Married woman 'flees' with unknown person
ସାତ ଜନ୍ମର ସାତି ହେବେ ବୋଲି କଥା ଦେଇଥିଲେ। ହାତ ଧରି ସାଥ୍ ଦେବେ ବୋଲି କହିଥିଲେ ହେଲେ ବିବାହର ୬ ମାସ ନପୁରୁଣୁ ଛାଡ଼ି ଚାଲି ଗଲେ ସ୍ତ୍ରୀ। ଆଉ କାନ୍ଦି କାନ୍ଦି ବେଦମ୍ ସ୍ୱାମୀ। ଏଭଳି କିଛି ଘଟଣା ଘଟିଛି ଭଦ୍ରକ ଧୁଷୁରୀ ଅଞ୍ଚଳରେ। ରାହୁଲ ଗୋଚ୍ଛାୟତ ନିକଟ ଗାଁର ଜଣେ ଯୁବତୀଙ୍କୁ ପ୍ରେମ ବିବାହ କରିଥିଲେ।
ଏକାଠି ଘରେ ରହୁଥିଲେ। ପ୍ରଥମ ସାବିତ୍ରୀ ବତ୍ର ବି କରିଥଲେ ସ୍ବାମୀ। ହେଲେ ଏହାର ପରଦିନ ଯୁକ୍ତ ତିନି ପରୀକ୍ଷା ଥିବାରୁ ଘରୁ ବାହାରିଥିଲେ। ଏହାପରଠୁ ସେ ଆଉ ଫେରି ନାହାନ୍ତି। ଗତ ଦୁଇ ଦିନ ଧରି ତାଙ୍କୁ ଖୋଜାଖୋଜି କରିବା ପରେ ବି କୌଣସି ପତ୍ତା ମିଳୁନି। ଏହାରି ଦୁଃଖରେ ଏବେ ରାହୁଲ ରାତି ଦିନ କାନ୍ଦୁଛନ୍ତି। ସ୍ତ୍ରୀଙ୍କ ଫଟୋ ଦେଖି ତାଙ୍କୁ ଝୁରୁଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1654177881.jpg)