Advertisment

ଦୁର୍ନୀତିର ଗୁମର ଖୋଲିଲା ସଂସଦରେ କେନ୍ଦ୍ରମନ୍ତ୍ରୀଙ୍କ ଉତ୍ତର

ପିଏମ ଆବାସ ଯୋଜନାର ଲୋଗୋ ପରିବର୍ତ୍ତେ ବିଜୁ ପକା ଘର ଲୋଗୋ ଲାଗୁଛି।

Awas Fight

Awas Fight

Advertisment

ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ହେରଫେର। ରାଜ୍ୟ ସରକାରଙ୍କ ଗୁମର ଖୋଲିଲା ପାର୍ଲାମେଣ୍ଟରେ କେନ୍ଦ୍ର ମନ୍ତ୍ରୀଙ୍କ ଉତ୍ତର।
ଓଡ଼ିଶାରେ ଆବାସ ଯୋଜନାର କାର୍ଯ୍ୟକାରିତା ସଂପର୍କରେ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପାର୍ଲିଆମେଣ୍ଟରେ ରଖିଥିବା ଉତ୍ତରରୁ  ସାଙ୍ଘାତିକ ତଥ୍ୟ ସାମ୍ନାକୁ ଆସିଛି।ମନ୍ତ୍ରୀଙ୍କ ଉତ୍ତର ଅନୁସାରେ:-

Advertisment
  • ଓଡ଼ିଶାରେ ଠିକ୍‌ରେ ସର୍ଭେ ହୋଇନି। 
  • ଅଯୋଗ୍ୟ ହିତାଧିକାରୀ ଘର ପାଇଛନ୍ତି। 
  • ଏପରିକି ଏକା ପରିବାରର ଏକାଧିକ ଘର ପାଇଛନ୍ତି। 
  • ଘର କାମ ବି ଅତି ନିମ୍ନ ମାନର ହେଉଛି।
  • ପିଏମ ଆବାସ ଯୋଜନାର ଲୋଗୋ ପରିବର୍ତ୍ତେ ବିଜୁ ପକା ଘର ଲୋଗୋ ଲାଗୁଛି।
  • ପଞ୍ଚାୟତରେ ଥିବା ଘରଗୁଡ଼ିକରେ କେବଳ PMAY-G ଲୋଗୋ ଲଗାଇବାକୁ ସ୍ପଷ୍ଟ ପରାମର୍ଶ ରହିଛି, ତେବେ ସେଥିରେ ବିଜୁ ପକ୍କା ଘର ଲୋଗୋ ବି ଲାଗୁଛି। ତା ବି ବଡ଼ ଆକାରରରେ। 
  • incomplete ଘରକୁ complete ଦର୍ଶାଯାଉଛି। 
  • ସରକାରୀ କର୍ମଚାରୀ ଯାଞ୍ଚକୁ ଅଣଦେଖା କରୁଥିବା ବେଳେ ଯୋଜନାର ସାମାଜିକ ଅଡିଟ୍ କରାଯାଉନଥିବା ଦର୍ଶାଇ ମନ୍ତ୍ରୀ ଉଦବେଗ ପ୍ରକାଶ କରିଛନ୍ତି।

ବିଜେପି ସାଂସଦମାନେ ବାରମ୍ବାର କଥା ଉଠାଇବା ପରେ ଗତବର୍ଷ ଫେବୃଆରୀରେ କେନ୍ଦ୍ରୀୟ ଟିମ ଓଡ଼ିଶା ଆସି ତଦନ୍ତ କରିବା ସହ ଅନିୟମିତତାରେ ସଂପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ସହ ଆକ୍ସନ୍ ଟେକେନ ରିପୋର୍ଟ (ATR) ଦାଖଲ ପାଇଁ  କହିଥିଲା। ସେହିପରି ରାଜ୍ୟ ସରକାର ନିର୍ଦ୍ଦେଶ ମୁତାବକ ପଦକ୍ଷେପ ନେଇଛନ୍ତି କି ନାହିଁ ତାର ଅନୁଧ୍ୟାନ ପାଇଁ ଗତ ୨ ତାରିଖରେ କେନ୍ଦ୍ରୀୟ ଟିମ୍  ଓଡିଶା ଆସିଥିଲା। ତେବେ ରାଜ୍ୟ ସରକାର ନେଇଥିବା ପଦକ୍ଷେପ ସନ୍ତୋଷଜନକ ନୁହେଁ ବୋଲି ଟିମ୍ କହିଥିଲା। ଏହାକୁ ନେଇ ରାଜ୍ୟ ସରକାରଙ୍କୁ ନିଶାନା କରିଛନ୍ତି ବିଜେପି ଓ କଂଗ୍ରେସ। ତେବେ ବିଜେଡି କହିଛି କିଛି ଅନିୟମିତତା ହୋଇନି।

Advertisment

ଏସବୁ ଭିତରେ ରାଜ୍ୟରେ ପ୍ରାଧନମନ୍ତ୍ରୀ ଆବାସ ଯୋଜନାରେ କେମିତି ହୋଇଛି ଅନିୟମିତତା ଗ୍ରାଉଣ୍ଡ ଜିରୋରେ ସ୍ଥିତି ପରଖିଛି ଓଟିଭି ଟିମ୍। ବାଲେଶ୍ୱର ନୀଳଗିରି ବ୍ଲକ ନରସିଂହପୁର ପଂଚାୟତର ଗୋଟିଏ ପରିବାରର ଦୁଇ ଜଣ ଆବାସ ଘର ପାଇଥିବା ବେଳେ ଅନ୍ୟ ଯୋଗ୍ୟ ହିତାଧୀକାରୀ ବାରମ୍ବାର ଆବେଦନ ପରେ ବି ଘର ପାଇନାହାନ୍ତି। ଯେମିତି ଦୁର୍ଗାପୁର ଗାଁର ଜଣେ ବିଧବା ମହିଳା ମନରୋମା ବେହେରା ଭଙ୍ଗା ଘରେ ପଲିଥିନ୍ ଢାଙ୍କି ରହୁଛନ୍ତି। ତେବେ ତାଙ୍କ ଭାଗ୍ୟରେ ଘର ଖଣ୍ଡେ ଜୁଟି ନାହିଁ। ମୟୁରଭଞ୍ଜ ଉଦଳା ବ୍ଲକ ବଡବିଲ୍ଲା ଗାଁର। ଏହି ହିତାଧିକାରୀଙ୍କୁ ୨୦୧୯-୨୦ରେ ଘର ମିଳିଥିଲା, ହେଲେ ତାଙ୍କ ଘରେ ଆବାସ ବଦଳରେ ବିଜୁ ପକ୍କାଘର ଲୋଗୋ ଲାଗିଛି।  

କେନ୍ଦ୍ରମନ୍ତ୍ରୀଙ୍କ ଉତ୍ତରେ ଓଡ଼ିଶାରେ ଆବାସ ଅନିୟମିତତାର ଗୁମର ଖୋଲିଥିଲେ ମଧ୍ୟ ବିଜେଡି ସାଂସଦ ବିଭାଗୀୟ ମନ୍ତ୍ରୀଙ୍କୁ ଭେଟି ଓଡିଶାକୁ ଅଧିକ ଘର ଦେବା ସହ ଆବାସ ପୋର୍ଟାଲ ଖୋଲିବାକୁ ଦାବି କରିଛନ୍ତି। ଏଭଳି ସ୍ଥିତିରେ ଆବାସ ଅନିୟମିତତାକୁ ନେଇ ବିଜେଡି-ବିଜେପି କଳି କୁଆଡେ ଯାଉଛି ତା ଉପରେ ନଜର।

Advertisment

ରିପୋର୍ଟ: ମାନସ ପାଣି, ରଶ୍ମିରଂଜନ ଦାସ, ସ୍ୱାଧୀନ ରାଉତ ଓ ହରିହର ଚାନ୍ଦ

PMAY Scam In Odisha PMAY Irregularities PMAY Irregularities In Odisha Union Minister Bishweswar Tudu
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ