Advertisment

କ୍ରିକେଟ୍‌ ମ୍ୟାଚ୍‌ ଦେଖିବାରେ ଡାକ୍ତର ବ୍ୟସ୍ତ ! ସେପଟେ ଚାଲିଗଲା ରୋଗୀଙ୍କ ଜୀବନ...

ଡାକ୍ତରଙ୍କ ଚିକିତ୍ସା ଅବହେଳାରୁ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ପରିବାର ଲୋକେ ।

ଅଦ୍ୟତନ ହୋଇଛି
medical negligence allegations against mkcg hospital

medical negligence allegations against mkcg hospital

Advertisment

ପୁଣି ଥରେ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ୍ ବିରୋଧରେ ଅବହେଳା ଅଭିଯୋଗ ଆସିଛି । ଡାକ୍ତରଙ୍କ ଚିକିତ୍ସା ଅବହେଳାରୁ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । 

Advertisment

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି କରପଡ଼ା ଗାଁର ହିମାଂଶୁ ଶେଖର ପ୍ରଧାନଙ୍କ ଗୋଡ଼ରେ ଏକ ଆଘାତ ଲାଗିଥିଲା । ଏଥିରେ ଭୀଷଣ ରକ୍ତସ୍ରାବରୁ ତାଙ୍କୁ ୧୫ ତାରିଖ ଦିନ ମେଡିକାଲରେ ଆଡମିଟ୍ କରାଯାଇଥିଲା । ହେଲେ କିଛି ପିଜି ଡାକ୍ତର ତାଙ୍କର ଚିକିତ୍ସା କରି ଛାଡ଼ି ଦେଇଥିଲେ । 

ପରିବାର ଲୋକଙ୍କ କହିବା କଥା, ସେମାନେ ହିମାଂଶୁଙ୍କୁ ଆଡମିଟ୍ କରିବାକୁ କହିଥିଲେ ବି ଡାକ୍ତର ଏଥିପ୍ରତି ଶୁଣିନଥିଲେ । ଏପରିକି କିଛି ଡାକ୍ତର ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ୍ ଦେଖିବାରେ ବ୍ୟସ୍ତ ଥିଲେ । ପରେ ପୁଣି ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଥିଲା ।

Advertisment

ତେବେ ମେଡିକାଲ୍‌କୁ ଆଣିବା ପରେ ତାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ସେପଟେ ଡାକ୍ତର କୌଣସି ଅବହେଳା କରି ନାହାନ୍ତି । ମ୍ୟାଚ୍ ଦେଖିବା ଅଭିଯୋଗରେ ସିସିଟିଭି ଯାଞ୍ଚ ହେବ ବୋଲି ଏମକେସିଜି ମେଡିକାଲ୍ ଅଧିକ୍ଷକ ପ୍ରଫେସର ଡାକ୍ତର ସୁଚିତ୍ରା ଦାଶ କହିଛନ୍ତି ।  

Medical Negligence
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ