Advertisment

ନୟାଗଡ଼ର ଗଛ ସାର : ଜୀବନର ପ୍ରତିଟି ମୁହୂର୍ତ୍ତ ପରିବେଶ ପାଇଁ ସମର୍ପିତ

ପେଶା ଶିକ୍ଷକ, ନିଶା ପରିବେଶ ସୁରକ୍ଷା । ପରିଚୟ ସମସ୍ତଙ୍କ ପ୍ରିୟ ଗଛ ସାର । ନୟାଗଡ଼ ଜିଲ୍ଲାର କୋଣ ଅନୁକୋଣରେ ଗଛ ସାରଙ୍କ ନାମରେ ପରିଚିତ ଅନ୍ତର୍ଯ୍ୟାମୀ ସାହୁ । ଗଛ ପାଇଁ ଦେଇଛନ୍ତି ତାଙ୍କ ଜୀବନର ପ୍ରତିଟି ମୁହୂର୍ତ୍ତ, ଆଉ ସୃଷ୍ଟି କରିଛନ୍ତି ସବୁଜ ବଳୟ । ତେବେ କିଛି ଦିନ ହେବ ଗଛ ସାରଙ୍କୁ ପଦ୍ମଶ୍ରୀ ପୁରସ୍କାର ପାଇଁ ଦାବି ହେଉଛି ।

ଅଦ୍ୟତନ ହୋଇଛି
ନୟାଗଡ଼ର ଗଛ ସାର : ଜୀବନର ପ୍ରତିଟି ମୁହୂର୍ତ୍ତ ପରିବେଶ ପାଇଁ ସମର୍ପିତ

'Gachha Sir' Of Nayagarh In Odisha

Advertisment

ନୟାଗଡ଼ ( ଆର୍ତ୍ତତ୍ରାଣ ପ୍ରଧାନ) : ପେଶା ଶିକ୍ଷକତା, ନିଶା ପରିବେଶ ସୁରକ୍ଷା । ପରିଚୟ ସମସ୍ତଙ୍କ ପ୍ରିୟ ଗଛ ସାର । ନୟାଗଡ଼ ଜିଲ୍ଲାର କୋଣ ଅନୁକୋଣରେ ଗଛ ସାରଙ୍କ ନାମରେ ପରିଚିତ ଅନ୍ତର୍ଯ୍ୟାମୀ ସାହୁ । ଗଛ ପାଇଁ ଦେଇଛନ୍ତି ତାଙ୍କ ଜୀବନର ପ୍ରତିଟି ମୁହୂର୍ତ୍ତ, ଆଉ ସୃଷ୍ଟି କରିଛନ୍ତି ସବୁଜ ବଳୟ । ତେବେ କିଛି ଦିନ ହେବ ଗଛ ସାରଙ୍କୁ ପଦ୍ମଶ୍ରୀ ପୁରସ୍କାର ପାଇଁ ଦାବି ହେଉଛି ।

Advertisment

ନୟାଗଡ଼ର ଗଛ ସାର, ଏ ନାଁଟି ସଭିଙ୍କ ପାଇଁ ବେଶ ଜଣାଶୁଣା । ଗଛ ସାରଙ୍କ ମହନୀୟତାକୁ ଭୁଲିବ ନାହିଁ ଇତିହାସ l ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ୍ ନୀଳମାଧବ ପୀଠ କଣ୍ଟିଲୋ ନିବାସୀ ଅନ୍ତର୍ଯ୍ୟାମୀ ସାହୁ(୭୪ ବର୍ଷ)ଙ୍କୁ ନେଇ ଚର୍ଚ୍ଚା l କିଛି ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଛ ସାରଙ୍କୁ ନେଇ ଟୁଇଟ ଯୋଗେ ପ୍ରଶଂସା କରିଥିଲେ । ଫଳରେ ଓଡ଼ିଶାରେ ଚର୍ଚ୍ଚାକୁ ଆସିଛନ୍ତି ଗଛ ସାର l ଷଷ୍ଠ ଶ୍ରେଣୀରେ ପଢ଼ିବା ଦିନରୁ ପରିବେଶ ସୁରକ୍ଷା ଦିଗରେ ସେ କାର୍ଯ୍ୟ କରିଆସୁଛନ୍ତି ଗଛ ସାର । ପେଷାରେ ଜଣେ ସରକାରୀ ଶିକ୍ଷକ ଥିଲେ। ତାଙ୍କର ଶିକ୍ଷକତା ଜୀବନ ବୌଦ୍ଧ, ଯାଜପୁର ଆଦି ଜିଲ୍ଲାରେ କଟିଛି । ଶିକ୍ଷକତା କରୁଥିବା ବେଳେ ମଧ୍ୟ ସେ ଗଛ ଲଗାଇବା ନିଶାରୁ ଓହରିନଥିଲେ । ଅବସର ପରେ ଏ ନିଶା ଆହୁରି ବଢ଼ିଯାଇଛି l

Advertisment

ନିଜେ ହୃଦରୋଗରେ ପୀଡ଼ିତ ଥିଲେ ମଧ୍ୟ ଗଛ ଲଘାଇବା ନିଶା ତାଙ୍କୁ ଛାଡ଼ିନି l ତାଙ୍କ ଘରକୁ ଦେଖିଲେ ଯେ କେହିଁ ବି କହି ଦେବେ ଯେ ଏହା ଗଛ ସାରଙ୍କ ଘର ବୋଲି l ନିଜ ଘରେ ବିଭିନ୍ନ ପଶୁପକ୍ଷୀଙ୍କ ପାଇଁ ବଷା କରିଛନ୍ତି l ନିଜ ବାଡ଼ିରେ ପଶୁପକ୍ଷୀଙ୍କୁ ଖାଇବାକୁ ଦେବା ସହ ସଚେତନଧର୍ମୀ ପୋଷ୍ଟର ବ୍ୟାନର ଲଗାଇଛନ୍ତି l ନିଜେ ରଙ୍ଗ ତୁଳୀ ବ୍ୟବହାର କରି ପୋଷ୍ଟର ମାନ ଆଙ୍କୁଛନ୍ତି । ଖାଲି ସେ ନୁହନ୍ତି ଘରର ପ୍ରତିଟି ସଦସ୍ୟ ଅନ୍ତର୍ଯ୍ୟାମୀଙ୍କ ଏହି କାର୍ଯ୍ୟରେ ସହଯୋଗ କରିଥାନ୍ତି l ସେ ସ୍କୁଲକୁ ସ୍କୁଲ ବୁଲିବୁଲି ପିଲାମାନଙ୍କୁ ଗଛର ମାହାତ୍ମ୍ୟ ବିଷୟରେ ବୁଝାନ୍ତି l

ବିଲୁପ୍ତ ହେଇଯାଉଥିବା ଅନେକ ଗଛର ମଞ୍ଜି ସଂଗ୍ରହ କରି ରଖିଛନ୍ତି l କଣ୍ଟିଲୋ ଅଞ୍ଚଳରେ ବିଲୁପ୍ତ ପ୍ରାୟ ଶହ ଶହ ସଂଖ୍ୟାରେ ତାଳ, ଆମ୍ବ, ଖଜୁରୀ, ବର ଆଦି ଗଛ ଲଗାଇଛନ୍ତି। ଭାପୁର ବ୍ଲକ ଧାନଚାଙ୍ଗଡ଼ା ପଞ୍ଚାୟତ କାଳିଆପଲ୍ଲୀରେ ବିଶ୍ୱାବସୁ ଉଦ୍ୟାନ ଓ ଲଳିତା ଦେବୀ ଉଦ୍ୟାନ ନାମରେ ଦୁଇଟି ବଡ଼ ବଗିଚା ସେ ପ୍ରତିଷ୍ଠା କରିଛନ୍ତି l ନିଜର ଜୀବନ କାଳ ମଧ୍ୟରେ ୪୦ ହଜାର ଗଛ ଲଗାଇବା ସହ ତାର ଆବଶ୍ୟକୀୟ ଯତ୍ନ ନେଉଛନ୍ତି ଗଛ ସାର ।

Advertisment

କେବଳ ବୃକ୍ଷରୋପଣ ନୁହେଁ ପଶୁପକ୍ଷୀଙ୍କ ସୁରକ୍ଷା ଦିଗରେ ମଧ୍ୟ ସେ କାର୍ଯ୍ୟ କରନ୍ତି । ଏଥିନେଇ ସେ ସ୍ଥାନୀୟ ଅଞ୍ଚଳର ଆଗ୍ରହୀ ବ୍ୟକ୍ତିଙ୍କୁ ନେଇ ‘ଚେତନାନାମରେ ଅନୁଷ୍ଠାନଟିଏ ମଧ୍ୟ ଗଢ଼ିଛନ୍ତି । ୧୯୯୦ରେ ବନ ବନ୍ଧୁ ପୁରସ୍କାର ପ୍ରକୃତି ବନ୍ଧୁ(୧୯୯୫), ପ୍ରକୃତି ବନ୍ଧୁ (୨୦୧୩), ୨୦୧୬ରେ ବିଜୁ ପଟ୍ଟନାୟକ ବନ୍ୟ ପ୍ରାଣୀ ସଂରକ୍ଷଣ ପୁରସ୍କାର ପାଇଛନ୍ତି । ବନ ବିଭାଗ ପକ୍ଷରୁ ପ୍ରତିବର୍ଷ ବୃକ୍ଷରୋପଣ କରାଯାଉଛି, କିନ୍ତୁ ଯେଉଁ ଗଛର ଫଳ ଖାଇ ପକ୍ଷୀମାନେ ବଞ୍ଚିବେ ସେଭଳି ବୃକ୍ଷରୋପଣ କରାଯାଉ ନଥିବାରୁ ଗଛ ସାର୍ କ୍ଷୋଭ ପ୍ରକାଶ କରିଛନ୍ତି। ଆଙ୍କୁଲ, ଡିମିରି, କଣ୍ଟାଶିମିଳି ଭଳି ୪୦ ପ୍ରକାରରୁ ଅଧିକ ଗଛ ଲଗାଇବାର ଆବଶ୍ୟକତା ରହିଛି ବୋଲି ଗଛ ସାର୍ କହିଛନ୍ତି । ଗଛ ସାର ସବୁଜ ବଳୟତାକୁ ନେଇ ତାଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ ପାଇଁ ଦାଦି ହୋଇଛି l ଏ ନେଇ ନୟାଗଡ଼ ଉପଜିଲ୍ଲାପାଳ କହିଛନ୍ତି ସେ ଯୋଗ୍ୟ ବିବେଚିତ ହେଲେ, ଜିଲ୍ଲା ପ୍ରଶାସନ ତରଫରୁ ତାଙ୍କ ନାମ ସୁପାରିଶ କରାଯିବ l ପଦ୍ମଶ୍ରୀ ପୁରସ୍କାର ମିଳୁ କି ନମିଳୁ ଗଛ ସାର ପ୍ରକୃତିକୁ ବଞ୍ଚାଇବା ପାଇଁ ଜଣେ ମସିହା ଭାବେ ଜନ୍ମ ନେଇଛନ୍ତି ଏହା ପ୍ରମାଣିତ କରିଛି ତାଙ୍କର ଜୀବନବ୍ୟାପୀ ସାଧନା ।

Odisha Nayagarh
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ