Advertisment

ଶିକ୍ଷୟିତ୍ରୀ ନିଖୋଜ ଘଟଣା: ପୋଲିସ୍ ହେପାଜତରୁ ସ୍କୁଲ୍‌ ପରିଚାଳନା କମିଟି ସଭାପତି ଚମ୍ପଟ

ବହୁ ଚର୍ଚ୍ଚିତ ବଲାଙ୍ଗିର ମହାଲିଙ୍ଗର ସ୍କୁଲ୍‌ ଅଧ୍ୟକ୍ଷା ନିଖୋଜ ମାମଲାରେ ଅଟକ ଥିବା ସ୍କୁଲ ପରିଚାଳନା କମିଟି ସଭାପତି ଗୋବିନ୍ଦ ସାହୁ ପୋଲିସ୍‌ ହେପାଜତରୁ ଚମ୍ପଟ ମାରିଛନ୍ତି। ହାତ ଧୋଇବାକୁ ଯିବାକୁ କହି ପୋଲିସ୍ ବ୍ୟାରେକ୍‌ ସେ ଖସି ଯାଇଛନ୍ତି।

ଅଦ୍ୟତନ ହୋଇଛି
Missing Lady Teacher Case

Missing Lady Teacher Case

Advertisment

ବଲାଙ୍ଗିର: ବହୁ ଚର୍ଚ୍ଚିତ ବଲାଙ୍ଗିର ମହାଲିଙ୍ଗର ସ୍କୁଲ୍‌ ଅଧ୍ୟକ୍ଷା ନିଖୋଜ ମାମଲାରେ ଅଟକ ଥିବା ସ୍କୁଲ ପରିଚାଳନା କମିଟି ସଭାପତି ଗୋବିନ୍ଦ ସାହୁ ପୋଲିସ୍‌ ହେପାଜତରୁ ଚମ୍ପଟ ମାରିଛନ୍ତି। ଟିଟିଲାଗଡ଼ ପୋଲିସ୍ ବ୍ୟାରେକ୍‌ରେ ଅଟକ ଥିବା ଗୋବିନ୍ଦ ଗତକାଲି ରାତିରେ ପୋଲିସ୍ ହେପାଜତରୁ ଚମ୍ପଟ ମାରିଥିବା ସୂଚନା ମିଳିଛି। ହାତ ଧୋଇବାକୁ ଯିବାକୁ କହି ପୋଲିସ୍ ବ୍ୟାରେକ୍‌ ସେ ଖସି ଯାଇଛନ୍ତି। କର୍ତ୍ତବ୍ୟରେ ଅବହେଳା ପାଇଁ ଦାୟିତ୍ୱରେ ଥିବା ୩ ଜଣ ପୋଲିସ୍‌ କର୍ମଚାରୀଙ୍କୁ ସସ୍‌ପେଣ୍ଡ୍‌ କରାଯାଇଛି। 

Advertisment

ଘଟଣା ପରେ ଟିଟିଲାଗଡ଼ ପୋଲିସ୍ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇଛି। ରାସ୍ତା ଘାଟ ସିଲ୍ କରି ଯାଞ୍ଚ କରାଯାଉଛି। ତେବେ ଗୋବିନ୍ଦ ସାହୁ ଚମ୍ପଟ ମାରିବା ଏବେ ମାମଲାରେ ଅନେକ ପ୍ରଶ୍ନ ସୃଷ୍ଟି କରିଛି। ପୋଲିସ୍ ହେପାଜତରେ ଥିବା ଗୋବିନ୍ଦ କାହିଁକି ଫେରାର ହେଲେ ? ସେ ଚମ୍ପଟ ମାରିବା ପଛରେ କାହାର ହାତ ରହିଛି ? କିଭଳି ପୋଲିସ୍ ବ୍ୟାରେକ୍‌ରୁ ଚମ୍ପଟ ମାରିଲେ ଗୋବିନ୍ଦ ? ଏସବୁକୁ ନେଇ ଏବେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି।

Advertisment

ବଲାଙ୍ଗିର ତୁରେକେଲା ଥାନା ଅନ୍ତର୍ଗତ ଝରଣୀ ଗାଁର ମମିତା ମେହେର ସ୍କୁଲ ଯିବା ପାଇଁ ଗତ ୮ ତାରିଖରେ ଘରୁ ବାହାରିଥିଲେ। ହେଲେ ସେବେଠୁ ତାଙ୍କ ସମ୍ପର୍କରେ କୌଣସି ଖବର ମିଳିପାରି ନାହିଁ। ଏହା ପଛରେ ସ୍କୁଲ ପରିଚାଳନା କମିଟି ସଭାପତି ଗୋବିନ୍ଦ ସାହୁଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କରିଥିଲେ ପରିବାର ଲୋକେ। ମାମଲାରେ ତାଙ୍କୁ ୪ ଦିନ ଧରି ଅଟକ ରଖି ପଚରାଉଚରା କରୁଥିଲା ପୋଲିସ୍। ହେଲେ ଗତକାଲି ରାତିରେ ସେ ପୋଲିସ୍ ହେପାଜତରୁ ଚମ୍ପଟ ମାରିଛନ୍ତି।

Mamita Meher Missing Lady Teacher Case Mamita Meher Missing Case Bolangir
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ