Advertisment

ବାପାର ଅସ୍ଥି ଧରି କାନ୍ଦୁଛି ପୁଅ : କାଉଡ଼ିଆ ଯାତ୍ରାରେ ଆସିଥିଲେ, ହେଲେ ଫେରିଲେନି

ବୋଲବମ୍ ପାଣି ନେଇ ପୁରୀ ଆସିଥିଲେ ବାପା, ହେଲେ ଅସ୍ଥି ପାଲଟିଗଲେ...

ଅଦ୍ୟତନ ହୋଇଛି
Special story

Special story

Advertisment

'ବାପାକୁ ପୋଡ଼ି ଅସ୍ଥି ଧରେଇଦଲେ, ଘରକୁ ପଳାଅ କହିଲେ..।  ମୋ ବାପାକୁ ସେମାନେ ପିଟି ପିଟି ମାରିଦେଇଛନ୍ତି ।  ବାପାଙ୍କ ହାତରେ ବନ୍ଧା ହେବାର ଚିହ୍ନ ଅଛି । ଆଖିରେ ବିଧା ମାରିବାର ଚିହ୍ନ ମଧ୍ୟ ରହିଛି ।  ତାଙ୍କର କିଛି ରୋଗବ୍ୟାଧି ନଥିଲା । ’ ନ୍ୟାୟ ପାଇଁ ରାଜଧାନୀର ରାଜରାସ୍ତାରେ ପୁଅ । ପୁରୀ ପୋଲିସର କାର୍ଯ୍ୟକୁ ସନ୍ଦେହ କରି ନିଜ ବାପା ମୃତ୍ୟୁର କାରଣ ଖୋଜିବା ଲାଗି ପୁଅ ରାଜଧାନୀରେ ବାପାର ଅସ୍ଥି ଧରି ପୁଅ ବୁଲୁଥିବାର ଦେଖିବାକୁ ମିଳିଛି ।

Advertisment

ଗତ ୨୯ ତାରିଖ ଦିନ ତାଙ୍କ ବାପା ମୋହନ ଜେନା ବୋଲବମରେ ଘରୁ ବାହାରିଥିଲେ । ଗାଁ ଲୋକଙ୍କ ସହ ବସରେ ଆସି ଗଂଜାମ ପଞ୍ଚମହାଦେ ଠାରେ ଜଳଲାଗି କରିଥିଲେ । ପରେ ସମସ୍ତେ ବସ ଯୋଗେ ପୁରୀ ଆସି ବୁଲୁଥିବା ବେଳେ ମୋହନଙ୍କ ବ୍ୟାଗ ଚୋରି ହୋଇ ଯାଇଥିଲା ।

ବ୍ୟାଗ ଖୋଜିବା ବେଳେ ମୋହନକୁ ଛାଡି ଚାଲି ଯାଇଥିଲା ବସ୍‌ । ବାପା ନ ଫେରିବାରୁ ତାଙ୍କ ପୁଅ ପୁରୀ ଆସି ସିଂହଦ୍ୱାର ଥାନାରେ ନିଖୋଜ ନେଇ ଏତଲା ଦେଇଥିଲେ । ତେବେ ହଠାତ ଗୁରୁବାର ଦିନ ଦୁଇ ପୁଅଙ୍କୁ ଡକାଇ ତାଙ୍କ ବାପାଙ୍କ ମୃତଦେହ ଦେଖାଇଥିଲା ସିଂହଦ୍ୱାର ପୋଲିସ, ଏମିତିକି ସେହି ସମୟରେ ପୋଷ୍ଟମର୍ଟମ ବି ହୋଇ ସାରିଥିଲା । ତେବେ ପରିବାର ଲୋକଙ୍କୁ ନଜଣାଇ କିପରି ପୋଷ୍ଟମର୍ଟମ ହେଲା ପଚାରିବାରୁ ପୋଲିସ ନାଲି ଆଖି ଦେଖାଇ ବାପାଙ୍କ ଅସ୍ଥି ଦେଇ ବିଦା କରିଥିବା ଅଭିଯୋଗ ହୋଇଛି ।

Advertisment

ସେପଟେ ଏ ନେଇ ପୋଲିସକୁ ପଚାରିବାରୁ ସବୁକିଛି ନିୟମ ମୁତାବକ ହୋଇଛି ବୋଲି କହିଛନ୍ତି । ପୋଷ୍ଟମର୍ଟମ ରିପୋର୍ଟ ଆସିଲେ କାରଣ ଜଣାପଡିବ ବୋଲି କହିଛି ଚନ୍ଦନପୁର ଥାନା ପୋଲିସ ।

Tragic Incident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ