Advertisment

ମହଙ୍ଗା ପଡ଼ିଲା ନିୟମ ଉଲ୍ଲଂଘନ, ଚାନ୍ଦବାଲି ବିଧାୟକଙ୍କ ଗାଡ଼ି ଉପରେ ଫାଇନ୍‌

ମହଙ୍ଗା ପଡ଼ିଲା ନିୟମ ଉଲ୍ଲଂଘନ କରିବା। ଟ୍ରାଫିକ ନିୟମ ଉଲ୍ଲଂଘନ ଓ ନୋ ପାର୍କିଂ ଜୋନ୍‌ ଭିତରେ ବିଧାୟକଙ୍କ ଚାରି ଚକିଆ ଯାନ ପଶିବାରୁ ପୁରୀ ଟ୍ରାଫିକ ପୋଲିସ ୨,୦୦୦ଟଙ୍କା ଫାଇନ୍‌ କାଟିଛି।

MLA Byomkesh Ray

MLA Byomkesh Ray

Advertisment

ପୁରୀ: ମହଙ୍ଗା ପଡ଼ିଲା ନିୟମ ଉଲ୍ଲଂଘନ କରିବା। ଟ୍ରାଫିକ ନିୟମ ଉଲ୍ଲଂଘନ ଓ ନୋ ପାର୍କିଂ ଜୋନ୍‌ ଭିତରେ ବିଧାୟକଙ୍କ ଚାରି ଚକିଆ ଯାନ ପଶିବାରୁ ପୁରୀ ଟ୍ରାଫିକ ପୋଲିସ ୨,୦୦୦ଟଙ୍କା ଫାଇନ୍‌ କାଟିଛି। ଶ୍ରୀମନ୍ଦିର ସମ୍ମୁଖ ରାସ୍ତାରେ ଭଦ୍ରକର ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କ କାର୍‌ ନିୟମ ଉଲ୍ଲଂଘନ କରି ପ୍ରବେଶ କରିବା ଘଟଣାକୁ ନେଇ ପୁରୀ ପୋଲିସ୍ ଏହି ଚାଲାଣ କାଟିଛି। ଜଣେ ବିଧାୟକଙ୍କ ନାଁରେ ଚାଲାଣ କଟାଯିବାକୁ ନେଇ ଚର୍ଚ୍ଚା ଜୋର ଧରିଛି  

Advertisment

ଗତ କିଛି ଦିନ ପୂର୍ବେ ଶ୍ରୀମନ୍ଦିର ଚାରିପାଖରେ ଭିଡ଼କୁ ଦୃଷ୍ଟିରେ ରଖାଯାଇ ନୋ ପାର୍କିଂ ଜୋନ୍‌ କରାଯାଇଥିଲା। ସେହିପରି ଶ୍ରୀମନ୍ଦିର ସମ୍ମୁଖରେ କୌଣସି କାର୍‌ ଯାତାୟାତ ନେଇ କଟକଣା ଜାରି କରାଯାଇଛି। ଏହାକୁ ଉଲ୍ଲଂଘନ କରୁଥିବା ବ୍ୟକ୍ତି ବିଶେଷଙ୍କ ବିରୋଧରେ ପ୍ରତିଦିନ ଫାଇନ୍ କରାଯାଉଛି। 

ଗତକାଲି ବିଧାୟକଙ୍କ ଗାଡ଼ି କିପରି ଶ୍ରୀମନ୍ଦିର ସାମ୍ନାକୁ ପ୍ରବେଶ କଲା, ଏନେଇ ପ୍ରଶ୍ନ କରିବା ସହ ସୋସିଆଲ ମିଡିଆରେ ଏହାର ଭିଡିଓ ଛାଡ଼ି ସ୍ୱେଚ୍ଛାସେବୀ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଏହାପରେ ପୁରୀ ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ଚାନ୍ଦବାଲି ବିଧାୟକଙ୍କ ଗାଡ଼ିକୁ ୨ ହଜାର ଟଙ୍କା ଫାଇନ୍‌ କଟା ଯାଇଥିଲା। 

Advertisment
Puri Chandabali MLA Chandabali MLA Byomkesh Ray Violating Rules
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ