Advertisment

୨ ବର୍ଷ ଗୁପ୍ତ ଡେଟିଂ ପରେ ବାହା ହେଲେ ଦୁଇ ସୁନ୍ଦରୀ

ବିବାହ ଏକ ପବିତ୍ର ବନ୍ଧନ ହୋଇଥିବା ବେଳେ ଏନେଇ ଜଣେ ପୁରୁଷ ଓ ଜଣେ ମହିଳାଙ୍କ ହୃଦୟ ମିଶିଥାଏ। କିନ୍ତୁ ୨ ନାମକରା ସୁନ୍ଦରୀ ପରସ୍ପରଙ୍କୁ ବିବାହ କରିବା ନିଶ୍ଚିତ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବ। ଆସନ୍ତୁ ଜାଣିବା କିଏ ସେମାନେ…

ଅଦ୍ୟତନ ହୋଇଛି
Miss argentina mariana varela married miss Puerto rico fabiola valentin

Miss argentina mariana varela married miss Puerto rico fabiola valentin

Advertisment

ପରସ୍ପରକୁ ବିବାହ କରିଛନ୍ତି ଦୁଇ ମହିଳା। ମିସ୍ ଆର୍ଜେଣ୍ଟିନା ମାରିଆନା ବରେଲା ଏବଂ ମିସ୍ ପୁଏର୍ତୋ ରିକୋ ଫାବିଓଲା ଭାଲେଣ୍ଟାଇନ୍ ପରସ୍ପରକୁ ବିବାହ କରିଛନ୍ତି ଆଉ ସେମାନଙ୍କ ସମ୍ପର୍କକୁ ଅଫିସିଆଲ୍ କରିଛନ୍ତି। ସୋସିଆଲ ମିଡିଆରେ ଏହି ଦମ୍ପତି ଘୋଷଣା କରିଛନ୍ତି ଯେ ସେମାନେ ବର୍ତ୍ତମାନ ବିବାହିତ।

Advertisment

କୁହାଯାଉଛି ଯେ ଏହି ସୁନ୍ଦର ଯୋଡି ବିବାହ ପୂର୍ବରୁ ୨ ବର୍ଷ ପର୍ଯ୍ୟନ୍ତ ଗୁପ୍ତ ଡେଟିଂ କରୁଥିଲେ। ୨୦୨୦ରେ ମିସ୍ ଗ୍ରାଣ୍ଡ୍‌ ଇଣ୍ଟରନ୍ୟାସ୍‌ନାଲ୍‌ (MGI) ବେଳେ ଦୁହେଁ ପ୍ରଥମେ ସାକ୍ଷାତ ହୋଇଥିଲେ। ଏହି ପ୍ରତିଯୋଗିତା ପରେ ମଧ୍ୟ ଦୁହେଁ ଯୋଗାଯୋଗରେ ଥିଲେ। ପରେ ଭଲ ବନ୍ଧୁ ହେଲେ।

ସମ୍ପ୍ରତି ଏହି ଦମ୍ପତି ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରି ସେମାନଙ୍କ ସମ୍ପର୍କ ଏବଂ ବିବାହର କିଛି ମୁହୂର୍ତ୍ତର ଝଲକ ଦେଖାଇଛନ୍ତି। ଭିଡିଓର କ୍ୟାପ୍‌ସନ୍‌ରେ ଲେଖଅଛନ୍ତି ଯେ ବରେଲା ଏବଂ ଭାଲେଣ୍ଟାଇନ୍ ଅକ୍ଟୋବର ୨୮ରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।

Advertisment

ନିଜ ବିବାହ ଘୋଷଣା ପରେ MGI ପେଜେଣ୍ଟର ସାଥୀ ପ୍ରତିଯୋଗୀମାନଙ୍କ ସହ ଅନେକ ସୋସିଆଲ୍ ମିଡିଆ ବ୍ୟବହାରକାରୀ ମାରିଆନା ବରେଲା ଓ ଫାବିଓଲା ଭାଲେଣ୍ଟାଇନ୍‌ଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଭିଡିଓରେ ଏହି ଯୋଡି ଏକାଠି ଛୁଟି କାଟୁଥିବା ଦେଖିବାକୁ ମିଳିଛି। ଉଭୟ ସେମାନଙ୍କ ବିବାହର କିଛି ଝଲକ ମଧ୍ୟ ଶେୟାର କରିଛନ୍ତି। ଭିଡିଓ କ୍ଲିପ୍‌ରେ ଉଭୟ ଧଳା ପୋଷାକରେ ନଜର ଆସିଛନ୍ତି।

Miss argentina mariana varela married miss Puerto rico fabiola valentinମିସ୍ ଆର୍ଜେଣ୍ଟିନା ମାରିଆନା ବରେଲା ଏବଂ ମିସ୍ ପୁଏର୍ତୋ ରିକୋ ଫାବିଓଲା ଭାଲେଣ୍ଟାଇନ୍
Advertisment

୨୦୨୦ରେ ମିସ୍ ଗ୍ରାଣ୍ଡ୍‌ ଇଣ୍ଟର୍‌ନ୍ୟାସ୍‌ନାଲ୍‌ ପେଜେଣ୍ଟ ସମୟରେ ବରେଲା ଏବଂ ଭାଲେଣ୍ଟାଇନ୍ ଭେଟିଥିଲେ। ବରେଲା ମିସ୍ ୟୁନିଭର୍ସ ୨୦୧୯ରେ ଆର୍ଜେଣ୍ଟିନାକୁ ପ୍ରତିନିଧିତ୍ୱ କରିଥିଲେ। ସେ ମିସ୍ ଗ୍ରାଣ୍ଡ୍‌ ଇଣ୍ଟର୍‌ନ୍ୟାସ୍‌ନାଲ୍ ୨୦୨୦ର ଶ୍ରେଷ୍ଠ ୧୦ରେ ସ୍ଥାନ ପାଇଥିଲେ। ଏହି ଯୋଡି ଅନେକ ପ୍ରସିଦ୍ଧ ମଡେଲିଂ ଏଜେନ୍ସି ସହିତ ମଧ୍ୟ କାମ କରିଛନ୍ତି।

Marriage Ajab Gajab
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ