tribal ritual
ମହା ଆଡମ୍ବରରେ ପାଳନ ହେଲା କୁକୁର ବିବାହ । କୁନି ଝିଅର କୁକୁର ସହ ପଡ଼ିଲା ହାତଗଣ୍ଠି । ଢେଙ୍କାନାଳ କଙ୍କଡାହାଡ଼ ଭଳି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି । ରିଷ୍ଟ ଖଣ୍ଡନ ପାଇଁ ଆଦିବାସୀ ପରମ୍ପରାରେ ନାବାଳିକା ସହ କୁକୁରର ବିବାହ କରାଯାଇଛି । କରଗୋଳା ଦେବଗଣ ସାହିରେ ହୋଇଛି ଏହି ବିବାହ ।
ପରମ୍ପରା ଏକ କୁକୁର ସହ ନାବାଳିକାଙ୍କ ଯଥାରୀତି ବିବାହ କରାଯାଇଛି । ଆଦିବାସୀ ସମ୍ପ୍ରଦାୟରେ ଶିଶୁକନ୍ୟା ଜନ୍ମ ନେବା ପରେ ପ୍ରଥମେ ଦାନ୍ତ ଉପର ମାଢ଼ିରେ ଉଠିଲେ , ଏହାକୁ ଅଶୁଭ ବୋଲି ଧରାଯାଇଥାଏ । ଯାହାର ପ୍ରତିକାର ସଦୃଶ ତାକୁ ଏକ କୁକୁର ସହିତ ବିବାହ କରାଗଲେ ରିଷ୍ଟ ଖଣ୍ଡନ ହୋଇଥାଏ ବୋଲି ଲୋକଙ୍କ ବିଶ୍ୱାସ ରହିଛି ।
ସେହିପରି ଶିଶୁପୁତ୍ରର ଉପର ମାଢ଼ିରେ ପ୍ରଥମେ ଦାନ୍ତ ଉଠିଲେ, ତାକୁ ମାଈ କୁକୁର ସହ ବିବାହ କରିବାର ପରମ୍ପରା ରହିଥିବା କହିଛନ୍ତି । ଆଦିବାସୀ ସମ୍ପ୍ରଦାୟର ଲୋକେ କୁକୁର ବିବାହ ଉତ୍ସବ ଆଦିବାସୀ ରୀତିନୀତି ଅନୁଯାୟୀ ହୋଇଥାଏ । ଖାଲି ସେତିକି ନୁହେଁ ଏହି ଉତ୍ସବରେ ପାରମ୍ପାରିକ ବାଦ୍ୟ ସହ ନାଚଗୀତରେ ମସଗୁଲ ହୋଇଥାନ୍ତି ଲୋକେ । ଏଥି ସହ ଭୋଜିଭାତର ବି ଆୟୋଜନ କରାଯାଇଥାଏ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1646796745.jpg)