Advertisment

ଘରକୁ ଫେରିଲେ ଉତ୍ତମ, ଚିଠି ଲେଖି ଘରକୁ ଛାଡିଥିଲେ

ସ୍ତ୍ରୀଙ୍କ ପାଖକୁ ଶେଷ ଚିଠି ଲେଖି ଘରୁ ପଳେଇ ଯାଇଥିଲେ। କହିଥିଲେ, ମୋର ଭଲ ନହେଲା ପରି ରୋଗଟିଏ ହେଇଛି। ଆଉ ଭଲ ହେଇପାରିବ ନାହିଁ। ଗତକାଲି କିନ୍ତୁ ସେ ଘରକୁ ଫେରି ଆସିଛନ୍ତି। ତାଙ୍କର ରୋଗ ହୋଇଛି ବୋଲି ସେ ଭୁଲରେ ଭାବି ମାନସିକ ଭାବରେ ଭାଙ୍ଗି ପଡ଼ିଥିଲେ। ସେ ଘରକୁ ଫେରିବା ପରେ ସମସ୍ତଙ୍କ ମନରେ ଖୁସି ଦେଖାଦେଇଛି।

ଅଦ୍ୟତନ ହୋଇଛି
missing man uttam

missing man uttam

Advertisment

ବାଲେଶ୍ୱର ଜିଲ୍ଲା ଖଇରା ଥାନା ରାଇକୁଳା ଗାଁରେ ଘରୁ ଚାଲିଯାଇଥିବା ଯୁବକ ଏବେ ଫେରିଛନ୍ତି । ଆଗ୍ରାରେ ଥାଇ ଘର ଲୋକଙ୍କ ସହ ସମ୍ପର୍କ କରିବା ପରେ ସେ ଘରକୁ ଫେରିଛନ୍ତି ।

Advertisment

ଗତ କିଛିଦିନ ତଳେ ଜଳେଶ୍ୱର ଥାନା ନାମ୍ପୋ ଫାଣ୍ଡି ସରିସା ଗାଁର ଉତ୍ତମ ପଣ୍ଡା ତାଙ୍କ ଘରେ ଏକ ଚିଠି ଛାଡ଼ି ଘରୁ ଚାଲିଯାଇଥିଲେ । ତାଙ୍କର ଏକ ଗୁରୁତର ରୋଗ ହୋଇଥିବାରୁ ସେ ପରିବାର ପାଇଁ ଭାର ନହୋଇ ଘର ଛାଡ଼ି ଚାଲିଯାଇଥିବା ଚିଠିରେ ଉଲ୍ଲେଖ କରିଥିଲେ ।

ଉତ୍ତମ ହରିୟାଣାରେ ଏକ ଔଷଧ କମ୍ପାନିରେ କାମ କରନ୍ତି କିଛି ଦିନ ପାଇଁ ଘରକୁ ଆସିଥିବା ବେଳେ ସେ ଏଭଳି ଏକ ଚିଠି ଲେଖିଥିଲେ ଏହା ପରେ ପରିବାର ଲୋକ ତାଙ୍କୁ ଚାରିଆଡେ ଖୋଜି ନିରାଶ ହୋଇଥିଲେ । ଏପରିକି ଫାଣ୍ଡିରେ ଏକ ଲିଖିତ ଅଭିଯୋଗ ମଧ୍ୟ ଦେଇଥିଲେ । ଏବେ ଉତ୍ତମ ଘରକୁ ଫେରିବା ପରେ ପରିବାର ଲୋକେ ଆଶ୍ୱସ୍ତ ହୋଇଛନ୍ତି । ସେ ଘରକୁ ଫେରିବା ପରେ ସମସ୍ତଙ୍କ ମନରେ ଖୁସି ଦେଖାଦେଇଛି।

Advertisment
Missing Man Uttam
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ