Advertisment

ଭୟଙ୍କର ଦୃଶ୍ୟ : ଜଳିଗଲା ମୋ ବସ୍‌, ଚାଲୁଥିବା ବେଳେ ଲାଗିଲା ନିଆଁ

ରାଉରକେଲାରୁ ବେଦବ୍ୟାସ ଯାଉଥିବା ଏକ ମୋ ବସ୍‌ ଟିସିଆଇ ଛକ ନିକଟରେ ଜଳି ଯାଇଛି।

ଅଦ୍ୟତନ ହୋଇଛି
Mo Bus catches fire

Mo Bus catches fire

Advertisment

ମୋ ବସ୍‌ରେ ଲାଗିଲା ନିଆଁ । ରାଉରକେଲାରୁ ବେଦବ୍ୟାସ ଅଭିମୁଖେ ଯାଉଥିବା ସମୟରେ ହଠାତ୍‌ ଏକ ମୋ ବସ୍‌ରେ ନିଆଁ ଲାଗିଯାଇଛି । ବେଦବ୍ୟାସ ନିକଟ ଟିସିଆଇ ଛକରେ ଏହି ଅଘଟଣ ଘଟିଛି । ସୌଭାଗ୍ୟବଶତଃ ବସ୍‌ରେ ଥିବା ଯାତ୍ରୀମାନେ ଅଘଟଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଘଟଣା ପରେ ତୁରନ୍ତ ଦମକଳ ବାହିନୀକୁ ଖବର କରାଯାଇଥିଲା । 

Advertisment

ମୋ ବସ୍‌ରେ ଯାନ୍ତ୍ରିକ ତ୍ରୁଟି ପାଇଁ ନିଆଁ ଲାଗିଥିବା କୁହାଯାଉଛି । ପ୍ରଥମେ ବସ୍‌ରେ ଧୀରେ ଧୀରେ ନିଆଁ ଲାଗିଥିଲା । ପରେ ପୂରା ବସ୍‌ ନିଆଁର ଆଁକୁ ଚାଲିଯାଇଥିଲା । ଫଳରା ହୁତୁ ହୁତୁ ହୋଇ ଜଳିବାରେ ଲାଗିଲା । ଖରା ଦିନରେ ବିଚ୍‌ ରାସ୍ତାରେ ବସ୍‌ ଜଳୁଥିବା ଦେଖି ସ୍ଥାନୀୟ ଲୋକ ମଧ୍ୟ ଆତଙ୍କିତ ହୋଇ ପଡ଼ିଥିଲେ ।

ତେବେ ବସ୍‌ରେ ଥିବା ଯାତ୍ରୀ ଓ ବସ୍‌ କର୍ମଚାରୀ କୌଣସି ଅଘଟଣ ପୂର୍ବରୁ ଓହ୍ଲାଇ ଯାଇଥିଲେ । ଏଥିରେ କୌଣସି ପ୍ରକାର ମୃତାହତ ସୂଚନା ନାହିଁ । ଖବର ପାଇବା ପରେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା ଅଗ୍ନିଶମ ବିଭାଗ । ଆଉ ସେଠାରେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି କର୍ମଚାରୀ । ତେବେ ଦମକଳ ଗାଡ଼ି ପହଞ୍ଚିବା ପୂର୍ବରୁ ବସଟି ସମ୍ପୂର୍ଣ୍ଣ ଜଳି ଯାଇଥିବା ଜଣାପଡ଼ିଛି ।

Advertisment
Mo Bus
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ