ବାରମ୍ବାର ଦାବି ସତ୍ତ୍ୱେ ଶୁଣିଲେନି ସରକାର: ନାଳ ପାଣିରେ ପଶି ପ୍ରତିବାଦ କଲେ ବିଧାୟକ ମହମ୍ମଦ ମୋକିମ

ସରକାର ନ ଶୁଣିବାରୁ ନାଳ ଭିତରେ ପଶି ପ୍ରତିବାଦ କରିଛନ୍ତି ବିଧାୟକ ମହମ୍ମଦ ମୋକିମ।

MLA Mohammad Moquim

ନର୍ଦ୍ଦମା ପାଣିରେ ପଶିଲେ ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମ । ଦୀର୍ଘ ବର୍ଷ ଧରି ବିପର୍ଯ୍ୟସ୍ତ ହୋଇ ରହିଥିବା ମୋକିମ ପେଟା ନାଳର ପୁନରୁଦ୍ଧାର ପାଇଁ ବାରମ୍ବାର ଦାବି ସତ୍ତ୍ୱେ ସରକାର ନ ଶୁଣିବାରୁ ଆଜି ବିଧାୟକ ନିଜେ ନାଳ ଭିତରେ ପଶି ପ୍ରତିବାଦ କରିଛନ୍ତି । ସିଡିଏ ଓ ବିଡ଼ାନାସୀବାସୀ କିଭଳି ଦୁର୍ଦ୍ଦଶାରେ ରହୁଛନ୍ତି, ତାହା ଦର୍ଶାଇବା ପାଇଁ ସେ ଆଜି ନାଳ ଭିତରେ ପଶିଥିବା କହିଛନ୍ତି ।

ଏନେଇ ବିଧାୟକ ମହମ୍ମଦ ମୋକିମ କହିଛନ୍ତି ଯେ, ପେଟା ନାଳର ପୁନରୁଦ୍ଧାର ଲାଗି ସେ ରାଜ୍ୟ ସରକାରଙ୍କ ନିକଟରେ ବାରମ୍ବାର ଦାବି କିରଛନ୍ତି । ବିଧାନସଭାରେ ମଧ୍ୟ ପ୍ରସଙ୍ଗ ଉଠାଇଛନ୍ତି । ହେଲେ ଏହା ସତ୍ତ୍ୱେ ସରକାର ନ ଶୁଣିବାରୁ ଆଜି ସେ ଏଭଳି ପ୍ରତିବାଦ କରିଛନ୍ତି ।