ଖରା ତରାକୁ ଖାତିର ନଥିଲା...ଦିନରାତି ଖଟୁଥିଲେ...୨ ବର୍ଷ ହେଲାଣି କିନ୍ତୁ ଟଙ୍କା ପାଉନାହାନ୍ତି

ଖରା ବର୍ଷାରେ ଖଟିଥିଲେ । କିଏ ବର୍ଷେ ତ ଆଉ କିଏ ୧୫ ମାସ... ପେଟ କାଟି ମଜୁରୀ କରିଥିଲେ । ହେଲେ ଦୁଇ ବର୍ଷ ହୋଇଗଲା ମିଳୁନି ପାରିଶ୍ରମିକ । ଏ ଅଫିସରୁ ସେ ଅଫିସ ଦୌଡି ଦୌଡି ନୟାନ୍ତ ହେଲେଣି । ରେଞ୍ଜରଙ୍କ ଠାରୁ ଆରମ୍ଭ କରି ଡିଏଫଓଙ୍କ ଯାଏଁ ସମସ୍ତଙ୍କୁ ଗୁହାରି କରି ନିରାଶ ହେଲେଣି । ଓଲଟା ପରିଶ୍ରମର ପାଉଣା ଟଙ୍କା ମାଗିବାରୁ ତାଙ୍କ ବଦଳରେ ଅନ୍ୟ ହିତାଧିକାରୀଙ୍କୁ ନିୟୋଜିତ କରାଯାଇଛି ।

MGNREGA workers

ଟାଇଁ ଟାଇଁ ଖରାରେ କିଏ ଗଛରେ ପାଣି ଦେଉଛି ତ, ଆଉ କିଏ ଘାସ ବାଛୁଛି । କାରଣ କାମ କଲେ କିଛି ଟଙ୍କା ହାତକୁ ଆସିବ ଆଉ ସେଥିରେ ପରିବାର ଚଳିବ । ସେଥିପାଇଁ ଖରାକୁ ଖାତିର ନକରି କାମରେ ଲାଗିପଡ଼ିଛନ୍ତି ସମସ୍ତେ । ସେମାନେ ସମସ୍ତେ ହେଉଛନ୍ତି ଜବ କାର୍ଡଧାରୀ ହିତାଧିକାରୀ । ସୁନ୍ଦରଗଡ଼ ବଡଗାଁ ଫରେଷ୍ଟ ରେଞ୍ଜର ପାମରା ଗ୍ରାମର ମନରେଗା ନର୍ସରୀରେ ଚାରା ରୋପଣ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ସରକାର ମଜୁରୀ ବାବଦକୁ ପାରିଶ୍ରମିକ ଓ କାର୍ଯ୍ୟଦିବସ ଧାର୍ଯ୍ୟ କରିଛନ୍ତି । କାମ ଶେଷ ହେବା ପରେ ଶ୍ରମିକଙ୍କୁ ତାଙ୍କ ପାଉଣା ମିଳିଯିବା କଥା । ହେଲେ ସେମାନଙ୍କ ଅଭିଯୋଗ ଶୁଣିଲେ ଆପଣଙ୍କ ଆଖିରେ ଲୁହ ଆସିଯିବ ।

ଖରା ବର୍ଷାରେ ଖଟିଥିଲେ । କିଏ ବର୍ଷେ ତ ଆଉ କିଏ ୧୫ ମାସ... ପେଟ କାଟି ମଜୁରୀ କରିଥିଲେ । ହେଲେ ଦୁଇ ବର୍ଷ ହୋଇଗଲା ମିଳୁନି ପାରିଶ୍ରମିକ । ଏ ଅଫିସରୁ ସେ ଅଫିସ ଦୌଡି ଦୌଡି ନୟାନ୍ତ ହେଲେଣି । ରେଞ୍ଜରଙ୍କ ଠାରୁ ଆରମ୍ଭ କରି ଡିଏଫଓଙ୍କ ଯାଏଁ ସମସ୍ତଙ୍କୁ ଗୁହାରି କରି ନିରାଶ ହେଲେଣି । ଓଲଟା ପରିଶ୍ରମର ପାଉଣା ଟଙ୍କା ମାଗିବାରୁ ତାଙ୍କ ବଦଳରେ ଅନ୍ୟ ହିତାଧିକାରୀଙ୍କୁ ନିୟୋଜିତ କରାଯାଇଛି ।

ପାମରା ସ୍ଥିତ ଏକ ନର୍ସରୀରେ ତିନୋଟି ଫଣ୍ଡର ଅନୁଦାନରେ କାର୍ଯ୍ୟ କରାଯାଇଥିବା ହିତାଧିକାରୀ କହିଛନ୍ତି । ମନରେଗା ଯୋଜନା, ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଓ ଓଡିଶା ଖଣିଜ ପଦାର୍ଥ ଧାରକ ଅଂଚଳ ଉନ୍ନୟନ ନିଗମ ପକ୍ଷରୁ ଅନୁଦାନ ଆସିଥିବା କହି କାର୍ଯ୍ୟ କରାଇନେଲେ, ତେବେ କେବଳ ମନରେଗା ଯୋଜନାରେ ପାରିଶ୍ରମିକ ମିଳିଥିବା ବେଳେ ଡିଏମଏଫ ଏବଂ OMBADC ରୁ ଟଙ୍କା ପାଇନଥିବା ଅଭିଯୋଗ କରିଛନ୍ତି ହିତାଧିକାରୀ । ଅନ୍ୟପଟେ ବନଖଣ୍ଡ ଅଧିକାରୀ କହିଛନ୍ତି, ଡିଏମଏଫ ଏବଂ OMBADC ଅନୁଦାନ ଆସିବାରେ ବିଳମ୍ବ ହୋଇଥିଲା । ତଦନ୍ତ କରି ସପ୍ତାହେ ମଧ୍ୟରେ ସମସ୍ତଙ୍କ ପାରିଶ୍ରମିକ ପ୍ରଦାନ କରାଯିବ ।