Advertisment

ମନରେଗା ଯୋଜନା କାହା ପାଇଁ ? କାମ କରି ମାସ ମାସ ଧରି ମଜୁରୀ ପାଇ ନାହାନ୍ତି ଶ୍ରମିକ

ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତ ଯୋଜନା(ମନରେଗା)ରେ କାମ କରି ମାସ ମାସ ଧରି ମଜୁରୀ ପାଇ ନାହାନ୍ତି ଶ୍ରମିକ। ସେପଟେ ମେସିନ୍ ସାହାଯ୍ୟରେ କରାଯାଉଛି ମନରେଗା କାମ। ଏଭଳି ଅଭିଯୋଗ ଉଠାଇଛନ୍ତି ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଅଞ୍ଚଳର ହିତାଧିକାରୀ।

ଅଦ୍ୟତନ ହୋଇଛି
Irregularities In MGNREGA Payment

Irregularities In MGNREGA Payment

Advertisment

କରଞ୍ଜିଆ: ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତ ଯୋଜନା(ମନରେଗା)ରେ କାମ କରି ମାସ ମାସ ଧରି ମଜୁରୀ ପାଇ ନାହାନ୍ତି ଶ୍ରମିକ। ସେପଟେ ମେସିନ୍ ସାହାଯ୍ୟରେ ମନରେଗା କାମ କରାଯାଉଛି। ଏଭଳି ଅଭିଯୋଗ ଉଠାଇଛନ୍ତି ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଅଞ୍ଚଳର ହିତାଧିକାରୀ। ସରକାରୀ ଯୋଜନା ଏଠି ବାଟ ବଣା ହୋଇଥିବା ଅଭିଯୋଗ ହୋଇଛି।  

Advertisment

ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବନାଞ୍ଚଳ ବାଲିପୋଷି ସେକ୍ସନର ବୋରିଂ ବିଟ୍ ଅଞ୍ଚଳର ଶ୍ରମିକ ଶ୍ରେଣୀର ଲୋକେ ୧୧ ମାସ ପୂର୍ବେ ଟ୍ରେଞ୍ଚ ଖୋଳିଥିଲେ। ହେଲେ ଏପର୍ଯ୍ୟନ୍ତ ଅନେକ ଶ୍ରମିକ ସେମାନଙ୍କର ପ୍ରାପ୍ୟ ପାଇ ପାରି ନାହାନ୍ତି। ୨୫ ରୁ ଅଧିକ ମହିଳା ଏବଂ ପୁରୁଷ ଟ୍ରେଞ୍ଚ ଖୋଳା କାମରେ ନିୟୋଜିତ ହୋଇ ୩୦ରୁ ୪୫ ଦିନ ଝାଳ ବୁହା ପରିଶ୍ରମ କରିଛନ୍ତି। ହେଲେ ସେମାନଙ୍କୁ ସେମାନଙ୍କର ପ୍ରାପ୍ୟ ମିଳିନଥିବା ଅଭିଯୋଗ ହୋଇଛି। ବନ ବିଭାଗ କାର୍ଯ୍ୟାଳୟରୁ ବ୍ୟାଙ୍କ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି, ହେଲେ ଟଙ୍କାଟିଏ ପାଇନଥିବା ଅଭିଯୋଗ କରିଛନ୍ତି ଶ୍ରମିକ।  ଶ୍ରମିକଙ୍କ ବଦଳରେ ବନ ବିଭାଗ ମେସିନ ଦ୍ୱାରା କାର୍ଯ୍ୟ କରୁଛି। ଯାହା MGNREGAକୁ ଉପହାସ ବୋଲି କୁହାଯାଇଛି। 

ସେପଟେ ଦାୟିତ୍ୱରେ ଥିବା ବନାଞ୍ଚଳ ଅଧିକାରୀ କିଶୋର ପାଣିଗ୍ରାହୀ କହିଛନ୍ତି, ଶ୍ରମିକମାନେ କାମ କରିବାକୁ ଆଗ୍ରହ ଦେଖାଉ ନାହାନ୍ତି। ଫଳରେ ବାଧ୍ୟ ହୋଇ ମେସିନ ଲଗାଇ କାମ କରାଯାଉଛି l ଏସିଏଫଓ କହିଛନ୍ତି, ତଦନ୍ତ ଚାଲିଛି। ରିପୋର୍ଟ ଆସିଲେ ଉଚ୍ଚ ପଦସ୍ତ ଅଧିକାରୀଙ୍କୁ ଜଣାଇବୁ।  

Advertisment
MGNREGA MGNREGA Payment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ