Meet successful farmer in Sundargarh who left his lucrative job for farming
ଚାକିରି ଛାଡ଼ି ନିଜ ଜମିରେ କରିଛନ୍ତି ଚାଷ। ଖାଲି ନିଜେ ସ୍ୱାବଲମ୍ବୀ ହୋଇ ନାହାନ୍ତି, ବରଂ ୧୫ ଜଣଙ୍କୁ ରୋଜଗାର ଦେଇ ପାରିଛନ୍ତି। ଆଉ ବର୍ଷକୁ ରୋଜଗାର କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା।ଫାର୍ମ ହାଉସରେ ବିଭିନ୍ନ ପ୍ରକାର ଆମ୍ବ, ଲିଚୁ, ଲେମ୍ବୁ ସହ ଛତୁ ଓ ମହୁ ଚାଷ କରିଛନ୍ତି ସୁନ୍ଦରଗଡ଼ର ଯୋଗେଶ୍ୱର ସାହୁ। ଲହୁଣୀପଡା ବ୍ଲକ୍ ଅନ୍ତର୍ଗତ ସୁଲଭଡ଼ିହି ଅଞ୍ଚଳରେ ଏକର ଏକର ଜମିରେ ଚାଷ କରି ସଫଳ ଚାଷୀ ଭାବେ ଅନ୍ୟମାନଙ୍କ ଲାଗି ଉଦାହରଣ ସାଜିଛନ୍ତି ଯୋଗେଶ୍ୱର।
ଯୋଗେଶ୍ୱର ତାଙ୍କ ଫାର୍ମ ହାଉସ୍ରେ ବିଭିନ୍ନ ପ୍ରକାର ଆମ୍ବ, ଲିଚୁ, ଲେମ୍ବୁ ସହ ଛତୁ ଓ ମହୁ ଚାଷ କରିଛନ୍ତି। ଆମ୍ରପଲି, ଲେଙ୍ଗଡ଼ା, ତୋଟାପାଲି ଆଦି ପ୍ରାୟ ୮ରୁ ଅଧିକ ଭେରାଇଟିର ଆମ୍ବ ଗଛ ସେ ଲଗାଇଛନ୍ତି। ପ୍ରାୟ ୨୦ଟି ବିଭିନ୍ନ ପ୍ରକାରର ଲେମ୍ବୁ ଗଛ ସହ ଅନ୍ୟାନ୍ୟ ଗଛ ମଧ୍ୟ ଲଗା ଯାଇଛି। ଏପରିକି ମହୁ ଓ ଛତୁ ଚାଷ ମଧ୍ୟ ଯୋଗେଶ୍ୱର କରିଛନ୍ତି। ଫାର୍ମରୁ ନିଜେ ଭଲ ରୋଜଗାର କରିବା ସହ ସେ ୧୫ଜଣ ଶ୍ରମିକଙ୍କୁ ନିଯୁକ୍ତି ଦେଇ ପାରିଛନ୍ତି।
ଯୋଗେଶ୍ୱର ଏକ ପ୍ରାଇଭେଟ୍ କମ୍ପାନୀରେ ଚାକିରି କରୁଥିଲେ। ହେଲେ ସେଥିରେ ପରିବାର ଚଳାଇବା କଷ୍ଟକର ହୋଇପଡ଼ିଲା। ଶେଷରେ ଚାକିରି ଛାଡ଼ି ସେ ନିଜର ୫ ଏକର ଜାଗାରେ ପ୍ରଥମେ ଅଳ୍ପ ମାତ୍ରରେ ଲିଚୁ, ଆମ୍ବ ଗଛ ଲଗାଇଲେ। ଭଲ ରୋଜଗାର ହେଲା। ଏହାପରେ ବିଭିନ୍ନ ଭେରାଇଟିର ଆମ୍ବ, ଲିଚୁ, ଲେମ୍ବୁ ଗଛ ଲଗାଇ ଏବେ ସେ ଲକ୍ଷ ଲକ୍ଷ ଟଙ୍କା ବର୍ଷକୁ ରୋଜଗାର କରିପାରୁଛନ୍ତି।
ଏନେଇ ଉଦ୍ୟାନ ବିଭାଗ ଅଧିକାରୀଙ୍କୁ ମତାମତ ନେବାକୁ ଚେଷ୍ଟା କରାଯାଇଥିଲେ ବି ସେ ପ୍ରତିକ୍ରିୟା ଦେବାକୁ ମନା କରିଥିଲେ।
(ବଣାଇରୁ ରଞ୍ଜିତ ଚୌଧୁରୀଙ୍କ ରିପୋର୍ଟ)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1654595834.jpg)