Advertisment

ଗୋଡ଼କୁ ଲମ୍ବା କରିବାକୁ ଖର୍ଚ୍ଚ କଲେ ୧ କୋଟି ୩୪ ଲକ୍ଷରୁ ଅଧିକ; ଏବେ କରୁଛନ୍ତି ପଶ୍ଚାତାପ

ଲମ୍ବା ଗୋଡ ପାଇବା ପାଇଁ ଜଣେ ମଡେଲ ୧ କୋଟି ୩୪ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କଲେ। ବର୍ତ୍ତମାନ କିନ୍ତୁ ତାଙ୍କର ଏହି କାମ ପାଇଁ ସେ ଦୁଃଖ ପ୍ରକାଶ କରୁଛନ୍ତି। ମଡେଲ କହିଛନ୍ତି ଯେ ସେ ତାଙ୍କର ପୂର୍ବତନ ସ୍ୱାମୀଙ୍କ ନିର୍ଦ୍ଦେଶରେ ଏମିତି ସବୁ କରିଛନ୍ତି, କାରଣ ସେ ଲମ୍ବା ମହିଳାଙ୍କୁ ପସନ୍ଦ କରୁଥିଲେ।

ଅଦ୍ୟତନ ହୋଇଛି
Model spends more than one crore rupees on operations to lengthen her legs

Model spends more than one crore rupees on operations to lengthen her legs

Advertisment

ଲମ୍ବା ଗୋଡ ପାଇବା ପାଇଁ ଜଣେ ମଡେଲ ୧ କୋଟି ୩୪ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କଲେ। ବର୍ତ୍ତମାନ କିନ୍ତୁ ତାଙ୍କର ଏହି କାମ ପାଇଁ ସେ ଦୁଃଖ ପ୍ରକାଶ କରୁଛନ୍ତି। ମଡେଲ କହିଛନ୍ତି ଯେ ସେ ତାଙ୍କର ପୂର୍ବତନ ସ୍ୱାମୀଙ୍କ ନିର୍ଦ୍ଦେଶରେ ଏମିତି ସବୁ କରିଛନ୍ତି, କାରଣ ସେ ଲମ୍ବା ମହିଳାଙ୍କୁ ପସନ୍ଦ କରୁଥିଲେ।

Advertisment

ଡେଲି ମେଲର ରିପୋର୍ଟ ଅନୁଯାୟୀ ଏହି ମଡେଲଙ୍କ ନାଁ ଥେରେସିଆ ଫିସର ହୋଇଥିବା ବେଳେ ସେ ଜର୍ମାନୀର ବାସିନ୍ଦା। ଅପରେସନ୍ ପୂର୍ବରୁ ତାଙ୍କର ଉଚ୍ଚତା ୫ ଫୁଟ ୬ ଇଞ୍ଚ ଥିଲା। ଧାତବ ଛଡି ଦ୍ୱାରା ଗୋଡକୁ ଆଉ ପାଞ୍ଚ ଇଞ୍ଚ ଲମ୍ବା କରିବା ପାଇଁ ଥେରେସିଆଙ୍କୁ ଏକ କଷ୍ଟଦାୟକ ଅପରେସନ୍ କରିଥିଲେ। ଏହା ପରେ ସେ ୬ ଫୁଟ ହୋଇଯାଇଥିଲେ। ଏହି ଅପରେସନ କରିବାକୁ ତାଙ୍କୁ ୧ କୋଟି ୩୪ ଲକ୍ଷ ୨୪ ହଜାର ୩୮୪ ଟଙ୍କା ଖର୍ଚ୍ଚ କରିବାକୁ ପଡିଲା।

Advertisment

ଅପରେସନ୍ ପରେ ଥେରେସିଆର ଉଚ୍ଚତା ବୃଦ୍ଧି ପାଇଛି ସତ, କିନ୍ତୁ ବର୍ତ୍ତମାନ ସେ ବହୁତ ଦୁଃଖ କରୁଛନ୍ତି। ସେ କହିଛନ୍ତି ଯେ ତାଙ୍କ ପୂର୍ବତନ ସ୍ୱାମୀଙ୍କ ପାଇଁ ତାଙ୍କୁ ଏମିତି କରିବାକୁ ପଡିଥିଲା। ଥେରେସିଆ ଅଭିଯୋଗ କରିଛନ୍ତି ଯେ ତାଙ୍କର ପୂର୍ବରନ ସ୍ୱାମୀ ତାଙ୍କୁ ଅପରେସନ୍ କରିବା ପାଇଁ ବାଧ୍ୟ କରିଥିଲେ। ବର୍ତ୍ତମାନ ସେ ଚାହୁଁଛନ୍ତି ଯେ ସେ କେବେବି ଅପରେସନ୍ କରିବାକୁ ଚାହୁ ନଥିଲେ କାରଣ ସେ ସର୍ବଦା ସେହି ଚେହେରାକୁ ନେଇ ଖୁସି ଥିଲେ।

ଥେରେସିଆ କହିଛନ୍ତି ଯେ ତାଙ୍କ ସ୍ୱାମୀ ତାଙ୍କୁ କହିଥିଲେ, “ଥେରେସିଆ, ତୁମେ ଜାଣିଛ କି ମୁଁ ଡେଙ୍ଗା ମହିଳାଙ୍କୁ ପସନ୍ଦ କରେ। ତେଣୁ ଯଦି ତୁମେ ଏହି ଅପରେସନ୍ କରିବ, ଏହା ମତେ ଭଲ ଲାଗିବ।  ତୁମେ ୧୪ ସେମି ପର୍ଯ୍ୟନ୍ତ ଉଚ୍ଚା ହୋଇପାରିବ। ମୋ ବିନା ତୁମେ କିଛି କରିପାରିବ ନାହିଁ। ତୁମକୁ ମୋର ଆବଶ୍ୟକତା ଅଛି ।

Advertisment

ଥେରେସିଆ ଆହୁରି କହିଛନ୍ତି, “ମୁଁ ଲଜ୍ଜିତ, କାରଣ ମୁଁ ଏପରି ଏକ ଅପରେସନରେ ରାଜି ହୋଇଥିଲି ଯାହା ହେବା ଆବଶ୍ୟକ ନ ଥିଲା ।” ତେବେ ଅନ୍‌ଲାଇନ୍‌ରେ ବିଭିନ୍ନ ପ୍ରକାର ଖରାପ କମେଣ୍ଟକୁ ନେଇ ମଡେଲ୍ ଥେରେସିଆ କୁହନ୍ତି ଯେ “ମୁଁ ବର୍ତ୍ତମାନ ମୋର ଗୋଡ ପାଇଁ ଖୁସି ଏବଂ ସନ୍ତୁଷ୍ଟ ଅନୁଭବ କରୁଛି। କିନ୍ତୁ ଲୋକଙ୍କ ନକାରାତ୍ମକ ମନ୍ତବ୍ୟ ଏବଂ ସୋସିଆଲ ମିଡିଆରେ ଟ୍ରୋଲ ହେତୁ ଏହା ବହୁତ କଷ୍ଟ ଲାଗୁଛି।”

Ajab Gajab Ajab Gajab News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ