Advertisment

ଇନଷ୍ଟାଗ୍ରାମରେ ଛଦ୍ମବେଶୀ ଯୁବତୀଙ୍କ ସହ ବନ୍ଧୁତା ସ୍ଥାପନ ପରେ ଘର ଛାଡ଼ି ପଳାଇଲେ ନାବାଳିକା, ତା’ପରେ...

ଇନଷ୍ଟାଗ୍ରାମରେ ଛଦ୍ମବେଶୀ ଯୁବତୀଙ୍କ ସହ ଚିହ୍ନା ପରିଚିତ, ପରେ ବନ୍ଧୁତା ସ୍ଥାପନ ଓ ଶେଷରେ ଘର ଛାଡ଼ି ବନ୍ଧୁଙ୍କ ପାଖକୁ ପଳାଇଲେ ନାବାଳିକା। ପରିବାର ଲୋକ ଥାନାରେ ଏତଲା ଦେବା ପରେ ପୋଲିସ୍‌ ସମ୍ପୃକ୍ତ ନାବାଳିକାଙ୍କ ଫୋନ୍‌ ଟ୍ରାକିଂ କରି ତାଙ୍କୁ ଧରିବାରେ ସଫଳ ହୋଇଥିଲେ।

Minor Girl Leaves From Home

Minor Girl Leaves From Home

Advertisment

କେନ୍ଦ୍ରାପଡ଼ା: ଇନଷ୍ଟାଗ୍ରାମରେ ଛଦ୍ମବେଶୀ ଯୁବତୀଙ୍କ ସହ ଚିହ୍ନା ପରିଚିତ, ପରେ ବନ୍ଧୁତା ସ୍ଥାପନ ଓ ଶେଷରେ ଘର ଛାଡ଼ି ବନ୍ଧୁଙ୍କ ପାଖକୁ ପଳାଇଲେ ନାବାଳିକା। ପରିବାର ଲୋକ ଥାନାରେ ଏତଲା ଦେବା ପରେ ପୋଲିସ୍‌ ସମ୍ପୃକ୍ତ ନାବାଳିକାଙ୍କ ଫୋନ୍‌ ଟ୍ରାକିଂ କରି ତାଙ୍କୁ ଧରିବାରେ ସଫଳ ହୋଇଥିଲେ। କେନ୍ଦ୍ରାପଡ଼ା ଜିଲ୍ଲା ଚାନ୍ଦୋଳ ଫାଣ୍ଡି ଜଇପୁର ଅଞ୍ଚଳରେ ଏଭଳି ଘଟଣା ଘଟିଛି।

Advertisment

ସୂଚନା ଅନୁସାରେ, ଜଇପୁର ଅଞ୍ଚଳର ଜଣେ ୧୨ ବର୍ଷୀୟ ଯୁବତୀଙ୍କର ଇନଷ୍ଟାଗ୍ରାମରେ ଜଣେ ଛଦ୍ମବେଶୀ ଯୁବତୀଙ୍କ ସହ ଚିହ୍ନା ପରିଚିତ ହୋଇଥିଲା। ଏହାପରେ ଉଭୟଙ୍କ ମଧ୍ୟରେ ବନ୍ଧୁତା ସ୍ଥାପନ ହୋଇଥିଲା। ବନ୍ଧୁତା ଏତେ ବାଟ ଆଗେଇ ଯାଇଥିଲା ଯେ, ଘରେ ବାପାମା’ଙ୍କୁ ନ ଜଣାଇ ଏକାକୀ ବସ୍ ଯୋଗେ ନାବାଳିକା ବନ୍ଧୁଙ୍କ ପାଖକୁ ଚାଲିଯାଇଥିଲେ। ଝିଅକୁ ନ ପାଇ ପରିବାର ଲୋକେ ଥାନାରେ ଏତଲା ଦେବା ପରେ ପୋଲିସ୍‌ ଫୋନ୍ ଟ୍ରାକିଂ କରି ସମ୍ପୃକ୍ତ ଯୁବତୀଙ୍କୁ ଧରିଥିଲେ। 

Advertisment

ନିଖୋଜର ୧୦ ଘଣ୍ଟା ମଧ୍ୟରେ ପୋଲିସ୍‌ ତାଙ୍କୁ ସୋସୋ ଥାନା ଅନ୍ତର୍ଗତ କେନ୍ଦୁଝର ବଡର ଅଞ୍ଚଳରୁ ପୋଲିସ୍‌ ଉଦ୍ଧାର କରିଥିଲା। ଏହାପରେ ନାବାଳିକାଙ୍କୁ ପୋଲିସ୍‌ ତାଙ୍କ ବାପାମା’ଙ୍କ ଜିମାରେ ଛାଡ଼ିଥିଲେ। ନାବାଳିକାଙ୍କ ସହ ସମ୍ପୃକ୍ତ ଇନଷ୍ଟାଗ୍ରାମ ଯୁବତୀ ବନ୍ଧୁଙ୍କ ସହ କି ପ୍ରକାର ସମ୍ପର୍କ ଥିଲା ? ଯୁବତୀ ଜଣକ ନାବାଳିକାଙ୍କୁ କାହିଁକି ଡକାଇଥିଲେ ଓ ଏଥିରେ ଅନ୍ୟ କେଉଁମାନେ ସାମିଲ ଅଛନ୍ତି, ସେନେଇ ପୋଲିସ୍‌ ତଦନ୍ତ ଚଳାଇଛି। ଏନେଇ ଚାନ୍ଦୋଳ ଫାଣ୍ଡି ଏସ୍ଆଇ ସୌମ୍ୟରଞ୍ଜ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

Minor Girl Missing
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ