Advertisment

ମଡେଲ୍‌ଙ୍କ ଗୋଟିଏ ଦାନ୍ତକୁ ୧୫ ଲ‍କ୍ଷ!

ସୋସିଆଲ୍ ମିଡିଆରେ ଏମିତି ଏକ ଖବର ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଲା ଭଳି। ଜଣେ ବ୍ୟକ୍ତି ମଡେଲଙ୍କ ଦାନ୍ତର ପ୍ରେମରେ ପଡିଯାଇଥିଲେ। ସେ ତାଙ୍କ ଦାନ୍ତ କିଣିବାକୁ ଚାହୁଁଥିଲେ। ଏନେଇ ସେ ୧୫ ଲକ୍ଷ ଟଙ୍କା ଦେବାକୁ ରାଜି।

ଅଦ୍ୟତନ ହୋଇଛି
Model offered sell teeth to fan in 15 lakh rupees

Model offered sell teeth to fan in 15 lakh rupees

Advertisment

ଲୋକମାନେ ସୋସିଆଲ ମିଡିଆରେ ନିଜ ସହ ଜଡିତ ଅନେକ ଆଶ୍ଚର୍ଯ୍ୟଜନକ କାହାଣୀ ଶେୟାର କରନ୍ତି। ବର୍ତ୍ତମାନ ଏହି ସମୟରେ, ଜଣେ ଆମେରିକୀୟ ମଡେଲ୍ ଇଣ୍ଟର୍‌ନେଟ୍‌ରେ ତାଙ୍କର ଗୋଟିଏ ଅନୁଭୂତି ଲୋକଙ୍କ ସହ ଶେୟାର କରିଛନ୍ତି। ଏହି ମଡେଲଙ୍କ ନାମ ଏଲି ରେ’ ହୋଇଥିବା ବେଳେ ସେ ଲୋକଙ୍କ ସହିତ ତାଙ୍କର ଏକ ଅଦ୍ଭୁତ ଅନୁଭୂତି ବିଷୟରେ କହିଛନ୍ତି। ଏଲି କହିଛନ୍ତି ଯେ ତାଙ୍କର ଜଣେ ପ୍ରଶଂସକ ତାଙ୍କ ଦାନ୍ତ ମାଗିଥିଲେ। ଏହାର ପ୍ରତିବଦଳରେ ସେ ତାଙ୍କୁ ବହୁତ ଟଙ୍କା ଦେବାକୁ ମଧ୍ୟ ପ୍ରସ୍ତୁତ ଥିଲେ। ତେବେ ଆସନ୍ତୁ ଜାଣିବା ସମଗ୍ର ଘଟଣା କ’ଣ?

Advertisment

ଆଜିକାଲି ଅଧିକାଂଶ ଲୋକ ନିଜ ଜୀବନର କାହାଣୀକୁ ସୋସିଆଲ ମିଡିଆରେ ଲୋକଙ୍କ ସହ ଶେୟାର କରୁଥିବା ବେଳେ ଅନେକଙ୍କ ଘଟଣା ଅତ୍ୟନ୍ତ ଚକିତ କରିଦେଇଥାଏ। ଆମେରିକୀୟ ମଡେଲ ଏଲିଙ୍କ ସହ ଏଭଳି ଏକ ଅଦ୍ଭୁତ ଘଟଣା ମଧ୍ୟ ଘଟିଛି। ସେ ତାଙ୍କର ଏହି ଆଶ୍ଚର୍ଯ୍ୟଜନକ ଘଟଣାକୁ ଇଣ୍ଟରନେଟ୍‌ରେ ଲୋକଙ୍କୁ କହିଛନ୍ତି। ସେ କହିଥିଲେ ଯେ ତାଙ୍କର ଜଣେ ପ୍ରଶଂସକ ତାଙ୍କ ଦାନ୍ତକୁ ବହୁତ ଭଲ ପାଆନ୍ତି।

ରିପୋର୍ଟ ଅନୁଯାୟୀ, ଏଲି ଆମେରିକାର ବୋଷ୍ଟନ୍‌ ସହରରେ ରୁହନ୍ତି। ସେ କହିଛନ୍ତି ଯେ ତାଙ୍କର ଜଣେ ପ୍ରଶଂସକ ତାଙ୍କ ଦାନ୍ତକୁ ଏତେ ଭଲ ପାଉଥିଲେ ଯେ ସେ ତାଙ୍କ ଦାନ୍ତ ପାଇବାକୁ ଚାହୁଥିଲେ। ଏନେଇ ସେ ତାଙ୍କୁ ଦାନ୍ତ ମାଗିଥିଲେ। ଏଲି ତାଙ୍କର ଏହି ଦାବିରେ ରାଜି ହୋଇ ନଥିଲେ। କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ ତାଙ୍କ ପ୍ରଶଂସକ ଦାନ୍ତ କିଣିବାକୁ ଜିଦ୍ ଧରି ବସିଥିଲେ। ସେ ଦାନ୍ତ ବଦଳରେ ଏଲିଙ୍କୁ ୧୫ ଲକ୍ଷ ଟଙ୍କା ଦେବାକୁ ମଧ୍ୟ ପ୍ରସ୍ତାବ ଦେଇଥିଲେ।

Advertisment

ଏଲିଙ୍କ ପ୍ରଶଂସକ ତାଙ୍କୁ ଦନ୍ତ ଚିକିତ୍ସକଙ୍କ ପାଇଁ ଖର୍ଚ୍ଚ କରିଥିବା ଟଙ୍କା ଦେବାକୁ ମଧ୍ୟ ପ୍ରତିଶୃତି ଦେଇଥିଲେ। କିନ୍ତୁ ପ୍ରଶଂସକଙ୍କ ଏଭଳି ପାଗଳାମୀ ଦେଖି ଏଲି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତାଙ୍କର ବାରମ୍ବାର ଜିଦି ସତ୍ତ୍ୱେ ଏଲି ତାଙ୍କ ପ୍ରଶଂସକଙ୍କୁ ଦାନ୍ତ ଦେବାକୁ ମନା କରିଦେଇଥିଲେ। ଏଲି କୁହନ୍ତି ଯେ ସେ ଏହା ବିଷୟରେ ଭାବି ହସନ୍ତି।

ଏଲି ରେ’ ପୂର୍ବରୁ ଜଣେ ନର୍ସ ଭାବରେ କାମ କରୁଥିଲେ, କିନ୍ତୁ ବର୍ତ୍ତମାନ ସେ ଏହି ଚାକିରି ଛାଡିଦେଇଛନ୍ତି। ସେ ତାଙ୍କ ସ୍ୱାମୀଙ୍କ ସହିତ ଆଡଲ୍ଟ କଣ୍ଟେଣ୍ଟ ପ୍ରସ୍ତୁତ କରୁଛନ୍ତି। ପୂର୍ବରୁ ସେ ପ୍ରାୟ ୧୫ ବର୍ଷ ଧରି ନର୍ସ ଭାବରେ କାମ କରିଛନ୍ତି। ସେ ମାତ୍ର ଏଇ କେଇ ବର୍ଷ ହେବ ନର୍ସ ଚାକିରି ଛାଡି ଏହି କ୍ଷେତ୍ରରେ ପ୍ରବେଶ କରିଛନ୍ତି। ଏବେ ସେ ତାଙ୍କର ଏହି ନୂଆ କାମରୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ବର୍ତ୍ତମାନ ଲୋକମାନେ ତାଙ୍କୁ କୋଟିପତି ଏଲି ରେ’ ବୋଲି ଡାକୁଛନ୍ତି।

Advertisment
Ajab Gajab
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ