Advertisment

ମା’ ଆଖିରେ ଲୁହ- ‘ମୋ ପୁଅକୁ ଫେରାଇ ଆଣ’

ଆରବ ଦେଶରେ ଅକଥନୀୟ ଯନ୍ତ୍ରଣା ଭୋଗ କରୁଛନ୍ତି ଗଞ୍ଜାମର ଦାଦନ ଶ୍ରମିକ। ପୁଅକୁ ଫେରାଇ ଆଣିବାକୁ ପ୍ରଶାସନ ନିକଟରେ ପରିବାର ଲୋକେ ଗୁହାରି କରିଛନ୍ତି।

Migrant labourers from Odisha stuck in Qatar & Jordan

Migrant labourers from Odisha stuck in Qatar & Jordan

Advertisment

ଆରବ ଦେଶରେ ଅକଥନୀୟ ଯନ୍ତ୍ରଣା ଭୋଗ କରୁଛନ୍ତି ଗଞ୍ଜାମର ଦାଦନ ଶ୍ରମିକ। ନିଜ ରାଜ୍ୟରେ କାମଧନ୍ଦାର ଅଭାବ ଯୋଗୁ ଖଲ୍ଲିକୋଟ ଅଞ୍ଚଳର କିଛି ଯୁବକ କାମ କରିବାକୁ ଯାଇଥିଲେ।  ଶ୍ୟାମସୁନ୍ଦରପୁରର ବିଷ୍ଣୁପ୍ରସାଦ ଡାକୁଆ Qatar ଯାଇଥିଲେ। 

Advertisment

ବିଷ୍ଣୁପ୍ରସାଦଙ୍କ ଭିସା ଅବଧି ସରିଯାଇଥିଲେ ମଧ୍ୟ ସେ ଫେରି ନ ପାରି ପୋଲିସ ହାତରେ ଧରାପଡ଼ିଥିଲେ। ଭିସା ନ ଥିବାରୁ ତାଙ୍କୁ ଜେଲ୍ ହୋଇଥିଲା। ସେଠାରେ ସେ ଏବେ ଭିକ୍ଷାବୃତ୍ତି କରୁଥିବାର ଜଣାପଡିଛି।

ପୁଅକୁ ଫେରାଇ ଆଣିବାକୁ ପ୍ରଶାସନ ନିକଟରେ ପରିବାର ଲୋକେ ଗୁହାରି କରିଛନ୍ତି। ଏନେଇ ବିଷ୍ଣୁଙ୍କ ମା’ କହିଛନ୍ତି, ସେହିପରି ଆଉ ଜଣେ ଯୁବକ ସୁରେଶ ପ୍ରଧାନ ୧୧ ମାସ ହେଲା ଜୋର୍ଡାନରେ ବନ୍ଦୀ ଜୀବନ ବିତାଉଥିବା ଜଣାପଡ଼ିଛି। ତାଙ୍କୁ ମୁକୁଳାଇ ଆଣିବାକୁ ପରିବାର ଲୋକ ଜିଲ୍ଲାପାଳ, ଏସ୍‌ପିଙ୍କୁ ଭେଟି ଅନୁରୋଧ କରିଛନ୍ତି। ଠିକାଦାରମାନେ ଲକ୍ଷ ଲକ୍ଷ ଟଙ୍କା ନେଇ ଶ୍ରମିକଙ୍କୁ ଆରବ ଦେଶକୁ ପଠାଉଥିବା ବେଳେ ସେଠାରେ ପ୍ରବଳ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଛି।

Advertisment

Migrant Labourers
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ