Advertisment

‘ଓଡ଼ିଶାରେ ୬ ହଜାର ଗାଁରେ ହେବ ମୋବାଇଲ୍‌ ଟାୱାର’

ମୋବାଇଲ୍‌ ଟାୱାର ପାଇଁ ୩୯୩୩ ସାଇଟ୍‌ସ ଚିହ୍ନଟ ହୋଇଛି। ଓଡ଼ିଶାରେ ୬ ହଜାର ଗାଁ ଅନ୍‌କଭର ରହିଛି, ତେଣୁ ନିଶ୍ଚିତ ମୋବାଇଲ୍‌ ଟାୱାର ହେବ।ପ୍ରେସ୍‌ମିଟ୍‌ରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହା କହିଛନ୍ତି।

ଅଦ୍ୟତନ ହୋଇଛି
Railway Minister Ashwini Vaishnaw

Railway Minister Ashwini Vaishnaw

Advertisment

ୟୁପିଏ ତୁଳନାରେ ମୋଦି ସରକାର ଅଧିକ ଅନୁଦାନ ଦେଉଛନ୍ତି। ଉଦାହରଣ ଭାବେ ଓଡ଼ିଶାକୁ ରେଳ ଅନୁଦାନ କଥା ନିଆଯାଉ। UPA ଶାସନରେ ଓଡ଼ିଶାକୁ ପାଖାପାଖି ୮ ଶହ କୋଟି ମିଳୁଥିଲା। ୨୦୧୪ରେ ମୋଦି ଆସିବା ପରେ ଓଡ଼ିଶାକୁ ୪୧୨୬ କୋଟି ମିଳିଲା। ବଜେଟ୍ ବ୍ୟୟ ବରାଦ ନେଇ ପ୍ରେସ୍‌ମିଟ୍‌ରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହା କହିଛନ୍ତି। 

Advertisment

ରେଳମନ୍ତ୍ରୀ କହିଛନ୍ତି, ‘ଆଗରୁ ଯେଉଁ ଅବହେଳା ହେଉଥିଲା, ତାହା ଆଜି ଆଉ ନାହିଁ। ଏଥର ରେକର୍ଡ ୯୭୩୪ କୋଟି ରେଳ ଅନୁଦାନ। ମିଳିମିଶି ଫଣ୍ଡ୍‌ସ୍‌ ୟୁଟିଲାଇଜେସନ କରିବା ଦରକାର। ଜମି ଅଧିଗ୍ରହଣ ଓ ଫରେଷ୍ଟ କ୍ଲିଅରାନ୍ସ ଉପରେ କାମ ନିର୍ଭର କରୁଛି। ଓଡ଼ିଶାରେ ୧୨ଟି ଷ୍ଟେସନ୍‌ର ଅପଗ୍ରେଡେସନ ହେବ।’

ମୋବାଇଲ୍‌ ଟାୱାର ପାଇଁ ୩୯୩୩ ସାଇଟ୍‌ସ ଚିହ୍ନଟ ହୋଇଛି। ଓଡ଼ିଶାରେ ୬ ହଜାର ଗାଁ ଅନ୍‌କଭର ରହିଛି, ତେଣୁ ନିଶ୍ଚିତ ମୋବାଇଲ୍‌ ଟାୱାର ହେବ। ଏହା ହେଉଛି ପ୍ରଧାନମନ୍ତ୍ରୀ ମୋଦିଙ୍କ ପୂର୍ବଦୋୟ ପରିକଳ୍ପନା। BSNL/MTNL ରିଭାଇଭାଲ୍ ପାଇଁ ଗତ ବର୍ଷ ୯୦ ହଜାର କୋଟି ମିଳିଛି। ଚଳିତ ବର୍ଷ BSNL/MTNL ପାଇଁ ୪୫ ହଜାର କୋଟି ମିଳିଛି। ଏନେଇ ପ୍ରେସ୍‌ମିଟ୍‌ରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି। 

Advertisment

ରେଳମନ୍ତ୍ରୀ ଆହୁରି କହିଛନ୍ତି, ଦେଶରେ 4G ଡିଜାଇନ ସରିଛି। 5Gରେ ଆଶାଠୁ ଅଧିକ ହୋଇଛି। ଚାଷୀଙ୍କୁ ମିଳୁଥିବା ଅର୍ଥ ବାଟ ମାରଣା ରୋକିବାକୁ ପଦକ୍ଷେପ ନେଇଛୁ। ଏଣିକି ଚାଷୀଙ୍କ ଖାତାକୁ MSP ଅର୍ଥ ସିଧାସଳଖ ଯିବ।

Ashwini Vaishnaw Railway Minister Ashwini Vaishnaw Rail Budget For Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ