Advertisment

ଦରମା ବୃଦ୍ଧି ଦାବିରେ ‘ମୋ ବସ୍’ ଡ୍ରାଇଭରଙ୍କ ଆନ୍ଦୋଳନ, ‘ମାସକୁ ୧୮ ହଜାର ଟଙ୍କା ଦରମା କରାଯାଉ’

ଦରମା ବୃଦ୍ଧି ଦାବିରେ ‘ମୋ ବସ୍’ ଡ୍ରାଇଭର ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଫଳରେ ଆଜି ଭୁବନେଶ୍ୱରର ୧୪ଟି ରୁଟ୍‌ରେ ‘ମୋ ବସ୍’ ଚଳାଚଳ ବନ୍ଦ ରହିଛି। ଦରମା ବୃଦ୍ଧିକୁ ନେଇ ଡ୍ରାଇଭରମାନେ ଆନ୍ଦୋଳନ କରୁଥିବାରୁ ଭୁବନେଶ୍ୱରର ୧୪ଟି ରୁଟ୍‌ରେ ‘ମୋ ବସ୍’ ଚଳାଚଳ କରୁନି।

ଦରମା ବୃଦ୍ଧି ଦାବିରେ ‘ମୋ ବସ୍’ ଡ୍ରାଇଭରଙ୍କ ଆନ୍ଦୋଳନ, ‘ମାସକୁ ୧୮ ହଜାର ଟଙ୍କା ଦରମା କରାଯାଉ’

Mo Bus Drivers Launch Strike

Advertisment

ଭୁବନେଶ୍ୱର: ଦରମା ବୃଦ୍ଧି ଦାବିରେ ‘ମୋ ବସ୍’ ଡ୍ରାଇଭର ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଫଳରେ ଆଜି ଭୁବନେଶ୍ୱରର ୧୪ଟି ରୁଟ୍‌ରେ ‘ମୋ ବସ୍’ ଚଳାଚଳ ବନ୍ଦ ରହିଛି। ଦରମା ବୃଦ୍ଧିକୁ ନେଇ ଡ୍ରାଇଭରମାନେ ଆନ୍ଦୋଳନ କରୁଥିବାରୁ ଭୁବନେଶ୍ୱରର ୧୪ଟି ରୁଟ୍‌ରେ ‘ମୋ ବସ୍’ ଚଳାଚଳ କରୁନି। ସମ୍ ହସ୍ପିଟାଲ ନିକଟ ଡିପୋରୁ ‘ମୋ ବସ୍’ ଚଳାଚଳ ବନ୍ଦ ରହିଛି। 

Advertisment

ମୋ ବସ୍’ ଡ୍ରାଇଭରଙ୍କ ଅଭିଯୋଗ ଯେ, ୩ ବର୍ଷ ହେଲା ମାସକୁ ସେମାନଙ୍କୁ ୧୨ ହଜାର ଟଙ୍କା ଲେଖାଏ ଦରମା ମିଳୁଛି। ଏଥିରୁ କଟିକି ୧୧,୫୦୦ ଟଙ୍କା ଆସୁଛି। ତେଣୁ ଏହାକୁ ୧୮ ହଜାର ଟଙ୍କା କରାଯାଉ। ସେମାନେ ଆଉ ଏକ ଅଭିଯୋଗ ଆଣିଛନ୍ତି, ‘ମୋ ବସ୍’ ଚଲାଇବା ପାଇଁ ମହାରାଷ୍ଟ୍ରର ଘରୋଇ କମ୍ପାନୀ ଟ୍ରାଭେଲ ଟାଇମ୍‌କୁ ପରିଚାଳନା ଦାୟିତ୍ୱ ଦିଆଯାଇଛି। ତେବେ ଏହି କମ୍ପାନୀ ଲକ୍‌ଡାଉନ୍‌ ସମୟରେ ଡ୍ରାଇଭରଙ୍କୁ ଦରମା ଦେଇ ନାହିଁ।  ଏହାସହ ଶନିବାର, ରବିବାର ସଟ୍‌ଡାଉନ୍‌ ଥିବାରୁ ବସ୍ ଚଳାଚଳ କରୁନି। ସେହି ୨ ଦିନର ଦରମା ମଧ୍ୟ କାଟି ଦିଆଯାଉଛି। ପ୍ରୋଭିଡେଣ୍ଡ  ଫଣ୍ଡ ପାଇଁ ଦରମାରୁ ଟଙ୍କା କଟୁଥିଲେ ମଧ୍ୟ ତାହା ଡିପୋଜିଟ ହେଉନାହିଁ।  

Advertisment

ଆନ୍ଦୋଳନରତ ଡ୍ରାଇଭରଙ୍କ କହିବା ଅନୁଯାୟୀ, ‘ଆମେ ମାସକୁ ୧୨ ହଜାର ଟଙ୍କା ପାଉଛୁ। ସେଥିରୁ କଟିକି ୧୧,୪୦୦ ନହେଲେ ୧୧,୫୦୦ ଟଙ୍କା ଆସିଥାଏ। ହେଲେ ବର୍ତ୍ତମାନ ଯେଉଁଭଳି ଭାବରେ ଦରଦାମ ବୃଦ୍ଧି ପାଇଲାଣି ଏତିକି ଟଙ୍କାରେ ଚଳିବା ଅସମ୍ଭବ। ତେଣୁ ଆମର ଦାବି ଆମକୁ ୧୮ ହଜାର ଟଙ୍କା ଦିଆଯାଉ।’

ଖବର ପାଇ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ଡ୍ରାଇଭରଙ୍କ ଦାବି ପୂରଣ କରିବାକୁ ଦାବି କରିବା ସହ ସେ ବି ଆନ୍ଦୋଳନରେ ସାମିଲ ହୋଇଥିଲେ। ଏନେଇ ସୁର ରାଉତରାୟ କହିଛନ୍ତି,  ମୋ ବସ୍‌ ଚଳାଚଳ ଆରମ୍ଭରୁ ଏହି ଡ୍ରାଇଭରମାନେ ନିୟୋଜିତ ଅଛନ୍ତି। ଦିନ ରାତି ଏକ କରି ସେମାନେ ନିଷ୍ଠାର ସହ ଡ୍ୟୁଟି କରୁଛନ୍ତି। ହେଲେ ଏମାନଙ୍କୁ ମାତ୍ର ୧୨ ହଜାର ଟଙ୍କା ଦିଆଯାଉଛି। ତେଣୁ ସେମାନଙ୍କ ଦାବି ଅନୁଯାୟୀ, ଏହାକୁ ୧୮ ହଜାର ଟଙ୍କା କରାଯାଉ।’

Advertisment
Mo Bus Mo Bus Drivers
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ