Advertisment

ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମିଳିଲା ଜାମିନ

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। କ୍ୟାପିଟାଲ ହସ୍ପିଟାଲ୍‌ରେ ମିଛ ବାହାନା କରି ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଥିବା ନେଇ କିଛିଦିନ ପୂର୍ବେ ବିଜେପି ଅଭିଯୋଗ ଆଣିଥିଲା।

ଅଦ୍ୟତନ ହୋଇଛି
MLA Prashant Jagdev

MLA Prashant Jagdev

Advertisment

କଟକ: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ତେବେ ସାକ୍ଷୀଙ୍କୁ ପ୍ରଭାବିତ ନକରିବାକୁ ହାଇକୋର୍ଟ ସର୍ତ୍ତ ରଖିଛନ୍ତି। ତେବେ ଅନ୍ୟାନ୍ୟ ସର୍ତ୍ତ ରଖି ନିମ୍ନ ଅଦାଲତ ପ୍ରଶାନ୍ତଙ୍କୁ ଜାମିନରେ ଛାଡ଼ିବେ ବୋଲି ହାଇକୋର୍ଟ କହିଛନ୍ତି।

Advertisment

କ୍ୟାପିଟାଲ ହସ୍ପିଟାଲ୍‌ରେ ମିଛ ବାହାନା କରି ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଥିବା ନେଇ କିଛିଦିନ ପୂର୍ବେ ବିଜେପି ଅଭିଯୋଗ ଆଣିଥିଲା। ଗିରଫ ହେବା ପରେ ବି ସ୍ୱାସ୍ଥ୍ୟଗତ ସମସ୍ୟା ଥିବା ଦର୍ଶାଇ ପ୍ରଶାନ୍ତ ଜଗଦ୍ଦେବ ହସ୍ପିଟାଲ୍‌ରେ ଅଛନ୍ତି ବୋଲି ବିଜେପି ଅଭିଯୋଗ କରିଥିଲା। 

ସୂଚନାଥାଉ କି, ଗତ ୮ ତାରିଖ ଦିନ ଜାମିନ୍ ନାମଞ୍ଜୁର ହେବା ପରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଜେଲ୍ ପଠାଯାଇଥିଲା। ହେଲେ ସ୍ୱାସ୍ଥ୍ୟ ସମସ୍ୟା ଦର୍ଶାଇ ସେ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ବାଲୁଗାଁରେ ବିଜେପି ନେତାଙ୍କୁ ମାଡ଼ ମାରିବା ଅଭିଯୋଗରେ ପ୍ରଶାନ୍ତ ଜଗଦ୍ଦେବ ଗିରଫ ହୋଇଥିଲେ। 

Advertisment
Orissa High Court MLA Prashant Jagdev Chilika MLA Prashant Jagdev
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ