death
ଲଲିପପ୍ ଖାଇ ନାବାଳକର ମୃତ୍ୟୁ ଅଭିଯୋଗ । ଏଭଳି କିଛି ଘଟଣା ଘଟିଛି ଗଜପତି ମୋହନା ଡିମ୍ବିରିଝୋଳି ଗାଁରେ । ମୃତକ ଜଣକ ହେଲେ ୮ ବର୍ଷିୟ ବୈକୁଣ୍ଠ ଶବର । ମୃତ୍ୟୁ ଅଭିଯୋଗ ପରେ ମୋହନା ଥାନାରେ ଅଭିଯୋଗ କରାଯାଇଛି । ପରେ ପୋଲିସ ଲଲିପପ୍ ଦେଇଥିବା ଦୋକାନୀକୁ ଅଟକ ରଖି ପଚରାଉଚରା କରୁଛି ।
ଅଭିଯୋଗ ଅନୁସାରେ ଗାଁର ବାସୁଦେବ ଶବରଙ୍କ ୮ ବର୍ଷର ପୁଅ ବୈକୁଣ୍ଠ ଦୁଇ ଦିନ ପୂର୍ବରୁ ଗାଁର ଏକ ଦୋକାନରୁ ଲଲିପପ୍ ଖାଇଥିଲା । ଗାଁର କିଶୋର ଦଳବେହେରାଙ୍କ ଦୋକାନକୁ ଲଲିପପ ଆଣିଥିଲେ ମୃତକ । ଏହାପରେ ହଠାତ୍ ତା’ର ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବା ସହ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଦୋକାନୀ ଜଣକ ନିଜ ଘରକୁ ଡାକି ଲଲିପପ୍ ଦେଇଥିବାରୁ ଏନେଇ ସନ୍ଦେହ ଉପୁଜିଛି ।
ଏ ନେଇ ମୋହନା ଥାନାରେ ମୃତକଙ୍କ ବାପା ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ପପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ଏହାସହ ଲଲିପପ୍ ଜବତ କରି ତଦନ୍ତ କରୁଛି ପୋଲିସ୍ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/death__1665293595.jpg)