Advertisment

ଖତ ଖାଉଛି ମୋବାଇଲ୍ ବ୍ୟାଙ୍କ...କୋଟି କୋଟି ଖର୍ଚ୍ଚ ସତ୍ତ୍ବେ ଲାଗୁନି କାମରେ...

ଖତ ଖାଉଛି ସମବାୟ ବ୍ୟାଙ୍କର ଭ୍ରାମ୍ୟମାଣ ବ୍ୟାଙ୍କ ଶାଖା । ବସ୍ ଭିତରେ ବନ୍ଦ ପଡ଼ିଛି ଟଙ୍କା ନେଣଦେଣ ମେସିନ୍। ଆଉ ପାଣିର ଗାର ପାଲଟିଛି ରାଜ୍ୟ ସରକାରଙ୍କ ସବୁ ଲୋକଙ୍କୁ ବ୍ୟାଙ୍କ ସେବାର ପ୍ରତିଶ୍ରୁତି ।

Mobile banking vehicles

Mobile banking vehicles

Advertisment

ଖତ ଖାଉଛି ସମବାୟ ବ୍ୟାଙ୍କର ଭ୍ରାମ୍ୟମାଣ ବ୍ୟାଙ୍କ ଶାଖା । ବସ୍ ଭିତରେ ବନ୍ଦ ପଡ଼ିଛି ଟଙ୍କା ନେଣଦେଣ ମେସିନ୍। ଆଉ ପାଣିର ଗାର ପାଲଟିଛି ରାଜ୍ୟ ସରକାରଙ୍କ ସବୁ ଲୋକଙ୍କୁ ବ୍ୟାଙ୍କ ସେବାର ପ୍ରତିଶ୍ରୁତି ।  ତେବେ ସବୁଠାରୁ ବଡ଼ କଥା ହେଉଛି କୁଆଡ଼େ ଗଲା ସରକାରଙ୍କ ଭ୍ରାମ୍ୟମାଣ ବ୍ୟାଙ୍କ ଶାଖା ପ୍ରତିଶ୍ରୁତି ? କାହିଁକି ଆଉ ଦେଖିବାକୁ ମିଳୁନି ସମବାୟ ବ୍ୟାଙ୍କର ମୋବାଇଲ୍ ଏଟିଏମ୍ ? କାହିଁକି ଫେଲ୍ ମାରିଲା କୋଟି କୋଟି ଟଙ୍କା ଖର୍ଚ୍ଚରେ ଆରମ୍ଭ ହୋଇଥିବା ଏ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ? 

Advertisment

୨୦୧୯ରେ ଜିଲ୍ଲାର ବାରିପଦା ଓ କରଞ୍ଜିଆ ଶାଖା ପାଇଁ ଦୁଇଟି ଭ୍ରାମ୍ୟମାଣ ଶାଖା ଆରମ୍ଭ ହୋଇଥିଲା । କିଛି ମାସ ଲୋକଙ୍କୁ ସେବା ଯୋଗାଇବା ପରେ ବର୍ଷ ବର୍ଷ ହେଲା ବ୍ୟାଙ୍କ ପରିସରରେ ଖତ ଖାଉଛି ଭ୍ରାମ୍ୟମାଣ ମୋବାଇଲ୍ ଏଟିଏମ୍ । କୋରାପୁଟ ଜିଲ୍ଲାରୁ ଆରମ୍ଭ କରି ଗଞ୍ଜାମ ଜଗନ୍ନାଥପୁର ବ୍ଲକ ଯାଏଁ ରାଜ୍ୟ ପ୍ରାୟ ସ୍ଥାନରେ ଭ୍ରାମ୍ୟମାଣ ବ୍ୟାଙ୍କ ଶାଖାର ସମାନ ଅବସ୍ଥା । ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ ସତ୍ତ୍ବେ ବ୍ୟାଙ୍କିଙ୍ଗ୍ ସେବା ମିଳୁନଥିବାରୁ ଲୋକଙ୍କ ମଧ୍ୟରେ ତେଜୁଛି ଅସନ୍ତୋଷ । ଅନ୍ୟପକ୍ଷରେ କେନ୍ଦ୍ର ସମବାୟ ବ୍ୟାଙ୍କ ଅଧିକାରୀଙ୍କ କହିବା କଥା, ଭ୍ରାମ୍ୟମାଣ ବ୍ୟାଙ୍କ ଶାଖାର ମେସିନ ବାରମ୍ବାର ଖରାପ ହେଉଛି । ଉପାନ୍ତ ଅଞ୍ଚଳକୁ ବସ୍ ଯାଉଥିବାରୁ ଏହାର ମରାମତି ପାଇଁ ବି ଟଙ୍କା ଦରକାର ପଡ଼ୁଛି । ଉପରିସ୍ଥ ଅଧିକାରୀ ଟଙ୍କା ଅନୁମୋଦନ କଲେ ପୁଣିଥରେ ଗାଁକୁ ଗଡ଼ିବ ଭ୍ରାମ୍ୟମାଣ ବ୍ୟାଙ୍କ ଶାଖା। 

ବ୍ୟାଙ୍କିଙ୍ଗ ବିଶେଷଜ୍ଞଙ୍କ କହିବା କଥା, ବ୍ୟାଙ୍କ ଶାଖା ଓ ଏଟିଏମ୍ ନଥିବା । ଅଞ୍ଚଳର ଲୋକଙ୍କ ସୁବିଧା ପାଇଁ ଭ୍ରାମ୍ୟମାଣ ବ୍ୟାଙ୍କ ଶାଖା ଖୋଲାଯାଇଥିଲା । ଏହି ଶାଖାଗୁଡ଼ିକ ବିଭିନ୍ନ ଅଞ୍ଚଳକୁ ଯାଇ ଲୋକଙ୍କୁ ବ୍ୟାଙ୍କ ସେବା ଯୋଗାଇଥାନ୍ତି । ତେବେ କେଉଁ କାରଣରୁ ଏ ଭ୍ରାମ୍ୟମାଣ ବ୍ୟାଙ୍କ ଶାଖା ବନ୍ଦ ହୋଇଛି, ତାହା ବ୍ୟାଙ୍କ କର୍ତ୍ତୃପକ୍ଷ ହିଁ କହିପାରିବେ । କିନ୍ତୁ ଯଦି ଗାଡ଼ି ମରାମତି କାରଣରୁ ଭ୍ରାମ୍ୟମାଣ ବ୍ୟାଙ୍କ ସେବା ବନ୍ଦ ରହିଛି, ତାହା ଅତ୍ୟନ୍ତ ଦୁଃଖଦାୟକ।

Advertisment

ଲୋକଙ୍କ ଦୂଆର ମୁହଁରେ ବ୍ୟାଙ୍କ ସେବା ପହଞ୍ଚାଇବାକୁ କୋଟି କୋଟି ଟଙ୍କା ଖର୍ଚ୍ଚ କରି କେନ୍ଦ୍ର ସମବାୟ ବ୍ୟାଙ୍କ ଜରିଆରେ ଆରମ୍ଭ ହୋଇଥିବା ଏ ଭ୍ରାମ୍ୟମାଣ ବ୍ୟାଙ୍କ ଶାଖା ପୁଣିଥରେ ଜୀବନ୍ୟାସ ପାଇବ ନା ଉଭାନ ହୋଇଯିବ, ତାହା ଏବେ ବଡ଼ ପ୍ରଶ୍ନ ।

ରାଜେଶ ପଣ୍ଡା, ମାଣିକ ଲାଲ୍ ପାଣି,  ଟି, ଗୌରୀଶଙ୍କର ଓ ନିରଞ୍ଜନ ରେଡ୍ଡୀଙ୍କ ରିପୋର୍ଟ, ଓଟିଭି... 

Advertisment
Banking Services Banking
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ