Advertisment

ପାନୀୟ ଜଳ ପ୍ରକଳ୍ପ କାମରେ ଦୁର୍ନୀତି, କେଉଁଠି ରାସ୍ତା କଡ଼ରେ ପାଇପ୍ ପଡିଛି ତ କେଉଁଠି ଷ୍ଟାଣ୍ଡପୋଷ୍ଟ ଫାଟି ଆଁ

ମେଗା ପାନୀୟ ଜଳ ପ୍ରକଳ୍ପ ଉଦଘାଟନ ପୂର୍ବରୁ ବେହାଲ୍ । କେବଳ ଡୁଙ୍ଗୁରିପାଲି ନୁହେଁ, ବିନିକା ବ୍ଲକର ବିଭିନ୍ନ ଗାଁରେ ମଧ୍ୟ ଦେଖିବାକୁ ମିଳିଛି ନିମ୍ନମାନର କାମ।

jojanara Na Hariloot

jojanara Na Hariloot

Advertisment

ମେଗା ପାନୀୟ ଜଳ ପ୍ରକଳ୍ପ କାମରେ ମହାଦୁର୍ନୀତି । ପ୍ରକଳ୍ପର କାମ ଏତେ ନିମ୍ନମାନର ହୋଇଛି ଯେ, କାମ ନସରୁଣୁ ହାଲ୍ ବେହାଲ୍ ହୋଇଗଲାଣି । ଲୋକେ କିପରି ଘରେ ଘରେ ବିଶୁଦ୍ଧ ପାଣି ମୁନ୍ଦେ ପାଇବେ ସେଥିପାଇଁ କେନ୍ଦ୍ରର ୭୦ ପ୍ରତିଶତ ଓ ରାଜ୍ୟର ୩୦ ପ୍ରତିଶତ ଅର୍ଥରେ କାର୍ଯ୍ୟକାରୀ ହେଉଛି ଜଳ ଜୀବନ ମିଶନ୍ । ହେଲେ ସୁବର୍ଣ୍ଣପୁର ଜିଲ୍ଲାର ବିନିକା ଓ ଡୁଙ୍ଗୁରିପାଲି ବ୍ଲକରେ ମେଗା ପାନୀୟ ଜଳ ପ୍ରକଳ୍ପକୁ ଦେଖିଲେ କେମିତି ଚାଲିଛି କାମ ସ୍ପଷ୍ଟ ବୁଝାପଡିବ।

Advertisment

ଶ୍ୟ ଡୁଙ୍ଗୁରିପାଲି ବ୍ଲକ ଚନାବେଡ଼ା ଗାଁରେ ପ୍ରତି ଘର ସମ୍ମୁଖରେ ତିଆରି ହୋଇଛି ଷ୍ଟାଣ୍ଡ ପୋଷ୍ଟ, ହେଲେ କେଉଁଠି ଭାଙ୍ଗିଯାଇଛି ତ ଆଉ କେଉଁଠି ଟ୍ୟାପ୍ ନାହିଁ। ଷ୍ଟାଣ୍ଡ ପୋଷ୍ଟ ଗୁଡିକ ରାସ୍ତା କଡ଼ରେ ଏଣେ ତେଣେ ପଡିରହିବା ସହିତ ଭାଙ୍ଗି ଚୁରମାର ହୋଇଗଲାଣି।

ମେଗା ପାନୀୟ ଜଳ ପ୍ରକଳ୍ପ ଉଦଘାଟନ ପୂର୍ବରୁ ବେହାଲ୍ । କେବଳ ଡୁଙ୍ଗୁରିପାଲି ନୁହେଁ, ବିନିକା ବ୍ଲକର ବିଭିନ୍ନ ଗାଁରେ ମଧ୍ୟ ଦେଖିବାକୁ ମିଳିଛି ନିମ୍ନମାନର କାମ। କେଉଁଠି ରାସ୍ତା କଡ଼ରେ ପାଇପ୍ ପଡିଛି ତ ଆଉ କେଉଁଠି ଷ୍ଟାଣ୍ଡପୋଷ୍ଟ ଫାଟି ଆଁ କରିଛି। ବିନିକା ଓ ଡୁଙ୍ଗୁରିପାଲି ବ୍ଳକର ୧୧୯ଟି ଗାଁର ହଜାର ହଜାର ଲୋକଙ୍କ ପାଣି ସମସ୍ୟା ଦୂର ପାଇଁ ଶହେ ୪୯ କୋଟି ୨୮ ଲକ୍ଷ ଟଙ୍କା ବ୍ୟୟରେ ତିଆରି ଚାଲିଛି ପ୍ରକଳ୍ପ।

Advertisment

ବିନିକା ସିନ୍ଦୁରପୁର ପଞ୍ଚାୟତ ମଣିଗାଁ ନିକଟ ଚିରସ୍ରୋତା ମହାନଦୀରୁ ପାଇପ୍ ଯୋଗେ ପାଣି ଆସିବା ପାଇଁ ଯୋଜନା କରାଯାଇଛି। ତେବେ ଉଦଘାଟନ ପୂର୍ବରୁ ନିମ୍ନମାନର କାମକୁ ନେଇ ଚିନ୍ତାରେ ପଡିଛନ୍ତି ଲୋକେ। ଠିକାଦାରଙ୍କ ମନମୁଖୀ କାମ ଯୋଗୁଁ ଏହା କେତେଦୂର ସଫଳ ହେବ, ଲୋକେ କେମିତି ଉପକୃତ ହେବେ ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଲୋକେ।

ନିର୍ମାଣାଧୀନ ଓଭରହେଡ୍ ପାଣି ଟାଙ୍କିରେ ଷ୍ଟକ୍ ରହି ଉଭୟ ବ୍ଲକର ପ୍ରତି ଘରକୁ ପହଞ୍ଚିବ ବିଶୁଦ୍ଧ ପାଣି । ତେବେ ବିଭାଗୀୟ ଅଧିକାରୀ କାର୍ଯ୍ୟର ତଦାରଖ ନକରିବା ଏବଂ ଠିକାଦାରର ମନମୁଖୀ କାମକୁ ଲୋକେ ଦାୟୀ କରିଛନ୍ତି । ଏ ସମ୍ପର୍କରେ ବୀରମହାରାଜପୁର ବିଧାୟକଙ୍କୁ ପଚାରିବାରୁ ସେ କହିଛନ୍ତି, ଠିକ୍ ଭାବରେ କାମ କରିବା ପାଇଁ ଆମେ ତାଗିଦ୍ କରିଛୁ । ସେପଟେ କ୍ଷୁଦ୍ର ଜଳସେଚନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ପଚାରିବାରୁ ନିମ୍ନମାନର କଥାକୁ ସେ ଖଣ୍ଡନ କରିଛନ୍ତି ।

Advertisment

୧୧୯ଟି ଗାଁକୁ ଯିବ ପାଣି, ଖର୍ଚ୍ଚ ହେଉଛି ୧୪୯ କୋଟି ଟଙ୍କା। ଯଦି ପ୍ରକଳ୍ପ ନସରୁଣୁ ଅବସ୍ଥା ବେହାଲ୍ ତେବେ କାହିଁକି ଠିକାଦାରଙ୍କୁ ତାଗିଦ୍ କରାଯାଉନି, କାହିଁକି ଯାଞ୍ଚ କରୁନାହାନ୍ତି ବିଭାଗୀୟ ଅଧିକାରୀ ?

Jojanara Na Hariloot
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ