Advertisment

ମାସ ମାସ ଧରି ସ୍କୁଲ୍‌ ଆସୁ ନାହାନ୍ତି ଦିଦି, ହେଲେ ଘରେ ବସି ପାଉଛନ୍ତି ଦରମା...

ମାସ ମାସ ଧରି ସ୍କୁଲ୍‌ ନ ଆସି ଦରମା ନେଉଛନ୍ତି ଶିକ୍ଷୟିତ୍ରୀ। ଆଉ ତାଙ୍କୁ ଦରମା ଦେଇ ଚାଲିଛନ୍ତି ଶିକ୍ଷା ବିଭାଗ କର୍ତ୍ତୃପକ୍ଷ।

ଅଦ୍ୟତନ ହୋଇଛି
Massive irregularities in salary payment of teacher surface in Nabarangpur

Massive irregularities in salary payment of teacher surface in Nabarangpur

Advertisment

ମାସ ମାସ ଧରି ସ୍କୁଲ୍‌ ନ ଆସି ଦରମା ନେଉଛନ୍ତି ଶିକ୍ଷୟିତ୍ରୀ। ଆଉ ତାଙ୍କୁ ଦରମା ଦେଇ ଚାଲିଛନ୍ତି ଶିକ୍ଷା ବିଭାଗ କର୍ତ୍ତୃପକ୍ଷ। ନବରଙ୍ଗପୁର ଜିଲ୍ଲାରୁ ପ୍ରଶାସନିକ ଅବହେଳାର ଏଭଳି ସାଂଘାତିକ ଚିତ୍ର ଆସିଛି। ଯେଉଁଠି ସରକାରୀ ନିୟମର ଖୋଲା ଖୋଲି ଉଲ୍ଲଂଘନ ହେଉଛି। ଚନ୍ଦାହାଣ୍ଡି ବ୍ଲକ୍ ଅନ୍ତର୍ଗତ ମେଣ୍ଟ୍ରି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଖେଳ ଶିକ୍ଷୟିତ୍ରୀ ଗୀତାଞ୍ଜଳି ଚାନ୍ଦଙ୍କ ବିରୋଧରେ ଏଭଳି ଅଭିଯୋଗ ଆସିଛି। 

Advertisment

ସୂଚନା ଅନୁସାରେ, ଗ୍ରୀଷ୍ମ ଛୁଟି ପରଠାରୁ ଗୀତାଞ୍ଜଳି ଗୋଟିଏ ଦିନ ବି ସ୍କୁଲ୍‌ ଆସି ନାହାନ୍ତି। ହେଲେ ଦରମା ପ୍ରତି ମାସରେ ପାଇ ଚାଲିଛନ୍ତି। ଗ୍ରୀଷ୍ମ ଛୁଟି ପରେ ଗତ ଜୁନ୍‌ ୧୭ ତାରିଖରେ ସ୍କୁଲ ଖୋଲିଥିଲା। କିନ୍ତୁ, ଗୀତାଞ୍ଜଳି ସେଦିନ ସ୍କୁଲ୍‌ ନଆସି ପୋଷ୍ଟାଲରେ ଏକ ଛୁଟି ଦରଖାସ୍ତ ପଠାଇ ଦେଇଥିଲେ। ଉକ୍ତ ଦରଖାସ୍ତରେ ତାଙ୍କର ଛାତି ବ୍ୟଥା ହେଉଥିବାରୁ ମେଡିକାଲ ଚେକ୍‌ଅପ୍‌ ପାଇଁ ଜୁନ୍‌ ୧୭ରୁ ଜୁଲାଇ ୧୫ ତାରିଖ ପର୍ଯ୍ୟନ୍ତ ଛୁଟିରେ ରହିବେ ବୋଲି ଉଲ୍ଲେଖ କରିଥିଲେ। ଏହାରି ମଧ୍ୟରେ ସେ ବର୍ତ୍ତମାନ ସୁଦ୍ଧା ୪ ଥର ଛୁଟି ଦରଖାସ୍ତ ପୋଷ୍ଟାଲ ମାଧ୍ୟମରେ ପଠାଇ ଛୁଟିରେ ରହିଛନ୍ତି। ସମସ୍ତ ଛୁଟି ଦରଖାସ୍ତରେ ସ୍ୱାସ୍ଥ୍ୟଗତ ସମସ୍ୟା ଥିବା ସେ ଦର୍ଶାଇଛନ୍ତି। 

ଏଭଳି ସ୍ଥଳେ ଗୀତାଞ୍ଜଳି ଗତ ଅଗଷ୍ଟ ୭ ତାରିଖ ଦିନ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଦରଖାସ୍ତ ମାଧ୍ୟମରେ ଅଭିଯୋଗ କରିଛନ୍ତି ଯେ, ବିବାହ ପରଠାରୁ ତାଙ୍କୁ ଶାଶୁ ଘର ଲୋକେ ନିର୍ଯାତନା ଦେଇ ଆସୁଛନ୍ତି। ସ୍ୱାମୀ ମଧ୍ୟ ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେବା ସହ ଜୀବନରେ ମାରି ଦେବାକୁ ଧମକ ଦେଉଥିବା ସେ ଦରଖାସ୍ତରେ ଉଲ୍ଲେଖ କରିଛନ୍ତି। ତେଣୁ ତାଙ୍କୁ ଭଦ୍ରକ ଜିଲ୍ଲାକୁ ବଦଳି କରାଯାଉ ବୋଲି ସେ ନିବେଦନ କରିଛନ୍ତି। ଏନେଇ ବିଭାଗୀୟ ଯୁଗ୍ମ ସଚିବ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି କରି ଅଗଷ୍ଟ ୭ ତାରିଖ ଦିନ ଜଣାଇଥିଲେ। 

Advertisment

ଅନ୍ୟପକ୍ଷେ, ଗୀତାଞ୍ଜଳି ଅନ୍‌ଲାଇନ୍‌ରେ ମଧ୍ୟ ବଦଳି ପାଇଁ ଆବେଦନ କରିଛନ୍ତି। ପ୍ରଧାନଶିକ୍ଷକଙ୍କୁ ଦରଖାସ୍ତ ଦେଇ ଲମ୍ବା ଛୁଟିରେ ରହିବା ଏବଂ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଦରଖାସ୍ତ ଦେବା ଘଟଣା ମଧ୍ୟରେ ଅନେକ ତାରତମ୍ୟ ରହୁଛି। ସ୍କୁଲ୍‌ କର୍ତ୍ତୃପକ୍ଷଙ୍କୁ ସ୍ୱାସ୍ଥ୍ୟଗତ ସମସ୍ୟା ଥିବା ଉଲ୍ଲେଖ କରୁଥିବା ବେଳେ ଯୁଗ୍ମ ସଚିବ ପାଖେ ଜୀବନ ପ୍ରତି ବିପଦ ଥିବା ଲେଖିଛନ୍ତି। ଯାହାକୁ ନେଇ ସେ କେଉଁ କାରଣରୁ ସ୍କୁଲ୍‌ ଆସୁ ନାହାନ୍ତି ତାହା ଅସ୍ପଷ୍ଟ ରହିଛି। 

ସେପଟେ ଜିଲ୍ଲା ଶିକ୍ଷା ବିଭାଗ ଅଧିକାରୀ, ଗୀତାଞ୍ଜଳି ଲମ୍ବା ଛୁଟିରେ ଥିବା ଜାଣି ମଧ୍ୟ ଗତ ଜୁନ୍‌, ଜୁଲାଇ ଓ ଅଗଷ୍ଟ ମାସର ଦରମା ପ୍ରଦାନ କରିଛନ୍ତି। ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ, ଗୀତାଞ୍ଜଳିଙ୍କ ଦରମା ନକରିବାକୁ ପ୍ରତି ମାସରେ ସେ ELରେ ରହିଥିବା ଷ୍ଟେଟ୍‌ମେଣ୍ଟ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଦାଖଲ କରୁଛନ୍ତି ବୋଲି କହିଛନ୍ତି। ଯାହାକୁ ନେଇଁ ବର୍ତ୍ତମାନ ପ୍ରଶ୍ନ ଉଙ୍କି ମାରୁଛି ଯେ, ସବୁ ଅଧୁକାରୀଙ୍କ ଜାଣତରେ କିଭଳି ଶିକ୍ଷୟିତ୍ରୀଙ୍କୁ ଏତେ ଅନୁକମ୍ପା ଦିଆଯାଉଛି ? ଏନେଇ ଗୀତାଞ୍ଜଳିଙ୍କୁ ଫୋନ ଯୋଗେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ ଉଠାଉ ନାହାନ୍ତି। ଘଟଣାକୁ  ନେଇ ଜିଲ୍ଲା ଶିକ୍ଷା ଅଧିକାରୀ କହିଛନ୍ତି ଯେ, ଘଟଣାର ସତ୍ୟାସତ୍ୟ ତଦନ୍ତ କରାଯାଇ ଯେଉଁ ଅଧିକାରୀ ଓ କର୍ମଚାରୀ ଏଭଳି ଦୁର୍ନୀତିରେ ଜଡ଼ିତ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହାସହ ଦରମା ଟଙ୍କା ଫେରସ୍ତ କରିବାକୁ ନିର୍ଦେଶ ଦିଆଯିବ।

Advertisment
Teacher Irregularities In Salary
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ