Advertisment

ଭୂତଳ ଜଳ ସଂରକ୍ଷଣ ପ୍ରକଳ୍ପରେ ଘୋଟାଲା

ସବୁ ଗୁଡିକ ଅଧପନ୍ତରିଆ ଏବଂ ସବୁଠି ହୋଇଛି ନିମ୍ନମାନର କାମ

jojanara Na Hariloot

jojanara Na Hariloot

Advertisment

ଦିନକୁ ଦିନ କମିବାରେ ଲାଗିଛି ଜଳସ୍ତର । ସେଥିପାଇଁ ଭୂତଳ ଜଳକୁ କିପରି ସଂରକ୍ଷିତ କରି ରଖାଯିବ, ସେନେଇ ଚିନ୍ତା କରୁଛନ୍ତି ସରକାର । କେନ୍ଦ୍ର ସରକାରଙ୍କ ସ୍ୱଚ୍ଛ ଭାରତ ଯୋଜନା ଅଧୀନରେ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକର ୨୦ଟି ପଞ୍ଚାୟତରେ ତିଆରି ହୋଇଛି ଲିଚ୍ ପିଟ୍ ପ୍ରକଳ୍ପ। କିନ୍ତୁ ଗ୍ରାଉଣ୍ଡ ଜିରୋରେ ସ୍ଥିତି ପରଖିବା ବେଳେ ଦେଖିବାକୁ ମିଳିଛି ସବୁ ଗୁଡିକ ଅଧପନ୍ତରିଆ ଏବଂ ସବୁଠି ହୋଇଛି ନିମ୍ନମାନର କାମ। ପ୍ରତି ପ୍ରକଳ୍ପରେ ୧୪ ହଜାର ଟଙ୍କା କରି ମୋଟ ୩୬୪ଟି ପ୍ରକଳ୍ପରେ ୫୧ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ଦର୍ଶାଇ ବିଲ୍ ହୋଇଛି।

Advertisment

ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକର ଯେଉଁ ପଞ୍ଚାୟତକୁ ଗଲେ, ଦେଖିବାକୁ ମିଳିବ ଲିଚପିଟ୍ କାମରେ କେମିତି ହୋଇଛି ଦୁର୍ନୀତି । ସୁନାପାଲି ପଞ୍ଚାୟତ ପହଣ୍ଡି ଗାଁର। ନଳକୂପ ଗୁଡିକ ସମ୍ମୁଖରେ ତିଆରି ହୋଇଥିବା ଭୂତଳ ଜଳ ଅମଳ ପ୍ରକଳ୍ପର ହାଲ୍ ବେହାଲ୍ ହୋଇଯାଇଛି । ବ୍ଲକ ପ୍ରଶାସନ ପକ୍ଷରୁ ହୋଇଥିବା ଏହି ପ୍ରକଳ୍ପ ଗୁଡିକ ହେବାର ବର୍ଷେ ବି ହୋଇନି, ହେଲେ କେଉଁଠି ଫାଟିଗଲାଣି କେଉଁଠି ଲୁହାରଡ୍ ବାହାରିଗଲାଣି । କେଉଁଠି ଢାଙ୍କୁଣି ଦିଆଯାଇନି ଆଉ କେଉଁଠି ପ୍ଲାଷ୍ଟର କରାଯାଇନି।

ଡୁଙ୍ଗୁରିପାଲି ବ୍ଲକର ୨୬ଟି ପଞ୍ଚାୟତରୁ ୨୦ଟି ପଞ୍ଚାୟତର ବିଭିନ୍ନ ଗାଁରେ ହୋଇଛି ଏଭଳି ଲିଚପିଟ୍ ପ୍ରକଳ୍ପ । ଗୋଟେ ଗୋଟେ ପ୍ରକଳ୍ପ ପିଛା ୧୪ ହଜାର ଟଙ୍କା ଖର୍ଚ୍ଚ ହୋଇଛି। ଏମିତି ଡୁଙ୍ଗୁରିପାଲି ବ୍ଲକରେ ମୋଟ ୩୬୪ଟି ପ୍ରକଳ୍ପ କରାଯାଇଥିବା ସରକାରୀ ତଥ୍ୟ କହୁଛି। ହିସାବ କଲେ ମୋଟ ଉପରେ ୫୦ ଲକ୍ଷ ୯୬ ହଜାର ଟଙ୍କା ଖର୍ଚ୍ଚରେ ତିଆରି ହୋଇଛି ସମସ୍ତ ପ୍ରକଳ୍ପ । କିନ୍ତୁ କାମ ଅଧାଅଧି କରି ଛାଡିଦେଇ ବିଲ୍ ଉଠାସରିଛି ।

Advertisment

ଲିଚପିଟ୍ ପ୍ରକଳ୍ପର ଗଭୀରତା ଓ ଗୋଲେଇ ୫ ଫୁଟ୍ ହେବା କଥା, କିନ୍ତୁ କେଉଁଠି ୩ ଫୁଟ୍, କେଉଁଠି ୨ ଫୁଟର ହୋଇଛି । କେବଳ ସୁନାପାଲି ପଞ୍ଚାୟତ ନୁହେଁ, ବୈଦୁପାଲି ପଞ୍ଚାୟତର ବୈଦୁପାଲି ଗାଁରେ ଥିବା ନଳକୂପ ସାମ୍ନାରେ ମଧ୍ୟ ତିଆରି ହୋଇଛି ଭୂତଳ ଜଳ ଅମଳ ପ୍ରକଳ୍ପ। କିନ୍ତୁ ପାଣି ଭିତରକୁ ଯିବା ବଦଳରେ ରାସ୍ତା ଉପରେ ଭାସୁଛି । କିଛି ସ୍ଥାନରେ କେବଳ ମାଟି ଖୋଳାଯାଇଛି, କିନ୍ତୁ ପ୍ରକଳ୍ପ ହୋଇନାହିଁ।

ଡୁଙ୍ଗୁରିପାଲି ବ୍ଲକରେ ଅନେକ ଦୁର୍ନୀତିଖୋର ଠିକାଦାର ଏହି ପ୍ରକଳ୍ପ କରିଥିବା ବେଳେ କେଉଁଠି ମଧ୍ୟ ଉଦ୍ଦେଶ୍ୟ ସାଧିତ ହେଉନି । ସରପଞ୍ଚ ମାନଙ୍କୁ ପଚାରିବାରୁ ସେମାନେ ଏନେଇ ବିଡିଓ ଓ ଜିଲ୍ଲାପାଳଙ୍କୁ ଜଣାଇବେ ବୋଲି କହିଛନ୍ତି । ବିଡିଓ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି।

Advertisment

ନଳକୂପ ଗୁଡିକର ଭୂତଳ ଜଳକୁ ସଂରକ୍ଷିତ ରଖିବା ଏବଂ ପରିବେଶ ସ୍ବଚ୍ଛ ରଖିବା ପାଇଁ ସରକାରଙ୍କ ଲିଚ୍ ପିଟ୍ ଯୋଜନା । ତେବେ ଏତେ ମାତ୍ରାରେ ଦୁର୍ନୀତି ହୋଇଛି ଯେ, ଯାହାର ତଦନ୍ତ ପାଇଁ ଲୋକେ ଦାବି କରିଛନ୍ତି । ସେପଟେ ଜିଲ୍ଲାପାଳ କହିଛନ୍ତି, ସିନିୟର ଇଞ୍ଜିନିଅର ମାନଙ୍କୁ ନେଇ ତଦନ୍ତ କରାଯିବ ।

Jojanara Na Hariloot
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ