Miscreants loot Rs 1.2 lakh from youth
ସେୟାର ମାର୍କେଟରେ ଟଙ୍କା ଲଗାଇବାକୁ କହି ଠକିନେଲେ ଅଢ଼େଇ ଲକ୍ଷ । ଏଭଳି କିଛି ଘଟଣା ଏବେ ରାଜଧାନୀରେ ଚାଞ୍ଚଲ୍ୟ ଖେଳାଇଛି । ସୋସିଆଲ୍ମିଡିଆରେ ସେୟାର ମାର୍କେଟ ନାଁରେ ବିଟେକ୍ ଛାତ୍ରଙ୍କଠାରୁ ୨.୫ ଲକ୍ଷ ଠକେଇ ଠକିଛନ୍ତି ଆମେରୀକିୟ ମହିଳା ।
ସୂଚନା ଅନୁସାରେ, ବିଟେକ୍ ଛାତ୍ରଙ୍କୁ ଜଣେ ମହିଳା ଆମେରିକାରୁ ଫୋନ୍ କରିଥିବା କହିଥିଲେ । ଇନଷ୍ଟାଗ୍ରାମରେ ମହିଳାଙ୍କ ସହ ଯୁବକଙ୍କ ପରିଚୟ ହୋଇଥିଲା । ଏହାପରେ ଧିରେ ଧିରେ ଫୋନ୍ କଲ୍ ଜରିଆରେ କଥା ବାର୍ତ୍ତା କରିଥିଲେ । ସେୟାର ମାର୍କେଟରେ ଟଙ୍କା ବିନିଯୋଗ ପାଇଁ ମହିଳା ଜଣକ ଯୁବକଙ୍କୁ ପ୍ରବର୍ତ୍ତାଇଥିଲେ । ଯୁବକ ଜଣକ ଲାଭ ପାଇବା ଆଶାରେ ଟଙ୍କା ବିନିଯୋଗ କରିଥିଲେ । କିଛି ଦିନ ପରେ ୧୧ ଲକ୍ଷ ଟଙ୍କା ପ୍ରଫିଟ୍ ହୋଇଥିବା ଯୁବକଙ୍କୁ ମହିଳା ଜଣକ କହିଥିଲେ ।ଏଥିପାଇଁ ଅଢ଼େଇ ଲକ୍ଷ ଟଙ୍କା ଟିକସ୍ ଯୁବକଙ୍କୁ ମାଗିଥିଲେ । ଏହାପରେ ମହିଳା ଜଣକ ଆଉ ଟଙ୍କା ଦେଇନଥିଲେ । ଏପରିକି ଏବେ ଆଉ ଧରା ଛୁଆଁ ମିଳୁନି । ଘଟଣାକୁ ନେଇ ଯୁବକ ଜଣକ ଭୁବନେଶ୍ୱର ସାଇବର ଥାନାରେ ଅଭିଯୋଗ କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1658143747.jpg)