଗି ପାଖଆଖ ଗାଁର ଲୋକଙ୍କୁ ବି ନିମନ୍ତ୍ରଣ ଦିଆଗଲା । ଏମିତିକି ମାଙ୍କଡ଼ ପାଇଁ ଲଣ୍ଡା ହୋଇଥିଲେ ଗାଁ ଲୋକେ । ଯାହାକୁ ନେଇ ଗାଁ ଲୋକଙ୍କୁ ପ୍ରଶଂସା ବି କରାଯାଇଛି ।

ଅନେକ ସମୟରେ ଦେଖାଯାଏ କି ମଣିଷ ସ୍ୱାର୍ଥପର ଓ ନିଷ୍ଠର ହୋଇଯାଏ । ହେଲେ ମାଙ୍କଡ଼ ପ୍ରତି ଥିବା ଭଲପାଇବାକୁ ଦେଖାଇଛନ୍ତି ରେମୁଣା ଅଂଚଳର ଏହି ଲୋକ । ଯାହା ମଣିଷ ଓ ମାଙ୍କଡ଼ ପ୍ରତି ଥିବା ଭଲପାଇବାର ନିତ୍ସକ ଉଦାହରଣ ।

Advertisment

(ରିପୋର୍ଟ- ରଣଜିତ୍‌ ପାକଳ, ବାଲେଶ୍ୱର)

Balasore
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ