Model finds father her secret fan who pays to do vulgar performance
ଆଜିକାଲି, ବିଦେଶରେ ଶୀଘ୍ର ଟଙ୍କା ରୋଜଗାର କରିବା ପାଇଁ ଆଡଲ୍ଟ କଣ୍ଟେଣ୍ଟ କରିବାର ପାଗଳାମୀ ବଢି ଚାଲିଛି। ଯୁବପିଢିଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ଲୋକମାନେ ସମସ୍ତେ ଏହିପରି ସାଇଟ୍ଗୁଡିକର ଏକ ଅଂଶ ହୋଇଯାଉଛନ୍ତି, ଯେଉଁଥିରେ ଲୋକମାନେ ସେମାନଙ୍କର ଆପତ୍ତିଜନକ ଭିଡିଓ ଓ ଫଟୋ ବିକି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି।
ତେବେ ଏହା ଠିକ କି ଭୁଲ ତାହା କହିବା କଷ୍ଟକର। କିନ୍ତୁ ଏଭଳି ପରିସ୍ଥିତିରେ ସେମାନଙ୍କୁ ଅନେକ ଚ୍ୟାଲେଞ୍ଜ୍ର ସାମ୍ନା କରିବାକୁ ପଡେ। ନିକଟରେ ଜଣେ ମହିଳା ଏଭଳି ଏକ ପରିସ୍ଥିତିର ଶିକାର ହୋଇଥିବା କହିଛନ୍ତି। ତାଙ୍କ କହିବା କଥା ଯେ ତାଙ୍କ ଅଜାଣତରେ ତାଙ୍କ ବାପା ତାଙ୍କର ପ୍ରଶଂସକ ହୋଇଯାଇଥିଲେ। ଏନେଇ ସେ ମଧ୍ୟ ତାଙ୍କୁ ଟଙ୍କା ଦେଉଥିଲେ।
ଆଡଲ୍ଟ ସବ୍ସ୍କ୍ରିପ୍ସନ୍ ସାଇଟ୍ ‘ଓନ୍ଲିଫ୍ୟାନ୍ସ’ରେ କର୍ଲା ନାମକ ଜଣେ ମହିଳାଙ୍କ ଆକାଉଣ୍ଟ ଅଛି। ସେ ସାଇଟ୍ରେ ନିଜର ଆଡଲ୍ଟ କଣ୍ଟେଣ୍ଟ ତିଆରି କରି ବିକ୍ରି କରନ୍ତି। ସେ ମଧ୍ୟ ତାଙ୍କ ପ୍ରଶଂସକଙ୍କ ସହିତ ବ୍ୟକ୍ତିଗତ ଅଧିବେଶନ କରନ୍ତି ଯେଉଁଥିରେ ସେ ଲାଇଭ୍ ଦେଖାଦିଅନ୍ତି।
ଏହି ମହିଳା ଜଣକ ନିକଟରେ ଏକ ଟିକ୍ଟକ୍ ଭିଡିଓ ସେୟାର କରି କହିଥିଲେ ଯେ କିଛି ସମୟ ପୂର୍ବରୁ ସେ ତାଙ୍କର ଜଣେ ଅଜ୍ଞାତ ପ୍ରଶଂସକଙ୍କ ବାସ୍ତବତା ବିଷୟରେ ଜାଣିଥିଲେ। ଏହା ଜାଣି ତାଙ୍କ ହୋସ୍ ଉଡ଼ି ଯାଇଥିଲା।
କାର୍ଲା କହିଛନ୍ତି ଯେ ଦିନେ ତାଙ୍କର ଜଣେ ପ୍ରଶଂସକ ତାଙ୍କ ସହ ଯୋଗାଯୋଗ କରିଥିଲେ। ସେ ତାଙ୍କୁ ୧୧ ହଜାର ଟଙ୍କାରୁ ଅଧିକ ଦେଇ ଅଶ୍ଳୀଳ ଅଭିନୟ କରିବାକୁ ଅନୁରୋଧ କରିଥିଲେ। କାର୍ଲା ସେହି ବ୍ୟକ୍ତିର ସ୍ୱରକୁ ଚିହ୍ନି ପାରି ନ ଥିଲେ। କିନ୍ତୁ ସେ ଫୋନରେ କଥାବାର୍ତ୍ତା ବେଳେ ପଛରୁ ତାଙ୍କ ମାଆର ସ୍ୱର ଶୁଣିବାକୁ ପାଇଲେ। ଏହା ଶୁଣି କାର୍ଲାଙ୍କ ହୋସ୍ ଉଡିଯାଇଥିଲା। ସେ ସାଙ୍ଗେ ସାଙ୍ଗେ ଜାଣିନେଇଥିଲେ ଯେ ସେହି ଅଜଣା ପ୍ରଶଂସକ ହେଉଛନ୍ତି ତାଙ୍କ ନିଜ ବାପା।
କାର୍ଲା ଏହି ଭିଡିଓରେ କହିଛନ୍ତି ଯେ ତାଙ୍କର ଏହି ଅଜଣା ପ୍ରଶଂସକ ଏନରିକ୍ ନାମରେ ତାଙ୍କ ସହ ଅଜବ କାମ କରିବା ପାଇଁ ଏବଂ ଟଙ୍କା ପଠାଇବା ପାଇଁ ଯୋଗାଯୋଗ କରୁଥିଲେ। କିନ୍ତୁ ଥରେ ତାଙ୍କ ଭଳି ସମାନ ଅନୁରୋଧ ତ କଥାବାର୍ତ୍ତା ମାର୍କୋସ ନାମକ ଏକ ଆକାଉଣ୍ଟରୁ ଆସିଥିଲା। ଠିକ୍ ସେତିକିବେଳେ କାର୍ଲା ତାଙ୍କ ମା’ଙ୍କର ପାଟି ଶୁଣିବାକୁ ପାଇଥିଲେ। ଏହା ପରେ ସେ ବୁଝିଗଲଏ ଯେ ତାଙ୍କ ବାପାଙ୍କର ଦୁଇଟି ଆକାଉଣ୍ଟ୍ ଅଛି ଏବଂ ପ୍ରାୟ ଏକ ବର୍ଷ ଧରି ସେ ନିଜ ଝିଅର ଆପତ୍ତିଜନକ ଫଟୋ ଓ ଭିଡିଓ ଦେଖୁଥିଲେ ଏବଂ ତାଙ୍କୁ ଅଶ୍ଳୀଳ କାମ କରିବା ନେଇ ଟଙ୍କା ମଧ୍ୟ ଦେଉଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1644067781.jpg)