Advertisment

ଦେଶ ପାଇଁ କରିଛନ୍ତି ଅନେକ କାମ, ହେଲେ ଚର୍ଚ୍ଚାରୁ ବହୁ ଦୂରରେ ପ୍ରୀତି ଆଦାନୀ

ଗୌତମ ଆଦାନୀଙ୍କ ପତ୍ନୀ ହେଲେ ପ୍ରୀତି ଆଦାନୀ। ଦେଶ ପାଇଁ ସେ କରିଛନ୍ତି ଅନେକ କାମ। ସମାଜ ସେବାରେ ତାଙ୍କର ରହିଛି ଅନେକ ଭୂମିକା। ଏତେ ସବୁ ପରେ ବି ସେ କେବେ ଚର୍ଚ୍ଚାକୁ ଆସିବାକୁ ପସନ୍ଦ କରି ନାହାନ୍ତି। ତେବେ ଆସନ୍ତୁ ତାଙ୍କ ବିଷୟରେ ଜାଣିନେବା।

ଅଦ୍ୟତନ ହୋଇଛି
Meet Priti Adani wife of Gautam Adani whose foundation work for social cause

Meet Priti Adani wife of Gautam Adani whose foundation work for social cause

Advertisment

ଦେଶର ଯଦି ସବୁଠାରୁ ଧନୀ ବ୍ୟବସାୟୀଙ୍କା ତାଲିକା କରାଯାଏ ତେବେ ଗୌତମ ଆଦାନୀଙ୍କ ନାମ ନିଶ୍ଚିତ ରହିବ। ନିକଟ ଅତୀତରେ ଆଦାନୀ ପରିବାରର ସମ୍ପତ୍ତି ଯଥେଷ୍ଟ ବୃଦ୍ଧି ପାଇଥିଲା। ଏଥିସହିତ ଗୌତମ ଆଦାନୀ ଭାରତର ସବୁଠାରୁ ଧନୀ ବ୍ୟକ୍ତିଙ୍କ ମଧ୍ୟରେ ପରିଣତ ହୋଇଥିଲେ। କିନ୍ତୁ ତାଙ୍କ ପରିବାର ସବୁବେଳେ ଚର୍ଚ୍ଚାରୁ ବହୁତ ଦୂରରେ ରୁହନ୍ତି। ଗୌତମ ଆଦାନୀଙ୍କ ପ୍ରତ୍ୟେକ ସଫଳତାରେ ତାଙ୍କ ପତ୍ନୀ ପ୍ରୀତି ଆଦାନୀ ମଧ୍ୟ ତାଙ୍କ ସହିତ ଛିଡା ହୁଅନ୍ତି। ସିଏ ମଧ୍ୟ ଚର୍ଚ୍ଚାକୁ ଆସିବାକୁ ପସନ୍ଦ କରନ୍ତି ନାହିଁ।

Advertisment

ଆଦାନୀ ଗ୍ରପ୍‌ର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହିତ ପ୍ରୀତି ଆଦାନୀ ତାଙ୍କ ସ୍ୱାମୀଙ୍କୁ ସମର୍ଥନ କରିଛନ୍ତି। ଗୌତମ ଆଦାନୀ ୧୯୮୮ ମସିହାରେ ବ୍ୟବସାୟ ଆରମ୍ଭ କରିଥିଲେ। ଏଥିରେ ତାଙ୍କ ପତ୍ନୀ ତାଙ୍କୁ ଭଲ ଭାବରେ ସହଯୋଗ କରିଥିଲେ। ସେଥିପାଇଁ ଆଜି ଏହି କମ୍ପାନୀ ଅମ୍ବାନୀ ଗ୍ରୁପ ସହିତ ସମାନ ହୋଇଛି। ପ୍ରୀତି ଆଦାନୀ ଜଣେ ଦକ୍ଷ ଡାକ୍ତର। ତେବେ ଆସନ୍ତୁ ପ୍ରୀତି ଆଦାନୀଙ୍କ ବିଷୟରେ କିଛି ଅଜଣା କଥା ଜାଣିବା।

ପ୍ରୀତି ୧୯୬୫ ମସିହାରେ ଗୁଜରାଟୀ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପରିବାର ମୁମ୍ବାଇରେ ରୁହନ୍ତି। ପାଠ ପଢାରେ ଦକ୍ଷ ଥିବା ପ୍ରୀତି ଅହମ୍ମଦାବାଦ ସରକାରୀ ଡେଣ୍ଟାଲ କଲେଜରୁ ଡେଣ୍ଟାଲ ସର୍ଜରୀରେ ସ୍ନାତକ ହାସଲ କରିଛନ୍ତି। ଗୌତମ ଆଦାନୀଙ୍କୁ ବିବାହ କରିବା ପରେ ମଧ୍ୟ ପ୍ରୀତି ତାଙ୍କ କାର୍ଯ୍ୟ ଜାରି ରଖିଥିଲେ। ଏହା ସହିତ ସେ ସାମାଜିକ ସେବା ମଧ୍ୟ ଆରମ୍ଭ କରିଥିଲେ। ଏନେଇ ସେ ଅନେକ ପୁରସ୍କାର ମଧ୍ୟ ପାଇଛନ୍ତି।

Advertisment

୨୦୦୯ରେ, ପ୍ରୀତି ଆଦାନୀଙ୍କୁ GLS ବିଶ୍ୱବିଦ୍ୟାଳୟ ଅହମ୍ମଦାବାଦର ସାମାଜିକ କାର୍ଯ୍ୟ ପାଇଁ ଡକ୍ଟରେଟ୍ ଡିଗ୍ରୀ ପ୍ରଦାନ କରାଯାଇଥିଲା। ପ୍ରୀତି ଆଦାନୀ ଦୁଇଜଣ ସଦସ୍ୟଙ୍କ ସହ ମିଶି ଆଦାନୀ ଫାଉଣ୍ଡେସନର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହା ଏବେ ସମାଜ ସେବାରେ କାମ କରୁଛି। ଏହି ଆଦାନୀ ଫାଉଣ୍ଡେସନ୍ ଭାରତର ୧୯ଟି ରାଜ୍ୟର ୨୩୦୦ ଗାଁର ରକ୍ଷଣା ବେକ୍ଷଣା ମଧ୍ୟ କରୁଛି।

ପ୍ରୀତି ଆଦାନୀଙ୍କ ଏହି ଫାଉଣ୍ଡେସନ ଗରିବୀ, ଶିକ୍ଷା, ପୁଷ୍ଟିହୀନତା ଭଳି ସମସ୍ୟା ଉପରେ ଅନେକ କାମ କରୁଛି। ଶିକ୍ଷାକୁ ନେଇ କାମ କରୁଥିବା ପ୍ରୀତି ଆଦାନୀ ଗୁଜୁରାଟରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ଯିଏକି ଗତ କିଛି ବର୍ଷ ଧରି ଏହି କ୍ଷେତ୍ରରେ କାମ କରିଆସୁଛନ୍ତି।

Advertisment

କୌଣସି ଦୁଃଖଦ ଘଟଣା ପରେ ଖୁବ୍ ଶୀଘ୍ର କାମ କରି ପ୍ରୀତି ଆଦାନୀ ଲୋକଙ୍କୁ ସାହାଯ୍ୟ କରନ୍ତି। ଗୁଜୁରାଟରେ ୨୦୦୧ରେ ପ୍ରବଳ ଭୂକମ୍ପ ପରେ ପ୍ରୀତି DAV ବିଦ୍ୟାଳୟ ଖୋଲି ପିଲାମାନଙ୍କୁ ଉତ୍ତମ ଶିକ୍ଷା ପ୍ରଦାନ କାର୍ଯ୍ୟ କରିଥିଲେ। ଏନେଇ ତାଙ୍କୁ ଭାରତ ସରକାରଙ୍କ ଠାରୁ ପ୍ରଶଂସା ମଧ୍ୟ ମିଳିଛି।

Women Empowerment Women Entrepreneurship
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ