Advertisment

ସବୁ ଲେଡ଼ିଜ୍‌ ଏକାଠି ହୁଅ, ତା’ଘରେ ପଶ...ହାବୁଡ଼ରେ ପଡ଼ିବ ତ...

ଆଜି ସୁମିତଙ୍କ ପଡ଼ୋଶୀ ତପସ୍ୱିନୀଙ୍କ ସପକ୍ଷରେ ପଦାକୁ ବାହାରିଛନ୍ତି। ସିଧା କ୍ୟାମେରା ସାମ୍ନାରେ ସଫା ସଫା କହିଛନ୍ତି, ତୁ ଚୋରଙ୍କ ଭଳିଆ କଣ ଘରେ ଲୁଚି ବସିଛୁ। ଗୋଟେ ସ୍ତ୍ରୀ ଲୋକ ଏଠି ଶୀତ କାକରରେ ପଡ଼ିଛି। ସବୁ ଲେଡିଜ୍ କବାଟ ଭାଙ୍ଗି ତା ଘରେ ପଶ

ଅଦ୍ୟତନ ହୋଇଛି
Tapaswini

Tapaswini

Advertisment

ବ୍ରହ୍ମପୁର: ସୁମିତ-ତପସ୍ୱିନୀ ବିବାଦରେ ନିଇତି ନୂଆ ନୂଆ ଘଟଣା ସାମ୍ନାକୁ ଆସୁଛି। କେତେବେଳେ ତପସ୍ୱିନୀ ଶାଶୂଘର ସାମ୍ନାରେ ବସିରହୁଛନ୍ତି ତ କେତେବେଳେ ସୁମିତ କେଉଁ ଆଡ଼େ ପଳାଇଛନ୍ତି ବୋଲି ଅଭିଯୋଗ ମଧ୍ୟ କରୁଛନ୍ତି। ଆଉ ଏହାରି ମଧ୍ୟରେ ଆଜି ରୋଚକ ଦୃଶ୍ୟ ସାମ୍ନାକୁ ଆସିଛି। କିଛି ମହିଳାମାନେ ସୁମିତଙ୍କ ଘର ସାମ୍ନାରେ ପହଞ୍ଚି ପାଟିତୁଣ୍ଡ କରିବା ସହ ସୁମିତଙ୍କ ଘର କବାଟ ଭାଙ୍ଗି ପଶିବେ ଓ ସୁମିତ ଘରେ ଅଛନ୍ତି କି ନାହିଁ ଦେଖିବେ ବୋଲି କହିଥିଲେ।

Advertisment

ଏହାସହ ଉତ୍ତ୍ୟକ୍ତ ମହିଳାମାନେ କହିଥିଲେ ଯେ, ଆମେ ଲେଡ଼ିଜ୍‌ ଘରକୁ ଗଲେ କିଛି ହେବ ନାହିଁ। କେବଳ ଏତିକି ନୁହେଁ ବରଂ ଯଦି ଦେହ ଖରାପ ରହିଛି ତେବେ ମେଡିକାଲରେ ଭର୍ତ୍ତି ହୁଅ ଏବଂ ତପସ୍ୱିନୀଙ୍କୁ ଘରକୁ ନିଅ ବୋଲି ପାଟିକରି କହିଥିଲେ ମହିଳା। ଏହାପରେ ସେମାନେ କହିଥିଲେ, କି ସବୁ ମହିଳା ଏକାଠି ହୁଅ, ଘର କବାଟ ଭାଙ୍ଗ ଆଉ ଦେଖିବା ସେ କଣ କରିବ? ସବୁଦିନ ଗୋଟେ ତାମସା ଚଳାଇଛନ୍ତି।

ସେ ଝିଅକୁ ଘରକୁ ନେଉ ନାହାନ୍ତି, ସେ କାନ୍ଦି ବୋବାଇ ଶୀତ କାକରରେ ବସୁଛି। ଏ ସବୁ ଠିକ୍‌ ନୁହେଁ ବୋଲି କହିଛନ୍ତି ସ୍ଥାନୀୟ ଲୋକେ। ଏହାସହ ସେମାନେ ଅଭିଯୋଗ କରିଛନ୍ତି କି, ସୁମିତ ଠିକ୍ ଅଛନ୍ତି କିନ୍ତୁ ଦେହ ଖରାପ ବୋଲି ବାହାନା କରୁଛନ୍ତି। କେତେବେଳେ ଲୋକଙ୍କ ହାବୁଡ଼ରେ ସୁମିତ ପଡ଼ିଗଲେ ମାରପିଟ୍‌ ହୋଇଯିବା ନେଇ ସେମାନେ ଆଶଙ୍କା ମଧ୍ୟ କରିଛନ୍ତି। କିନ୍ତୁ ଏନେଇ ସୁମିତ କିମ୍ବା ତାଙ୍କ ପରିବାର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।

Advertisment
Sumeet Ganjam Tapaswini Aska
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ