Advertisment

ଅନ୍‌ଲାଇନ୍‌ ଗେମ୍‌ ଖେଳୁ ଖେଳୁ ଆକାଉଣ୍ଟରୁ କଟିଗଲା ସବୁ ଟଙ୍କା, ଆଉ ତା’ ପରେ....

ମହଙ୍ଗା ପଡିଲା ଅନ୍‌ଲାଇନ୍‌ ଗେମ୍‌ । ବ୍ୟାଙ୍କରୁ କଟିଗଲା ସବୁ ଟଙ୍କା । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଯୁବକ ଜଣକ ଅନ୍‌ଲାଇନ୍‌ ଗେମ୍‌ ଖେଇ ଆକାଉଣ୍ଟରୁ ସବୁ ପଇସା ଖର୍ଚ୍ଚ କରି ଘରୁ କୁଆଡେ ପାଳାଇଛନ୍ତି ।

ଅଦ୍ୟତନ ହୋଇଛି
Money was deducted from the account while playing online games

Money was deducted from the account while playing online games

Advertisment

ଭଦ୍ରକ (ପାର୍ଥ ସାରଥୀ ନାୟକ) କାଳ ହେଲା ଅନ୍‌ଲାଇନ୍‌ ଗେମ୍‌ । ବ୍ୟାଙ୍କରୁ କଟିଗଲା ସବୁ ଟଙ୍କା । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଅଞ୍ଚଳର ଜଣେ ଯୁବକ ଅନ୍‌ଲାଇନ୍‌ ଗେମ୍‌ ଖେଳରେ ଏତେ ବାୟା ହୋଇଗଲା ଯେ, କେତେବେଳେ ତାଙ୍କ ବ୍ୟାଙ୍କରୁ ସବୁ ଟଙ୍କା ଖର୍ଚ୍ଚ ହୋଇଗଲା ସେ ନିଜେ ବି ଜାଣିପାରିଲା ନାହିଁ । ଶେଷରେ ପରିବାର ଲୋକଙ୍କ ଭୟରେ ଘର ଛାଡି କୁଆଡେ ପଳାଇଲା ଯୁବକ ।

Advertisment

ସୂଚନା ଅନୁସାରେ, ଭଦ୍ରକ ଜିଲ୍ଲା ଧାମନଗର ବ୍ଲକର ହାତିବାଡି ଗାଁର ୧୯ ବର୍ଷୀୟ ଯୁବକ ଖଗେଶ୍ୱର ନାୟକ ନିଜ ଫୋନରେ  ଫ୍ରି ଫାୟାର ଓ ଆକ୍କା ଲୁଡୋ ଗେମ ଖେଳିବାରେ ବ୍ୟସ୍ତ ରହୁଥିଲେ । ଏମିତି କି ଗେମର ଗ୍ୟାଜେଟ୍‌ସ ପାଇଁ ପାଇଁ ବାପାଙ୍କ ବ୍ୟାଙ୍କ ଖାତାରେ ନିଜର ଫୋନ୍‌ ପେ ନମ୍ବରକୁ ଆଡ୍‌ କରି ଏହି ଆକାଉଣ୍ଟରୁ ହଜାର ହଜାର ଟଙ୍କା ଖର୍ଚ୍ଚ କରୁଥିଲେ । କିଛିଦିନ ପରେ ବ୍ୟାଙ୍କ ଖାତା ଅପ୍‌ଡଟ୍‌ କରିବାରୁ ଖଗେଶ୍ୱରର ବାପା ଜାଣିବାକୁ ପାଇଲେ କି ତାଙ୍କ ଆକାଉଣ୍ଟରୁ ପଇସା କଟୁଛି । ଏନେଇ ସେ ପୁଅ ଖଗେଶ୍ୱରକୁ ତାଗିଦ୍‌ କରିଥିବାରୁ ଖଗେଶ୍ୱର ନିଜ ଭୁଲ୍‌ ସ୍ୱୀକାର କରିବା ସହ ଆଗାମୀ ଦିନରେ ଆଉ ଗେମ୍‌ ଖେଳିବନି ବୋଲି କହିଥିଲା ।

ହେଲେ କିଛି ଦିନ ପରେ ଗତ ନଭେମ୍ୱର ୨ରୁ ଡିସେମ୍ୱର ୧ ତାରିଖ ମଧ୍ୟରେ ତାଙ୍କ ବ୍ୟାଙ୍କରୁ ୨୩ ହଜାର ୭୭୫ ଶହ ଟଙ୍କା ପଳାଇଛି । ଯାହା ପରେ ଖଗେଶ୍ୱର ଫୋନ୍‌କୁ ରଖି ଘରୁ କୁଆଡେ ପଳାଇଛନ୍ତି । ଉକ୍ତ ମୋବାଇଲ୍‌ରେ ଗେମ୍‌ ଅନ୍‌ଇଣ୍ଟଲ ହେବା ସହ ଗେମ୍‌ ସମ୍ପର୍କିତ କିଛି ମ୍ୟାସେଜ୍ ମଧ୍ୟ ଡିଲେଟ୍ କରାଯାଇଥିବାର ଜଣାପଡିଛି । ଏନେଇ ଖଗେଶ୍ୱରଙ୍କ ପରିବାର ଲୋକେ ଧାମନଗର ଥାନାରେ ଏତଲା ଦେଇଛନ୍ତି ।

Advertisment
Odisha Bhadrak Online Game
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ