Advertisment

ଗଛ ପାଇଁ ସମର୍ପିତ ମଣିଷ : କେମିତି ବଞ୍ଚିବ, କେମିତି ବଢ଼ିବ . . ସକାଳଠୁ ସଞ୍ଜ ଯାଏଁ ଚିନ୍ତା କରନ୍ତି ବିଜୟ

ଗଛ ତାଙ୍କ ପାଇଁ ଜୀବନ । କେମିତି ବଂଚିବ ଗଛ, କେମିତି ବଢିବ ଗଛ। ସକାଳଠୁ ସଂଜ ଯାଏଁ ଏମିତି ଚିନ୍ତା କରନ୍ତି ବାଲେଶ୍ୱର ଜିଲ୍ଲା ଗଡ଼ପୋଖରୀ ଗାଁର ବିଜୟ କୁମାର ଜେନା ।

tree man

tree man

Advertisment

ସୋର(ନିରଞ୍ଜନ ବେହେରା) : ଗଛ ତାଙ୍କ ପାଇଁ ଜୀବନ । କେମିତି ବଂଚିବ ଗଛ, କେମିତି ବଢିବ ଗଛ। ସକାଳଠୁ ସଂଜ ଯାଏଁ ଏମିତି ଚିନ୍ତା କରନ୍ତି ବାଲେଶ୍ୱର ଜିଲ୍ଲା ଗଡ଼ପୋଖରୀ ଗାଁର ବିଜୟ କୁମାର ଜେନା । ଆୟକର ବିଭାଗରେ କାଜୁଆଲ କର୍ମଚାରୀ ଭାବେ କାମ କରୁଥିବା ବିଜୟ ସତେ ଯେମିତି ଗଛ ପାଇଁ ନିଜକୁ ସମର୍ପିତ କରି ଦେଇଛନ୍ତି। ଏଥି ପାଇଁ ଆଖପାଖ ଅଂଚଳରେ ସେ ଗଛ ମଣିଷ ଭାବେ ବେଶ ପରିଚିତ।

Advertisment

ସକାଳ ହେବା କ୍ଷଣି ବିଜୟ ଗଛ ମୂଳରେ ହାଜର ହୋଇ ଯାଆନ୍ତି। ନିଜେ ଗଛ ଲଗାଇବା ସହ ଗଛଗୁଡିକର ଯତ୍ନ ମଧ୍ୟ ନେଇଥାନ୍ତି। ସ୍କୁଲ, କଲେଜ, ଅନୁଷ୍ଠାନ, ରାସ୍ତା କଡ଼, ପଡ଼ିଆ ଜମି, ମନ୍ଦିର ପ୍ରାଙ୍ଗଣ, ସରକାରୀ ଏବଂ ବେସରକାରୀ ଅଫିସରେ ବୃକ୍ଷରୋପଣ କରି ସେ ଖୁବ ଶାନ୍ତି ପାଇଥାନ୍ତି। ଏଇଥି ପାଇଁ ଗାଁ ହେଉ କି ଜିଲ୍ଲା ବିଜୟଙ୍କୁ ସମସ୍ତେ ବୃକ୍ଷ ମାନବ ଭାବେ ଜାଣନ୍ତି। ପ୍ରକୃତିକୁ ଭଲ ପାଇବା ଓ ପ୍ରକୃତି ଗଢିବାର ବିନ୍ଧାଣୀ ସାଜିଥିବା ବିଜୟ ଏଥି ପାଇଁ ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ଅନୁଷ୍ଠାନ ଦ୍ୱାରା ସମ୍ମାନୀତ ହୋଇଛନ୍ତି।

Advertisment

ଅଦରକାରୀ ପ୍ଲାଷ୍ଟିକ ବୋତଲ, ଅଟା, ତେଲ ଓ ଲୁଣ ଜରି ସଂଗ୍ରହ କରି ସେଥିରେ ଜୈବିକ ଖତ ଦେଇ ବିଭିନ୍ନ ପ୍ରକାର ଚାରା ପ୍ରସ୍ତୁତ କରିଥାନ୍ତି। ଏହି ଚାରାକୁ ନିଜ ବାସଭବନ ହେଉ କି ଗାଁରେ ଲଗାଇବା ସହ ଅନ୍ୟମାନଙ୍କୁ ବାଣ୍ଟିଥାନ୍ତି। ୨୦୦୨ ମସିହାରୁ ଆଜି ଯାଏଁ ପ୍ରତ୍ୟେକ ଦିନ ସେ ଗଛ ଲଗାଇବା ସହିତ ଅନ୍ୟମାନଙ୍କୁ ଗଛ ଲଗାଇବା ପାଇଁ ପ୍ରେରଣା ଦେଇ ଆସୁଛନ୍ତି।

ଗଛ ହିଁ ପ୍ରକୃତ ବନ୍ଧୁ। ଗଛ ବିନା ଜିଇଁବା ଅସମ୍ଭବ। ଏକଥାକୁ ଜୀବନର ମନ୍ତ୍ର ବୋଲି ଭାବି ଗୋଟିଏ ପରେ ଗୋଟିଏ ଗଛ ଲଗାଇ ପ୍ରଶଂସା ସାଉଁଟୁଛନ୍ତି ବିଜୟ। ଯାହା ଅନ୍ୟମାନଙ୍କୁ ଦେଖାଇଛି ପରିବେଶ ସୁରକ୍ଷାର ବାଟ।

Advertisment

Motivational Story Tree Man
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ