Advertisment

ମଧ୍ୟାହ୍ନ ଭୋଜନ ଦୁର୍ନୀତି ଘଟଣାରେ କଡ଼ା କାର୍ଯ୍ୟାନୁଷ୍ଠାନ

କୋରାପୁଟ ଓ ବଲାଙ୍ଗୀରରେ ମଧ୍ୟାହ୍ନ ଭୋଜନ ଦୁର୍ନୀତି ଘଟଣାରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କୋରାପୁଟର ୧୧୪ ଏବଂ ବଲାଙ୍ଗୀରର ୮୦ରୁ ଅଧିକ CRCCଙ୍କୁ କାର୍ଯ୍ୟାନ୍ତର କରାଯାଇଛି।

Mid Day Meal Scam

Mid Day Meal Scam

Advertisment

କୋରାପୁଟ ଓ ବଲାଙ୍ଗୀରରେ ମଧ୍ୟାହ୍ନ ଭୋଜନ ଦୁର୍ନୀତି ଘଟଣାରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଦୁଇ ଜିଲ୍ଲାର ସବୁ CRCCଙ୍କୁ ବଦଳାଇବା ଲାଗି ଗଣଶିକ୍ଷା ବିଭାଗ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Advertisment

କୋରାପୁଟର ୧୧୪ ଏବଂ ବଲାଙ୍ଗୀରର ୮୦ରୁ ଅଧିକ CRCCଙ୍କୁ କାର୍ଯ୍ୟାନ୍ତର କରାଯାଇଛି। ସେହିପରି ୨ ଜିଲ୍ଲାର ମଧ୍ୟାହ୍ନ ଭୋଜନ ବୁଝୁଥିବା ସବୁ DTP ଅପରେଟରଙ୍କୁ ମଧ୍ୟ ଗଣଶିକ୍ଷା ବିଭାଗ କାର୍ଯ୍ୟାନ୍ତର ନିର୍ଦ୍ଦେଶ ଦେଇଛି।

କୋରାପୁଟର ୧୩ ଜଣ ଏବଂ ବଲାଙ୍ଗୀରର ୧୪ ଜଣ DTP ଅପରେଟରଙ୍କୁ କାର୍ଯ୍ୟାନ୍ତର କରାଯାଇଛି। ଯେହେତୁ ମଧ୍ୟାହ୍ନ ଭୋଜନ ଚାଉଳ ଯୋଗାଣ ବିଭାଗ ମାଧ୍ୟମରେ ଆସୁଛି, ତେଣୁ କାର୍ଯ୍ୟାନୁଷ୍ଠାନ ପାଇଁ ବିଭାଗୀୟ ପ୍ରମୁଖ ସଚିବଙ୍କୁ ଏନେଇ ଚିଠି ଲେଖାଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି। 

Advertisment

ସୂଚନାଥାଉ କି, କୋରାପୁଟ ଓ ବଲାଙ୍ଗୀର ଜିଲ୍ଲାରେ ମଧ୍ୟାହ୍ନ ଭୋଜନରେ ଦୁର୍ନୀତି ନେଇ ଓଟିଭିରେ ଖବର ପ୍ରସାରଣ ହୋଇଥିଲା।  ଏହାପରେ ଗଣଶିକ୍ଷା ବିଭାଗ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। 

Mid Day Meal Scam
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ