Mock drill of BJD MLAs conducted ahead of Presidential Polls
NDAର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ ସାଂସଦମାନଙ୍କୁ କହିଛନ୍ତି। ଦ୍ରୌପଦୀ ଓଡ଼ିଆ ଝିଅ ହୋଇଥିବାରୁ ରାଜ୍ୟ ପାଇଁ ଗର୍ବ ଓ ସମ୍ମାନର ବିଷୟ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହି ଅବସରରେ ଗତକାଲି ମୁଖ୍ୟମନ୍ତ୍ରୀ ଭର୍ଚୁଆଲ୍ ମୋଡରେ ବିଜେଡି ସାଂସଦମାନଙ୍କ ସହ ରାଜ୍ୟର ସ୍ୱାର୍ଥ ସମ୍ବଳିତ ବିଭିନ୍ନ ଦାବି ନେଇ ସାଂସଦମାନଙ୍କ ସହ ଆଲୋଚନା କରିଥିଲେ।
ଆସନ୍ତାକାଲି ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପାଇଁ NDA ପକ୍ଷରୁ ଦ୍ରୌପଦୀ ମୁର୍ମୁ ପ୍ରାର୍ଥୀ ହୋଇଥିବାବେଳେ ବିରୋଧୀଙ୍କ ପକ୍ଷରୁ ଯଶୋବନ୍ତ ସିହ୍ନା ପ୍ରାର୍ଥୀ ହୋଇଛନ୍ତି। ତେବେ ଦ୍ରୌପଦୀଙ୍କ ପଲ୍ଲା ଭାରି ରହିଛି।
ସେପଟେ ରାଷ୍ଟ୍ରପତି ନିର୍ବାଚନ ପାଇଁ ବିଜେଡି ବିଧାୟକଙ୍କୁ ତାଲିମ ଦିଆଯାଇଛି। ବିଧାୟକମାନେ କିପରି ଭୋଟ୍ ଦେବେ ସେନେଇ ଦଳ ପକ୍ଷରୁ ତାଲିମ ଦିଆଯାଇଛି। ବାଲଟ୍ ପେପରରେ କେମିତି ଭୋଟ୍ ଦିଆଯିବ, କିଭଳି ବାଲଟ୍ ପେପର ଫୋଲଡ ହେବ ଏବଂ ସବୁଠୁ ଗୁରୁତ୍ୱପୂର୍ଣ୍ଣ ସେମାନଙ୍କ ଭୋଟ୍ ଯେପରି ନାକଚ ନହେବ ସେଥିପ୍ରତି ଧ୍ୟାନ ଦେବାକୁ ବିଧାୟକଙ୍କୁ ଟ୍ରେନିଂ ଦିଆଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1658038875.jpg)