Missing man returned home after 2 days in kendrapara
ନିଖୋଜ ହେବାପରେ ଲୋକେ ଭାବିଲେ କୁମ୍ଭୀର ଟାଣିନେଲା । ଉଦ୍ଧାରକାରୀ ବି ଖୋଜି ଖୋଜି କରି ପାଇଲେ ନାହିଁ । ହେଲେ ୨ ଦିନ ପରେ ନିଖୋଜ ବ୍ୟକ୍ତି ପୁଣି ଗାଁକୁ ଫେରିଲେ ।
କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ୍ ଅନ୍ତର୍ଗତ ଅଣ୍ଢରା ଗାଁରେ ଏହି ଘଟଣା ଘଟିଛି ।
କୁମ୍ଭୀର ଆତଙ୍କ ଲାଗି ରହିଥିବା ନଦୀକୂଳିଆ ଗାଁରେ ଗତ ୧୮ ତାରିଖରେ ସକାଳୁ ବ୍ରାହ୍ମଣୀ ନଦୀ କୂଳରେ ଗାମୁଛା, ଚପଲ ଓ ବାଇକ ପଡିଥିବା ଲୋକେ ଦେଖିବାକୁ ପାଇଥିଲେ । ସେସବୁ ସେହି ଗାଁର ୪୭ ବର୍ଷୀୟ ବିକ୍ରାନ୍ତ ମଲ୍ଲିକଙ୍କର ବୋଲି ଜଣାପଡ଼ିଥିଲା । ତାଙ୍କର ବି ଖୋଜ ଖବର ନଥିବାବେଳେ କୁମ୍ଭୀର ଟାଣି ନେଇଥିବା ସନ୍ଦେହ ବଢ଼ିଥିଲା ।
ପରିବାର ଲୋକେ ଓ ଗ୍ରାମବାସୀ ଆଶଙ୍କା ପ୍ରକାଶ କରି ଦମକଳ ବାହିନୀକୁ ଖବର ଦେଇଥିଲେ । ଦମକଳ ବାହିନୀ, ଓଡ୍ରାଫ ଟିମ୍ ନଦୀ ଭିତରେ ଖୋଜିଥିଲେ ମଧ୍ୟ ସନ୍ଧ୍ୟା ଯାଏ ବିକ୍ରାନ୍ତଙ୍କ କୌଣସି ପତ୍ତା ମିଳିପାରି ନଥିଲା । କିନ୍ତୁ ୨ ଦିନ ପରେ ସେ ଘରକୁ ଫେରିଥିଲେ ।
ଘରକୁ ଫେରିବା ପରେ ବିକ୍ରାନ୍ତ କହିଥିଲେ, ଜଣେ ବାବାଙ୍କ କହିବା ଅନୁଯାୟୀ ସେ ନଦୀ କୂଳକୁ ଯାଇଥିଲେ । ସ୍ନାନ କରି କିଛି ମନ୍ତ୍ର ପଢ଼ିବା ପରେ ତାଙ୍କର କ’ଣ ହୋଇଥିଲା, ସେ ଜାଣିପାରିନଥିଲେ । ଏହାପରେ ସେ ଚାଲି ଚାଲି କଟକ ପଳାଇଥିଲେ ବୋଲି କହିଛନ୍ତି । ଏହି ଘଟଣା ପାଇଁ ସେ ପ୍ରଶାସନ ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି l
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/s_1700632485.jpg)