Advertisment

ଜଗା ଦର୍ଶନ ସାରି ଫେରୁଥିବା ବେଳେ ପର୍ଯ୍ୟଟକଙ୍କୁ ପିଟିଲେ

ଶ୍ରୀକ୍ଷେତ୍ରକୁ ଜଗା ଦର୍ଶନ ପାଇଁ ଆସିଥିବା ପର୍ଯ୍ୟଟକଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଦାଦାବଟି ନ ଦେବାରୁ ଦୁର୍ବୃତ୍ତମାନେ ସେମାନଙ୍କୁ ଛୁରୀ ଦେଖାଇ ଭୟଭୀତ କରାଇବା ସହ ମାଡ଼ ମାରି ଫେରାର ହୋଇଯାଇଥିଲେ।

ଅଦ୍ୟତନ ହୋଇଛି
Attack On Tourists

Attack On Tourists

Advertisment

ପୁରୀ: ଶ୍ରୀକ୍ଷେତ୍ରକୁ ଜଗା ଦର୍ଶନ ପାଇଁ ଆସିଥିବା ପର୍ଯ୍ୟଟକଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଦାଦାବଟି ନ ଦେବାରୁ ଦୁର୍ବୃତ୍ତମାନେ ପର୍ଯ୍ୟଟକଙ୍କୁ ଆକ୍ରମଣ କରିଥିବା ଥାନାରେ ଅଭିଯୋଗ ହୋଇଛି। ଆକ୍ରମଣର ଶିକାର ହୋଇଥିବା ୨ ପର୍ଯ୍ୟଟକ ହେଲେ- କୁଲୁ ଦାସ ଓ ଜଗୁ ରେଡ୍ଡି। ସେମାନଙ୍କ ଘର ଗଞ୍ଜାମ ଜିଲ୍ଲାରେ ବୋଲି ଜଣାପଡ଼ିଛି।

Advertisment

ଅଭିଯୋଗ ଅନୁସାରେ, କୁଲୁ, ଜଗୁ  ଓ ସେମାନଙ୍କର ସାଙ୍ଗମାନେ ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ ସାରି ଘରକୁ ଫେରୁଥିଲେ। ଏହି ସମୟରେ ନରେନ୍ଦ୍ର କୋଣ ଠାରେ କିଛି ଦୁର୍ବତ୍ତ ସେମାନଙ୍କ ଗାଡ଼ିକୁ ଅଟକାଇବା ସହ ଦାଦାବଟି ମାଗିଥିଲେ। ଦାଦାବଟି ନ ଦେବାରୁ ଦୁର୍ବୃତ୍ତମାନେ ସେମାନଙ୍କୁ ଛୁରୀ ଦେଖାଇ ଭୟଭୀତ କରାଇବା ସହ ମାଡ଼ ମାରି ଫେରାର ହୋଇଯାଇଥିଲେ। ଏନେଇ ସେମାନେ ଟାଉନ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ୍ ଘଟଣାର ତଦନ୍ତ କରୁଛି। ଖବର ଲେଖାଯିବା ସୁଦ୍ଧା ପୋଲିସ୍ ଏପର୍ଯ୍ୟନ୍ତ କାହାକୁ ଗିରଫ କରିନାହିଁ।

ଆହତ ପର୍ଯ୍ୟଟକ କହିଛନ୍ତି, ସାଙ୍ଗମାନଙ୍କ ସହ ପୁରୀ ବୁଲିବାକୁ ଆସିଥିଲୁ। ଜଗା ଦର୍ଶନ କରି ଫେରିଲା ବେଳକୁ  ଦୁର୍ବୃତ୍ତମାନେ ରାସ୍ତା ଉପରେ ଗାଡ଼ି ଅଟକାଇଥିଲେ। ଏହାପରେ ଗାଳିଗୁଲଜ କରିବା ସହ ଦୁର୍ବୃତ୍ତମାନେ ମୋତେ ଓ ଭାଇକୁ ମାଡ଼ ମାରିଥିଲେ।’

Advertisment
Puri Attack On Tourists
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ